Sanapurunapani Upper Primary School: ରାଜ୍ୟରେ ଆଜିର ସମୟରେ ଯେତେବେଳେ ସରକାର ଦାବି କରୁଛନ୍ତି ଯେ ଏହାର 5T ଫର୍ମୁଲା ଓଡି଼ଶାରେ ଶିକ୍ଷାକୁ ପରିବର୍ତ୍ତନ କରୁଛି, ସୁନ୍ଦରଗଡର (Sundargarh) କୋଇଡା ବ୍ଲକର ଏକ ସ୍କୁଲ ବ୍ଲାକବୋର୍ଡ ବିନା ପାଠ ପଢ଼ାଚାଲିଛି । ଏହା ପରିବର୍ତ୍ତେ, ବିଦ୍ୟାଳୟ ଏହାର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ପାଇଁ ଶ୍ରେଣୀଗୃହର ଥିବା କାନ୍ଥକୁ କଳାପଟା (Blackboard) ଭାବେ ବ୍ୟବହାର କରୁଛି । ଏହି ବିଦ୍ୟାଳୟ କୋଇଡାର ଗୋପନା ପଞ୍ଚାୟତର ଅବସ୍ଥିତ ଓ ଏହାର ନାମ ସାନପୁରୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ଏଥିସହିତ ଶିକ୍ଷା ଭିତ୍ତିଭୂମି ର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ସମସ୍ତଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ କଲେଜ ପର୍ଯ୍ୟନ୍ତ ସବୁଠାରେ ଶୈଖିକ ପରିବେଶ ସୃଷ୍ଟି ପାଇଁ ପ୍ରୟାସ ଚାଲିଛି । ତେବେ ଏସବୁ ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନ ଭରା କୋଇଡା ଅଞ୍ଚଳରୁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ।



ଗୋଟିଏ ପଟେ ରାଜ୍ୟରେ ୫-ଟି ଅଧୀନରେ ବିଦ୍ୟାଳୟ ଗୁଡିକ ରୂପାନ୍ତରିକରଣ ହୋଇ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ପାଠ୍ୟକ୍ରମ ଯୋଗାଇ ଦିଆଯାଉଥିବା ବେଳେ, ଅନ୍ୟ ବିଦ୍ୟାଳୟ ମାନଙ୍କର ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଇପିଆଇଏଲ୍ ସଂସ୍ଥା ପକ୍ଷରୁ ରୂପାନ୍ତରିତ କରାଚାଲିଛି । ଏହାପରେ ମଧ୍ୟ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକରୁ ଆସିଛି ଶିକ୍ଷା ବ୍ୟବସ୍ଥାର ଅଜବ ଚିତ୍ର । ଶ୍ରେଣୀ ଗୃହରେ ବ୍ଲାକବୋର୍ଡ ନଥିବାରୁ ଶ୍ରେଣୀ ଗୃହ କାନ୍ଥରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି । 


ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଗୋପନା ପଞ୍ଚାୟତର ସାନପୁରୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ  ଶ୍ରେଣୀ ରହିଥିବା ବେଳେ ଛାତ୍ରଛାତ୍ରୀ ସଂଖ୍ୟା ମୋଟ ୪୭ ଓ ଶିକ୍ଷକ ସଂଖ୍ୟା ୩ ରହିଛି । ବିଦ୍ୟାଳୟରେ ଗତ କିଛିଦିନ ହେବ ପୁରୁଣା ଶ୍ରେଣୀଗୃହ ଭାଙ୍ଗି ନୂତନ ଶ୍ରେଣୀଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ରୂପାନ୍ତରି କରଣ କାର୍ଯ୍ୟ ଚାଲୁ ରହିଛି । ତେବେ ଏହି ସମୟରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ଆସବାବପତ୍ର ସମେତ  ବିଦ୍ୟାଳୟରେ ବ୍ଲାକବୋର୍ଡ଼ ଖଣ୍ଡେ ମଧ୍ୟ ନାହିଁ । ଫଳ ସ୍ଵରୁପ ଧଳା ରଙ୍ଗର କାନ୍ଥ ରେ ରଙ୍ଗୀନ ଚକ୍ ମାଧ୍ୟମରେ ଲେଖି ପଢ଼ାଇବା ପାଇଁ ଶିକ୍ଷୟିତ୍ରୀ ଗଣ ବାଧ୍ୟ ହେଉଛନ୍ତି । ଯେଉଁଠାରେ ଲିଭାଇବା ପାଇଁ ଡଷ୍ଟର ମଧ୍ୟ କାମ କରେ ନାହିଁ । 


ତେବେ ଗୋଟେପଟେ ଶିକ୍ଷା ଭିତ୍ତଭୂମି ଉନ୍ନତି କରଣ ପାଇଁ ସରକାର ଓ 5T ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ରେ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ବେଳେ, ସାମାନ୍ୟ ବ୍ଲାକ ବୋର୍ଡର ବ୍ୟବସ୍ଥା ହୋଇନପାରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।


(ରାଉରକେଲାରୁ ସୁଶାନ୍ତ ଦାଶ, ଜି ଓଡ଼ିଶା ନ୍ୟୁଜ୍)