OSSSC ପରୀକ୍ଷାରେ ବ୍ୟାପକ ଅନିୟମିତତା । ପରୀକ୍ଷା ବାତିଲ ଦାବି
ଓଡ଼ିଶା ସବ୍ ଅର୍ଡିନେଟ କର୍ମଚାରୀ ଚୟନ ଆୟୋଗର ବହୁମୁଖି ସ୍ବାସ୍ଥ୍ୟକର୍ମୀ MPHW ପରୀକ୍ଷା ପ୍ରଶ୍ନପତ୍ରରେ ବ୍ୟାପକ ଅନୀୟମତିତା ଦେଖାଦେଇଥିବା ଅଭିଯୋଗ ଆସିଛି । ଫଳରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଭୁବନେଶ୍ୱର: ଗତ ଡିସେମ୍ବର ତିନି ତାରିଖରେ ହୋଇଥିବା ଓଡ଼ିଶା ସବ୍ ଅର୍ଡିନେଟ କର୍ମଚାରୀ ଚୟନ ଆୟୋଗର ବହୁମୁଖି ସ୍ବାସ୍ଥ୍ୟକର୍ମୀ MPHW ପରୀକ୍ଷା ପ୍ରଶ୍ନପତ୍ରରେ ବ୍ୟାପକ ଅନୀୟମତିତା ଦେଖାଦେଇଥିବା ଅଭିଯୋଗ ଆସିଛି । ଫଳରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଥିଯୋଗୁଁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ପ୍ରଶ୍ନପତ୍ରରେ ପ୍ରଶ୍ନ କର୍ତାଙ୍କ ସହ ଘରୋଇ ଗାଇଡ ପୁସ୍ତକ ପ୍ରକାଶକଙ୍କ ଭିତିରି ସମ୍ପର୍କ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।
ସୂଚନା ଅନୁଯାଇ ଚଳିତ ବର୍ଷ ୨୦୨୩ ଏପ୍ରିଲ ମାସ ୧୦ ତାରିଖରେ ଏମ.ପି.ଏଚ.ଡବ୍ଲୁ ପାଇଁ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା ଏବଂ ଏଥିରେ ୨୭୫୩ ଜଣ ଓଡ଼ିଶାର ପ୍ରାର୍ଥୀଙ୍କୁ ନିଯୁକ୍ତି କରାଯିବ ବୋଲି ପ୍ରକାଶ ପାଇଥିଲା । ଏହି ପରୀକ୍ଷା ଡିସେମ୍ବର ୩ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ପାଖାପାଖି ୨୫୦୦୦ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷାର ସମୟ ଅବଧି ଥିଲା ୨ ଘଣ୍ଟା ଏବଂ ସେହି ଦୁଇ ଘଣ୍ଟା ସମୟ ମଧ୍ୟରେ ୧୦୦ ଟି ପ୍ରଶ୍ନର ଉତ୍ତର ଦବାକୁ ଥିଲା । ପ୍ରଶ୍ନପତ୍ରରେ ବିଭିନ୍ନ ବିଭାଗ ରହିଥିଲା ଯେପରି ଗଣିତ -୧୦ ନମ୍ବର ଇଂରାଜୀ - ୫ ନମ୍ବର ତଥା ନର୍ସିଂ ଏବଂ ମିଡ୍ ୱାଇଫ ସଂପର୍କରେ- ୮୫ ନମ୍ବର । କିନ୍ତୁ ଚମକପ୍ରଦ କଥା ଯେ, ଏକ ଘରୋଇ ସଂସ୍ଥା ଦ୍ଵାରା ପ୍ରସ୍ତୁତ ହୋଇଥିବା ଏକ ଗାଇଡ ବୁକରୁ OSSSC ସିଧାସଳଖ ପ୍ରଶ୍ନପତ୍ରକୁ ଉତାରିଛନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରାୟତଃ ୫୦ଟି ପ୍ରଶ୍ନ ଉତ୍ତର ଆଇ.