Top 10 News Today: 


COMMERCIAL BREAK
SCROLL TO CONTINUE READING

01- ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ସେପ୍ଟମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ,  ୨୫ ସେପ୍ଟମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ, ୧ ଅକ୍ଟୋବରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ୍ ଗଣତି ୪ ତାରିଖରେ ଅନୁଷ୍ଠିତ ହେବ ଏବଂ ୬ ଅକ୍ଟୋବର ସୁଦ୍ଧା ଶେଷ ହେବ ନିର୍ବାଚନ ପ୍ରକ୍ରିୟା। ସେହିପରି ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବ। ଅକ୍ଟୋବର ୧ ତାରିଖରେ ହେବ ଭୋଟିଂ। ୪ ତାରିଖରେ ପ୍ରକାଶ ପାଇବ ଫଳାଫଳ। ୫ ତାରିଖରେ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ୧୨ ସେପ୍ଟେମ୍ବରରୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା। ୧୬ ସେପ୍ଟାମ୍ବର ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ହେବ। ୬ ଅକ୍ଟୋବର ସୁଦ୍ଧା ଶେଷ ହେବ ନିର୍ବାଚନ ପ୍ରକ୍ରିୟା। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏନେଇ ଏକ ସାମ୍ଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 


02- ଭାରତ ଶୁକ୍ରବାର ଦିନ ଏହାର ନୂତନ ରକେଟ୍-କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ (SSLV) ସହିତ ଦୁଇଟି ଉପଗ୍ରହକୁ କକ୍ଷପଥରେ ସଫଳତାର ସହ ଉତକ୍ଷେପଣ କରିଛି। ଏହାର ତୃତୀୟ ତଥା ଅନ୍ତିମ ବିକାଶମୂଳକ ଉଡ଼ାଣରେ, SSLV-D3 ପୃଥିବୀ ଅବଜରଭେସନ୍ ସାଟେଲାଇଟ୍-୦୮ (EOS-08)ର ଓଜନ ପ୍ରାୟ ୧୭୫.୫ କିଲୋଗ୍ରାମ ଏବଂ ଚେନ୍ନାଇ ଭିତ୍ତିକ ଷ୍ଟାର୍ଟ ଅପ୍ ସ୍ପେସ୍ ରିକ୍ସାର SR-0 ଉପଗ୍ରହରେ ସ୍ଥାନିତ ହୋଇଛି। ଏହି ମିଶନ ବିଷୟରେ କହିବାକୁ ଗଲେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଅଧ୍ୟକ୍ଷ ଡ. ସୋମନାଥ କହିଛନ୍ତି, SSLVର ତୃତୀୟ ବିକାଶ ବିମାନ ସଫଳତାର ସହିତ ସମାପ୍ତ ହୋଇଛି। SSLV ବିକାଶ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଆମେ SSLV ଟେକ୍ନୋଲୋଜିକୁ ଶିଳ୍ପକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଅଛୁ। ସୋମନାଥ ଏହା ମଧ୍ୟ କହିଛନ୍ତି ଯେ ଉପଗ୍ରହଗୁଡ଼ିକୁ ଯୋଜନାବଦ୍ଧ କକ୍ଷପଥରେ ରଖାଯାଇଛି ଏବଂ ଏଥିରେ କୌଣସି ବିଘ୍ନ ନାହିଁ। 


03- କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମଗ୍ର ଦେଶରେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ଚଣ୍ଡିଗଡ଼ରେ ଜୁନିଅର ଡକ୍ଟର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ମଧ୍ୟ ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ହେଉଛି । ଭୁବନେଶ୍ବର ଏମ୍ସ,ଏସ୍‌ସିବି, ଭୀମସାର ଓ ଏମ୍‌କେସିଜିରେ ଆନ୍ଦୋଳନ କରାଯାଉଛି । ଫଳରେ ଜରୁରିକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି । 


