Rahul Gandhi t-shirt:


COMMERCIAL BREAK
SCROLL TO CONTINUE READING

କଂଗ୍ରେସ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ପାଇଁ ଟଙ୍କା ଏକାଠି କରିବା ନିମନ୍ତେ ଶନିବାର କ୍ରାଉଡ୍ ଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦଳ ଏହାର ନାମ ରଖିଛି ‘ନ୍ୟାୟ ପାଇଁ ଦାନ’। ଯେଉଁମାନେ ଏହି ଅଭିଯାନ ଅଧୀନରେ ଦାନ କରିବେ, ସେମାନଙ୍କୁ ରାହୁଲ ଗାନ୍ଧୀଙ୍କ ଆତ୍ମଜୀବନୀ ଏବଂ ଯାତ୍ରା ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ସହିତ ଏକ ଟି-ସାର୍ଟ ଦିଆଯିବ । ପାର୍ଟି କୋଷାଧ୍ୟକ୍ଷ ଅଜୟ ମାକେନ୍ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଯାତ୍ରା ୬୭ ଦିନ ଧରି ଚାଲିବ। ଏଭଳି ପରିସ୍ଥିତିରେ ଯେକୌଣସି ବ୍ୟକ୍ତି ସର୍ବନିମ୍ନ ୬୭ କିମ୍ବା ୬୭୦ ଟଙ୍କା, ୬୭୦୦ଟଙ୍କା, ୬୭୦୦୦ ଟଙ୍କା କିମ୍ବା୬୦.୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗଦାନ କରିପାରିବେ। ସେ କହିଛନ୍ତି ଯେ ଶନିବାର ଦିନ ' ନ୍ୟାୟ ପାଇଁ ଦାନ  ଅଭିଯାନ' ଆରମ୍ଭ ହେବା ପରେ କିଛି ଘଣ୍ଟା ମଧ୍ୟରେ ୨ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରୁଥିବା ବ୍ୟକ୍ତି ରାହୁଲଙ୍କ ଦସ୍ତଖତ ସହିତ ଏକ ଟି-ସାର୍ଟ ପାଇବେ ।


ମାକେନ୍‌ଙ୍କ ଅନୁଯାୟୀ, ପୂର୍ବରୁ କଂଗ୍ରେସ ଦ୍ୱାରା ପରିଚାଳିତ 'ଦେଶ ପାଇଁ ଦାନ' ଅଭିଯାନ ଅଧୀନରେ ଏକ ମାସରେ୧୭ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଥିଲା। ସେ କହିଛନ୍ତି ଯେ ଏଭଳି ଅଭିଯାନର ଉଦ୍ଦେଶ୍ୟ କେବଳ ଦାନ ସଂଗ୍ରହ କରିବା ନୁହେଁ ବରଂ ଲୋକସଭା ନିର୍ବାଚନ ପୂର୍ବରୁ କର୍ମୀ ଓ ସମର୍ଥକଙ୍କୁ ଏକତ୍ରିତ କରିବା। ମାକେନ୍ କହିଛନ୍ତି ଯେ ଯିଏ ପାର୍ଟିକୁ ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଦସ୍ତଖତ ସହିତ ଟି-ସାର୍ଟ ଦିଆଯିବ।


ଜାନୁଆରୀ ୧୪ ରେ ମଣିପୁରରୁ କଂଗ୍ରେସର 'ଭାରତ ଯୋଡୋ ନ୍ଯାୟ ଯାତ୍ରା' ଆରମ୍ଭ ହୋଇଥିଲା। ଏହି ଯାତ୍ରା ୬,୭୧୩ କିଲୋମିଟର ଦୂରତା ଅତିକ୍ରମ କରିବ ଏବଂ ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ମାର୍ଚ୍ଚ ୨୦ କିମ୍ବା ୨୧ ରେ ମୁମ୍ବାଇରେ ଶେଷ ହେବ।