Weather Update: ରାଜ୍ୟରେ ବଢି ଚାଲିଛି ଶୀତ, ୧୫ ଡିଗ୍ରୀ ତଳେ ୮ ସହର
Weather Update: ରାଜ୍ୟରେ ବଢି ଚାଲିଛି ଶୀତ (Winter)। ଦିନକୁ ଦିନ ପାରଦ ଖସୁଥିବା ବେଳେ ଜାଡ଼ରେ ଥରହର ରାଜ୍ୟବାସୀ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଏମିତି କି, କିଛି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ଶୀତ ଅନୁଭବ ହେବ । ଏହି ସମୟରେ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ହ୍ରାସ ପାଇବ। ବର୍ତ୍ତମାନ ରାଜ୍ୟର ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଏହାର ପ୍ରଭାବରେ ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆଜି କୋରପୁଟ, କେନ୍ଦୁଝର, ଫୁଲବାଣୀ, ଅନୁଗୋଳ ଓ ସୁନ୍ଦରଗଡ଼ ରାତି ତାପମାତ୍ରା ୧୦ ଡିଗ୍ରୀକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ଯରେ ୭ ଡିଗ୍ରୀ ସହ ଜି. ଉଦୟଗିରି ସବୁଠାରୁ ଥଣ୍ତା ସହର ରହିଥିଲା । ସେହିପରି କିରେଇରେ ୯ ଡି଼ଗ୍ରୀ, ଫୁଲବାଣୀରେ ୯ ଡି଼ଗ୍ରୀ, ଦାରିଙ୍ଗବାଡ଼ି ୯.୫ ଡି଼ଗ୍ରୀ, କେନ୍ଦୁଝର ୧୦.୨ ଡିଗ୍ରୀ, କୋରପୁଟ ୧୦.୪ ଡିଗ୍ରୀ, ସୁନ୍ଦରଗଡ଼ ୧୦.୦୬ ଡିଗ୍ରୀ, ସେମିଳିଗୁଡ଼ା ୧୦.୭ ଡିଗ୍ରୀ, କଟକ ୧୫.୫ ଡିଗ୍ରୀ ଓ ଭୁବନେଶ୍ବରରେ ୧୫.୫ ଡି଼ଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି ।
Also Read-Bhadrak Fire Breakout: ଭୟାବହ ଅଗ୍ନିକାଣ୍ତ , ଜଳିଗଲା ୧୫ଟି ଦୋକାନ
Also Read-Bhadrak Fire Breakout: ଭୟାବହ ଅଗ୍ନିକାଣ୍ତ , ଜଳିଗଲା ୧୫ଟି ଦୋକାନ