କେୟାର ନାମକ ଏକ ଘରୋଇ ସଂସ୍ଥାର ଗାଇଡ ବୁକରୁ ସମ୍ପୂର୍ଣ୍ଣ ଭାବେ କପି କରାଯାଇଛି । ଅର୍ଥାତ ଯଦି ୫୦ଟି ପ୍ରଶ୍ନର ଉତ୍ତର ଜଣେ ସେହି ବହିରୁ ପଢିଥିବେ ତାହେଲେ ଏହି ପରୀକ୍ଷାରେ ସେ ନିଯୁକ୍ତି ପାଇବା ପ୍ରାୟତ ନିଶ୍ଚିତ । ତେଣୁ ଯେଉଁମାନଙ୍କୁ ଏ ପ୍ରଶ୍ନପତ୍ର ତିଆରି କରିବା ପାଇଁ ଦିଆଯାଇଛି ସେମାନେ ନିଶ୍ଚିତ ଭାବେ ଏ ସଂସ୍ଥା ସହିତ ସଂଯୁକ୍ତ ଥିବା ସନ୍ଦେହ କରାଯାଉଛି । OSSSC ଦ୍ଵାରା ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ଏହି ଗାଇଡ ବୁକରୁ ଅବିକଳ ଉତରା ଯାଇଥିବା ୫୦ ଟି ପ୍ରଶ୍ନ ମଧ୍ୟରୁ ୫ଟି ପ୍ରଶ୍ନର ଉତ୍ତର ଭୁଲ୍ ଲେଖା ହୋଇଥିବା ବେଳେ ସରକାରଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଉତ୍ତର ଲିଙ୍କରେ ମଧ୍ୟ ସେହି ସମାନ ତ୍ରୁଟି ଦେଖିବାକୁ ମିଲିଛି।
ତେଣୁ ଏଥିରୁ ପ୍ରମାଣିତ ହେଉଛି ଘରୋଇ ସଂସ୍ଥା ସହିତ ସମ୍ପୂର୍ଣ୍ଣ ଭାବେ ଜଡିତ ରହିଛନ୍ତି କିଛି ପ୍ରଶ୍ନକର୍ତା । ଯାହାଫଳରେ ପରବର୍ତୀ ସମୟରେ ସେହି ଘରୋଇ ସଂସ୍ଥା ଦାବି କରିପାରନ୍ତି ଯେ, ସରକାରଙ୍କ ଦ୍ଵାରା ପ୍ରଶ୍ନପତ୍ରରୁ ବହୁ ପ୍ରତିଶତ ଏହି ଗାଇଡ ବୁକରୁ ଆସିଥାଏ । ଏହିଭଳି ଭାବରେ ଦାୟିତ୍ଵଶୂନ୍ୟ , ଇଚ୍ଛାକୃତ ବା ଅନିଚ୍ଛାକୃତ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ରକୁ ନେଇ ହଜାର ହଜାର ଛାତ୍ର ଛାତ୍ରୀଙ୍କ ଭାଗ୍ୟ ଅନିଶ୍ଚିତ ହୋଇଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ତଥା ସେମାନଙ୍କର ଅଭିଭାବକ ମାନଙ୍କର ଦୃଢ ଦାବି ଯେ, ଉକ୍ତ ପରୀକ୍ଷାକୁ ପୁନର୍ବାର କରାଯାଉ ଓ ହୋଇଥିବା ପରୀକ୍ଷାକୁ ତୁରନ୍ତ ଓଡ଼ିଶା ସରକାର ବାତିଲ କରନ୍ତୁ। ସମାଜସେବୀ ଡ ପ୍ରଭାସ ଆଚାର୍ଯ୍ୟ ଏହି ତୃଟି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରେସ ଇସ୍ତାହାର ମାଧ୍ୟମରେ ଏପରି ବିଭ୍ରାଟରେ କ୍ଷୋଭ ପ୍ରକାଶ କରି ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Also Read- Elephant attack: କଳାହାଣ୍ଡିରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ରେଞ୍ଜର ମୃତ
Also Read- Bollywood News: ଜନ୍ମଦିନରେ ଭାବପ୍ରବଣରେ କେକ୍ କାଟିଲେ ଧର୍ମେନ୍ଦ୍ର, କାନ୍ଦି ପକାଇଲେ ସନ୍ନି ଦେଓଲ