ଭୁବନେଶ୍ଵର: ରାଜ୍ୟରେ ମହିଳା କୋର୍ଟ ପ୍ରତିଷ୍ଠା କରିବେ ସରକାର। ରାଜ୍ୟରେ ଦିନକୁ ଦିନ ବଳାତ୍କାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ନାବାଳିକାମାନଙ୍କ ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବା ନଜରକୁ ଆସୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ମହିଳା କୋର୍ଟ ପ୍ରତିଷ୍ଠା କରିବେ। ଏହି ସ୍ବତନ୍ତ୍ର ମହିଳା କୋର୍ଟରେ ଜଜ୍‌ଙ୍କ ସମେତ ସରକାରୀ ଓକିଲ ଓ କର୍ମଚାରୀମାନେ ବି ମହିଳା ରହିବେ। ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ଭଳି ଏହି କୋର୍ଟରେ ଅଧିକ ଏବଂ ଶୀଘ୍ର ମୋକଦ୍ଦମା ସାରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ। ମହିଳାଙ୍କ ଉପରେ ହେଉଥିବା ସମସ୍ତ ନିର୍ଯାତନା ସମ୍ପର୍କିତ ମାମଲା ଏହି କୋର୍ଟରେ ବିଚାର କରାଯିବା ନେଇ ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ରାଜ୍ୟର ବିକାଶ ନିମନ୍ତେ ରାଜସ୍ବର ପ୍ରମୁଖ ଅବଦାନ ରହିଛି। ହେଲେ ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟରୁ ସମସ୍ତ ପ୍ରକାର ବେଆଇନ ନିଶା କାରବାର ବନ୍ଦ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଯେଉଁଥିରେ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଏବଂ ଜରିମାନା ବ୍ୟବସ୍ଥା ରହିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।