04- ଶୁକ୍ରବାର ତାଇୱାନକୁ ପୁଣିଥରେ ଦୋହଲାଇଛି ଭୂମିକମ୍ପ । ୨୪ ଘଣ୍ଟାରେ ଦ୍ୱିତୀୟ ଥର ଭୂକମ୍ପ ଅନୁଭୂତ ହୋଇଛି । ଘରର ଆସବବାବ ପତ୍ର ଦୋହଲିବା କାରଣରୁ ଲୋକମାନେ ଭୟରେ ଘରୁ ବାହାରି ଖୋଲି ସ୍ଥାନକୁ ଚାଲିଯାଇଛନ୍ତି । ପୂର୍ବ ସହର ହୁଆଲିଏନ୍ ଠାରୁ ୩୪ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିବା ନେଇ ସୂଚନା ମିଳିଛି । ଭୂମିକମ୍ପର ତୀବ୍ରତା ୬.୩ ମ୍ୟାଗ୍ନିଚ୍ୟୁଡର ରେକର୍ଡ କରାଯାଇଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।


05- କେନ୍ଦ୍ରାପଡା ଏସିଏସଓ ପ୍ରଦୀପ ମହାପାତ୍ରଙ୍କ ଘର ସମେତ ଲିଙ୍କ୍ ଥିବା ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି । ଭୁବନେଶ୍ବରରେ ୨ ମହଲା ଏବଂ କଟକରେ ଏକ ମହଲା କୋଠା ପ୍ରଦୀପଙ୍କର ରହିଛି । ଏଥିସହ ଭୁବନେଶ୍ବର ଏବଂ କଟକରେ ୪ଟି ପ୍ଳଟ୍‌ ମଧ୍ୟ ଠାବ କରାଯାଇଛି । କୋଟିଏ ଟଙ୍କାର ବ୍ୟାଙ୍କ ଜମା ସହ ଅନ୍ୟାନ୍ୟ ଜମା ରହିଥିବା ସୂଚନା ମିଳିଛି । ନଗଦ ୧.୨୧ ଲକ୍ଷ ଟଙ୍କା ସହ କାର ଏବଂ ୨ଟି ବାଇକ ଜବତ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗ ମିଳିବା ପରେ ରେଡ୍‌ ଜାରି ରହିଛି ।


06- କଟକ SCBରେ ୨ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଘଟଣାରେ DMET ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, SCBରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ସମସ୍ତ ରିପୋର୍ଟ ପ୍ରସ୍ତୁତ ହୋଇ ସାରିଛି ରିପୋର୍ଟରେ ଯାହା ଉଲ୍ଲେଖ ରହିଛି ତାହା ରାଜ୍ୟ ସରକାର ହିଁ ଜଣାଇବେ ।


07- ଓଡ଼ିଶା ପୁଲିସର ନୂତନ ଡିଜିପି ହୋଇଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର୍ ଯୋଗେଶ ବାହାଦୁର ଖୁରାନିଆ ଓଡିଶାର ନୁଆ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି) ଆଜି ତାଙ୍କ ନାଁ ଘୋଷଣା କରାଯାଇଛି। ସେ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇଥିଲେ। ୱାବି ଖୁରାନିଆ ପୂର୍ବରୁ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି। ସେହିପରି ଭୁବନେଶ୍ୱର-କଟକ କମିସନରେଟ ପୁଲିସର କମିସନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଡିଜିପି ପାଇଁ ତାଙ୍କ ନାମ ସୁପାରିସ କରାଯାଇ ଥିଲା। 


08- ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ୭ଟି ସିମ୍‌ବକ୍ସ ଠାବ କରିଛି ପୋଲିସ । ସ୍ପେଶାଲ ସ୍କ୍ବାଡ୍‌ ଏବଂ ଲକ୍ଷ୍ମୀସାଗର ପୋଲିସର ମିଳିତ ରେଡ୍‌ ହେବା ସହ ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଲୋକଙ୍କୁ ପ୍ରଲୋଭିତ କରିବା ତଥା ବିଭିନ୍ନ ଫ୍ରଡ୍‌ କଲ୍‌ ପାଇଁ ଉକ୍ତ ସିମ୍ ବ୍ୟବହୃତ ହେଉଥିଲା ବୋଲି କୁହାଯାଉଛି । 


09- ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷିତ ହୋଇଛି । ଚର୍ଚ୍ଚିତ ଫିଲ୍ମ କନ୍ତାରା ପାଇଁ ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି । ସେହିପରି ଥିରୁଚିତ୍ରାମ୍ବଲମ ସିନେମା ପାଇଁ ନିତ୍ୟା ମେନନ୍ ଏବଂ  କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି । 'ଗୁଲମୋହର' ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ମନୋନୀତ ହୋଇଥିବା ସମୟରୋ ଓଡ଼ିଆ ସିନେମା 'