Health tips: ଆଜିକାଲି ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ପାଇଁ ଓ ପରିବାର ପାଇଁ ସମୟ ବାହାର କରିପାରୁନାହାନ୍ତି । ଅନେକ ସମୟରେ ଅଫିସରେ କାମର ଚାପ ଯୋଗୁଁ ବହୁତ ଥକାପଣ ଦେଖାଦେଇଥାଏ । ଏଭଳି ପରିସ୍ଥିତିରେ ଅନେତ ଏସବୁ ସମସ୍ୟାକୁ ଅଣଦେଖା କରିଥାନ୍ତି । ଯାହା ଆମ ସ୍ୱାସ୍ଥ୍ୟ ପ୍ରତି  କ୍ଷତିକାରକ ହୋଇଥାଏ ।


COMMERCIAL BREAK
SCROLL TO CONTINUE READING

କୌଣସି କାମକୁ ନେଇ ଚାପଗ୍ରସ୍ତ ହେବା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏଭଳି ପରିସ୍ଥିତିରେ ଅଫିସ କାମ, ଘର, ପରିବାର ଓ ସ୍ୱାସ୍ଥ୍ୟ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଆଜି ଆମେ ଆପଣଙ୍କୁ ଏଭଳି କିଛି  ଟିପ୍ସ ଦେବୁ ଯାହା  ଆପଣାଇ ଆପଣ ନିଜର ମାନସିକ ସ୍ୱାସ୍ଥ୍ୟକୁ ସୁଧାରି  ପାରିବେ । ଏହା ଦ୍ୱାରା ଆପଣଙ୍କ କାମ ମଧ୍ୟ ଠିକ୍ ଭାବରେ ସମ୍ପନ୍ନ ହେବ ଏବଂ ଆପଣଙ୍କୁ ଅଧିକ ଚାପ ନେବାକୁ ପଡିବ ନାହିଁ ।


ଟାଇମ୍ ମ୍ଯାନେଜମେଣ୍ଟ୍


ମାନସିକ ଚାପ ଏବଂ ଚିନ୍ତାରୁ ଦୂରେଇ ରହିବା ପାଇଁ, ଆପଣଙ୍କ ପକ୍ଷରେ ସମୟ ପରିଚାଳନା କୌଶଳ ଶିଖିବା ଆବଶ୍ୟକ । ଏହା ଆପଣଙ୍କୁ ସେହି କାମକୁ ସିଡ୍ୟୁଲ କରିବାରେ ସାହାଯ୍ୟ କରେ ଯାହା ଆପଣ କରିବାକୁ ଚାହୁଁଛନ୍ତି ଓ ଯାହା କରିବା ଆବଶ୍ୟକ ।  ଏହା ଦ୍ୱାରା ଆପଣ ଘର ଓ କାମ ମଧ୍ୟରେ ସମୟ ପରିଚାଳନା ଠିକ୍ ଭାବେ କରିପାରିବେ । ଅତ୍ୟନ୍ତ ଜରୁରୀ କାର୍ଯ୍ୟଗୁଡ଼ିକୁ ଚିହ୍ନଟ କରନ୍ତୁ ଏବଂ ପ୍ରଥମେ ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ କାମ କରନ୍ତୁ। ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ସମୟ ନିର୍ଦ୍ଧାରଣ କରନ୍ତୁ।


