Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ବଦଳିଲା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କ ଠିକଣା । ମୁଖ୍ୟମନ୍ତ୍ରୀ କ୍ୱାର୍ଟର୍ସ ଖାଲି କରିଛନ୍ତି କେଜ୍ରିୱାଲ । ପରିବାର ସମେତ ଫେରୋଜଶାହ ରୋଡକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ୍ୱାର୍ଟର୍ସ ଖାଲି କରିବା ନେଇ ବିରୋଧୀଦଳ ପ୍ରଶ୍ନ ଉଠାଇଥିଲେ ।


Headlines 02- ତିରୁପତି ଲଡୁ ବିବାଦର ତଦନ୍ତ ପାଇଁ ଗଠନ ହେବ ନୂଆ SIT ଟିମ୍ । ଏନେଇ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଆନ୍ଧ୍ର ସରକାରଙ୍କ ଦ୍ବାରା ଗଠିତ SIT ବଦଳରେ ନୂଆ SIT ଟିମ୍ ତଦନ୍ତ କରିବ ବୋଲି କୁହାଯାଇଛି । ନୂଆ ଟିମ୍‌ରେ ୨ ପୋଲିସ, ୨ CBI ଓ FSSAIର ଜଣେ ଅଧିକାରୀ ରହିବେ ବୋଲି କୁହାଯାଇଛି । SIT ତଦନ୍ତର ଅନୁଧ୍ୟାନ କରିବେ CBI ନିର୍ଦ୍ଦେଶକ ।


Headlines 03- ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ବିଜ୍ଞପ୍ତି ଜାରି ହୋଇଛି । ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ ଏବଂ ‘ଗ’ ଓ 'ଘ' ବର୍ଗ ପଦବୀରେ ନିର୍ଦ୍ଧାରିତ ବୟସସୀମା ୩ ବର୍ଷ କୋହଳ କରାଯିବ । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ମିଳିବ ।


Headlines 04- ହବିଷ୍ୟାଳୀ ଯୋଜନା ପାଇଁ ୬ ତାରିଖରୁ ଆବେଦନ ଆରମ୍ଭ ହେବ । କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଅକ୍ଟୋବର ୬ରୁ ୧୧ ତାରିଖ ଯାଏଁ http://edistrict.odisha.gov.inରେ ଆବେଦନ କରାଯାଇପାରିବ । ୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।


Headlines 05- ସମ୍ବଲପୁର ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସ ଉପରେ ଦୁର୍ବୁତ୍ତର ଆକ୍ରମଣ । କନଷ୍ଟେବଲଙ୍କୁ ହାଣି ପାପୁଲି ଛିଡ଼ାଇ ଦେଲା ଦୁର୍ବୃତ୍ତ । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ କନେଷ୍ଟବଳ ସରୋଜ ଭୋଇ । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।


Headlines 06-  ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ୱାର୍‌ରୁମ୍‌ ସାଜିଥିବା ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ରାଜନୀତି ପାଇଁ ଖୋଲା ହୃଦୟ ଲୋଡ଼ା, ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବକୁ ଯାଇ ରାଜନୀତି ହେଉ, ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି ତେଣୁ ତାହାକୁ ରାଜଭବନକୁ ଟଣା ନଯାଉ ।


Headlines 07- କଟକ ଜଗତପୁରରେ ଅପମିଶ୍ରିତ ଘିଅ ରେଡ୍ ପରେ ତାକୁ କେଉଁ ସ୍ଥାନକୁ ପଠାଯାଉଥିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଘିଅରେ ବିଷାକ୍ତ ପଦାର୍ଥ ମିଶୁଥିବାର ଅଭିଯୋଗ ହୋଇଛି । ଏକ ବଡ଼ ହାଣ୍ଡିରେ ଅସଲି ଘିଅରେ ମିଶୁଥିଲା ନକଲି ତେଲିଆ ଚିକିଟା ପଦାର୍ଥ। ତାପରେ ଗରମ କରି ତାକୁ ଡବା ଭର୍ତ୍ତି କରି ବିକ୍ରି କରୁଥିଲେ ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ କେନ୍ଦ୍ରାପଡ଼ା ଶ୍ରୀବଳଦେବ ଜୀଉ ମନ୍ଦିରରେ ବ୍ୟବହୃତ ଓମଫେଡ ଘିଅରୁ ପଚା ଦୁର୍ଗନ୍ଧ ବାହାରିବା ପରେ ସାଧାରଣରେ ପ୍ରଶ୍ନ ଉଠୁଛି ବଜାରରେ ବିକ୍ରି ହେଉଥିବା ଓମଫେଡ ଅସଲି ନା ନକଲି । ସେହିପରି ଜଗତସିଂହପୁର ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଫୁଡ୍‌ ଇନ୍ସପେକ୍ଟରଙ୍କ ଯାଞ୍ଚ କରିଛନ୍ତି । ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନିଆଯାଇଛି ।


Headlines 08- ଜିଲ୍ଲା ଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ କରାଯାଇଛି। କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ଦୋକାନ, ବଜାର ସହ ଯାନବାହନ ଚଳାଚଳ ବନ୍ଦ ରହିଛି। ଘରୋଇ ବସ ମାଲିକ ସଂଘ, ଲରି ଆସୋସିଏସନ, ଡ୍ରାଇଭର ସଂଘ, ଜିଲ୍ଲା ଓକିଲ ସଂଘ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ପାର୍ବଣ ସମୟ ଓ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯୋଗୁ ସେମାନଙ୍କ ପାଇଁ କୋହଳ କରାଯିବ। ବିଶେଷ କରି ଜରୁରୀ କାଳିନ ସେବାକୁ ବ୍ୟାହତ କରାଯିବ ନାହିଁ। 


Headlines 09- ଲାଞ୍ଚ ନେଇ ଧରାପଡିଲେ ପାଟଣାଗଡ଼ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । ମନରେଗା କାର୍ଯ୍ୟ ବିଲ କରାଇଦେବାକୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଏବେ ପୁଣି ଟଙ୍କା ନେଉଥିଲେ ବୋଲି ଅଭିଯୋଗ ରହିଛି ।


Headlines 10- ପାଣିପାଗ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ଉପକୂଳ ଓଡ଼ିଶା ସମେତ ମୟୂରଭଂଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।  ଆସନ୍ତା ୬ ଓ ୭ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ  ଓଡି଼ଶାରେ ହାଲୁକା ବର୍ଷା ହୋଇପାରେ। ୮ ତାରିଖ ବେଳକୁ ରାଜ୍ୟରେ ପୁଣି ଥରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୧ ଓ ୧୨ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 


Also Read- Weekly Financial Horoscope: କେମିତି ବିତିବ ଅକ୍ଟୋବର ଦ୍ୱିତୀୟ ସପ୍ତାହ, ପଢନ୍ତୁ ରାଶିଫଳ


Also Read- Entertainment News: "ଖୋକା ଭାଇ ତୁମ ପାଇଁ"ର ଟ୍ରେଲର ରିଲିଜ