ଭୁବନେଶ୍ଵର: ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ। ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ। ଏହି କାର୍ଡର ନାମ ରହିବ ‘ଆଭା’ (ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ କାର୍ଡ)। ଲୋକସଂଖ୍ୟା ଅନୁସାରେ ଆଭା ଆକାଉଣ୍ଚ ରେଜିଷ୍ଟ୍ରେସନ୍ କରିପାରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଏଣିକି ଗୋଟିଏ କାର୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ। ହାତରେ ଆଉ ପୁଳା ପୁଳା ପ୍ରେସକିପସନ ଧରିକି ଯିବାକୁ ପଡିବନି। ଏନେଇ ଖୁବଶୀଘ୍ର ରାଜ୍ୟ ସରକାର ଡିଜିଟାଏ ହେଲଥ୍ ମିଶନ ଲାଗୁ କରାଇବାକୁ ଯାଉଛନ୍ତି। ଏହି ନ୍ୟାସନାଲ ହେଲଥ୍ ଅଥରିଟି ଅଧିନରେ ରହିବ ‘ଆଭା କାର୍ଡ। ଫେବୃୟାରୀ ପୂର୍ବରୁ ଏହି କାର୍ଡ ପାଇଁ ଆବେଦନ କରିବାକୁ ମନ୍ତ୍ରୀ କହିଛନ୍ତି। 


ଅନଲାଇନରେ ଏହି କାର୍ଡ ଆବେଦନ କରିପାରିବେ ଲୋକେ। ବର୍ତ୍ତମାନ ଠାରୁ ହିଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆୟୁଷ୍ମାନ କାର୍ଡ ସହିତ ଏହା ମିଳିବ। କ୍ୟୁଆର କୋର୍ଡ ସ୍କାନ କରିବା ଦ୍ବାରା ପୂର୍ବ ରୋଗ ସମ୍ପର୍କରେ ସମସ୍ତ ପ୍ରକାର ତଥ୍ୟ ମିଳିପାରିବ। ତେବେ ଏହି ଗୋଟିଏ କାର୍ଡରେ ସମସ୍ତ ରୋଗର ତଥ୍ୟ ମିଳିପାରିବ। ତେବେ କେଉଁ ତାରିଖ ମଧ୍ୟରେ ଏହା ମିଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନଥିବା ବେଳେ ଫେବୃଆରୀ ପୂର୍ବରୁ ବଣ୍ଟନ କରାଯିବା ନେଇ ଯୋଜନା କରାଯାଇଥିବା କହିଛନ୍ତି ମନ୍ତ୍ରୀ।