Weather Update: ମୌସୁମୀ ଫେରିବା ପରେ ରାଜ୍ୟରେ ଏବେ ଶୀତର (winter)ଲହରୀ ଅନୁଭୂତ ହେଉଛି । ଏହି କ୍ରମରେ ଓଡି଼ଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡି଼ରେ ଶୀତ ଏବେଠୁ ବଢିବାରେ ଲାଗିଛି (cold to increase in odisha) । ହାଲୁକା ଶୀତ ସାଙ୍ଗକୁ ଘନ କୁହୁଡିରେ ରାସ୍ତାଘାଟ ଦୃଶ୍ୟମାନ ହେଉନି। ଆଗକୁ ଏହି ଜିଲ୍ଲାରେ ଆହୁରୀ ହାଡଭଙ୍ଗା ଶୀତ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)।  ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ବିଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ଖସିବାରେ ଲାଗିଛି। ଫଳରେ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରୀ ବଢିବ ବୋଲି କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

 



Also Read: Shani Dev Rajyog: ୨୦୨୫ ପର୍ଯ୍ୟନ୍ତ ଏହି ୪ ରାଶି ଉପରେ ଧନର ବର୍ଷା କରିବେ ଶନିଦେବ


ରାଜ୍ୟରେ ଖାସ୍ କରି ଦାରିଙ୍ଗିବାଡି ସମତେ ଆଭ୍ୟନ୍ତରୀଣ ଅଞ୍ଚଳରେ ଫୁଲବାଣୀରେ ତାପମାତ୍ରା (temperature) ୧୩.୫ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ମଧ୍ୟ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରୀ ସେମିଳିଗୁଡାରେ ୧୨.୨ ଡିଗ୍ରୀ, କୋରାପୁଟରେ ୧୨.୮ ଡିଗ୍ରୀ, ଦାରିଙ୍ଗିବାଡି଼ରେ ୧୩ ଡିଗ୍ରୀ, ଜି.ଉଦୟଗିରିରେ ୧୩.୨ ଡିଗ୍ରୀ, ଫୁଲବାଣୀରେ ୧୫.୧ ଡିଗ୍ରୀ,ନବରଙ୍ଗପୁରରେ୧୫.୪ ଡିଗ୍ରୀ, କିରେଇରେ ୧୫.୫ ଡିଗ୍ରୀ, କେନ୍ଦୁଝରରେ ୧୬.୮ ଡିଗ୍ରୀ ଓ ଅନୁଗୁଳରେ ୧୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ଶୀତ ଋତୁ ଆସିଲେ ଦାରିଙ୍ଗିବାଡ଼ିକୁ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।  ଆଉ ଏଠାରେ ପ୍ରାକୃତିକ ମନୋରମ ଦୃଶ୍ୟର ମଜା ଉଠାଇଥାଆନ୍ତି ପର୍ଯ୍ୟଟକ।