ବିଶ୍ରାମ ନିଅନ୍ତୁ


ଆପଣଙ୍କୁ ରିଚାର୍ଜ କରିବା ପାଇଁ ବ୍ରେକ୍ ଆବଶ୍ୟକ ହୁଏ । ବ୍ରେକ୍ ବା କାମରେ ବିରାମ  ଫୋକସ୍ ଏବଂ ଉତ୍ପାଦକତା ବୃଦ୍ଧିକରିବାରେ ମଧ୍ୟ ସାହାଯ୍ୟ କରିଥାଏ । କାମ କରିବା ସମୟରେ ଆପଣ କିଛି ମିନିଟ୍ ବିରତି ନେଇପାରିବେ। ଯେପରିକି ଖାଇବା ପରେ କିଛି ସମୟ ବୁଲିବା କିମ୍ବା ସାଙ୍ଗମାନଙ୍କ ସହ କଥା ବାର୍ତ୍ତା କରିବା । ଏହାବ୍ୟତୀତ ଯେତେବେଳେ ବି ଆପଣ ଅଧିକ ଚାପ ଅନୁଭବ କରନ୍ତି, ଆପଣ ଅଫିସରୁ ବିରତି ନେଇ କିଛି ଦିନ ପାଇଁ ବନ୍ଧୁ କିମ୍ବା ପରିବାର ସହିତ ଭ୍ରମଣ ଯୋଜନା କରିପାରିବେ ।


କଥା ବାର୍ତ୍ତା କରନ୍ତୁ


ନିଜକୁ ଆରାମ ଦେବା ପାଇଁ କାହା ସହ କଥା ହୁଅନ୍ତୁ। ଯେତେବେଳେ ଆପଣ ନିଜ ମନକଥା କିମ୍ବା ସମସ୍ୟାକୁ କାହା ସହ ସେୟାର କରିବେ,ସେତେବେଳେ ଏହା ଆପଣଙ୍କୁ ଭଲ ଅନୁଭବ ପ୍ରଦାନ କରିବ । ଏହା ସହ ଏପରି କରିବା ଦ୍ୱାରା ଚିନ୍ତା ଓ ମାନସିକ ଚାପ ସମସ୍ୟା ମଧ୍ୟ ହ୍ରାସ ପାଇଥାଏ ।


ମନୋରଞ୍ଜନ


ଯଦି ଆପଣ ଫିଲ୍ମ ଏବଂ ୱେବ ସିରିଜ ଦେଖିବାକୁ ପସନ୍ଦ କରନ୍ତି ତେବେ ଛୁଟିଦିନରେ ଫିଲ୍ମ ଦେଖିବାକୁ ଯାଆନ୍ତୁ ଏବଂ ଆପଣ ମଧ୍ୟ ୱେବ୍ ସିରିଜ ଦେଖିପାରିବେ । ଏଥିସହିତ ଆପଣ ନିଜର ସୌକକୁ ଆପଣାଇ ପାରିବେ ଏବଂ ଗୀତ ଶୁଣିବା ମଧ୍ୟ ମୁଡ୍ କୁ ସତେଜ ରଖିବାରେ ସାହାଯ୍ୟ କରିଥାଏ ।


ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ


ଶରିର ସୁସ୍ଥ ରହିଲେ ହିଁ ଆପଣ  ନିଜ କାମ ଠିକ୍ ଭାବରେ କରିପାରିବେ । ତେଣୁ ଠିକ୍ ଭାବେ ଶୁଅନ୍ତୁ। କାରଣ ନିଦ  ଦିନସାରାର ଚାପ ଓ ଥକାପଣ ଦୂର କରିବାରେ ସହାୟକ ହୋଇଥାଏ। ତେଣୁ ଦୈନିକ ୭ରୁ ୮ ଘଣ୍ଟା ଶୋଇବା ଉଚିତ। ଯଦି ଆପଣ ଠିକ୍ ଭାବରେ ଶୋଇବେ ନାହିଁ, ତେବେ ଏହା ଆପଣଙ୍କ ମୁଡ୍ କୁ ପ୍ରଭାବିତ କରିବ ଏବଂ ଆପଣଙ୍କୁ ସାରା ଦିନ ନିଦ ଲାଗିବ। ଏହା ସହ ପ୍ରତିଦିନ ସକାଳୁ ଉଠି ଧ୍ୟାନ କରିବା ସହିତ ୫ରୁ ୧୦ ମିନିଟ ବ୍ୟାୟାମ କରନ୍ତୁ।