Odisha News: ବିବାହ (Wedding)ଏକ ପବିତ୍ର ବନ୍ଧନ । ଜଣେ ପୁରୁଷ ଓ ନାରୀର ପବିତ୍ର ମିଳନକୁ ବିବାହ (Wedding) ବୋଲି କୁହାଯାଏ। ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ । ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି।  କିନ୍ତୁ ସମୟ ବଦଳିବା ସହିତ ଧିରେ ଧିରେ ଦମ୍ପତିଙ୍କ ମାନସିକତାରେ ପରିବର୍ତ୍ତନ ମଧ୍ୟ ହେଉଛି । କିଛି ଲୋକେ ଗୋଟିଏ ବିବାହରେ ଖୁସି ନ ଥିବା ବେଳେ ଦ୍ବୀତିୟ ବିବାହ କରିବାକୁ ମନ ବଳାଉଛନ୍ତି । ତେବେ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ସ୍ଥିତ ବାଳକାଟି  ଦୁଲ୍ଲା ଦେବୀ ମନ୍ଦିରରେ।ଦ୍ୱିତୀୟ ବିବାହ (second Wedding)ବେଳେ ବେଦୀ ନିକଟରେ ପହଁଞ୍ଚିଲେ ପ୍ରଥମ ସ୍ତ୍ରୀ ସହ  ୨ ଝିଅ। ବେଦୀ ଉପରେ ସ୍ବାମୀଙ୍କୁ ଉତ୍ତମ ମଧ୍ୟମ ଦେବା ସହ ପୋଲିସକୁ ଜିମା ଦେଇଛନ୍ତି ପ୍ରଥମ ସ୍ତ୍ରୀ (Woman stops husbands second marriage in Bhubaneswar)।  


COMMERCIAL BREAK
SCROLL TO CONTINUE READING

Also Read : Gaja lakshmi Rajyoga: ଡିସେମ୍ବର ୩୧ରେ ମାର୍ଗି ହେବେ ବୃହସ୍ପତି, ନୂଆବର୍ଷରୁ ଏହି ସବୁ ରାଶି ପାଇଁ ଆରମ୍ଭ ହେବ ଭଲ ଦିନ


ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତୀ ୨୦୧୦ ମସିହାରେ ଏରସମା ଥାନା ଗଣେଶ୍ଵରପୁର ଅଞ୍ଚଳର ଅହଲ୍ୟା ହାତିଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ହସଖୁସିରେ ଚାଲିଥିଲା ସେମାନଙ୍କ ସଂସାର ଗାଡି଼। ଏହାରି ଭିତରେ ଅହଲ୍ୟା ୨ଟି ଝିଅକୁ ଜନ୍ମ ମଧ୍ୟ ଦେଇଥିଲେ। ବଡ଼ ଝିଅକୁ ୧୨ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୩ ବର୍ଷ । ଦୁଇ ଝିଅଙ୍କ ଜନ୍ମ ପରେ ଯୋଗେଶଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏକଥା ଜଣାପଡିବା ପରେ ପରିବାରରେ ଫାଟ ସୃଷ୍ଟି ହୋଇଥିଲା। 


କିନ୍ତୁ ଆଜି ଯୋଗେଶ ଭୁବନେଶ୍ବର ସ୍ଥିତ ବାଳକାଟି  ଦୁଲ୍ଲା ଦେବୀ ମନ୍ଦିରରେ ଦ୍ବିତୀୟ ବିବାହ କରୁଥିଲେ। ବିବାହର ଖବର ପାଇ ଘଟଣାସ୍ଥଳରେ ଦୁଇ ଝଅଙ୍କୁ ସାଙ୍ଗରେ ଧରି ବେଦୀ ନିକଟରେ ପହଞ୍ଚିଥିଲେ ଅହଲ୍ୟା। ପରେ ବର ବେଶରେ ସ୍ବାମୀଙ୍କୁ ଦେଖି ଚମକି ପଡିଥିଲେ। ଆଉ ବେଦୀରୁ ଘୋଷାଡି ଆଣି ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ। ଏହାଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଯୋଗେଶଙ୍କ ପ୍ରେମିକା। ପରେ, ସେଠାରେ ଉପସ୍ଥିତ ଥିବା ଲୋକେ ପୁରା ଘଟଣାକ୍ରମ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ।  ବାଳକାଟି ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି  ଯୋଗେଶଙ୍କୁ ଅଟକ ରଖିଛି । ଏବଂ ଅଧିକ ତଦନ୍ତ ଜାରି ରଖିଛି।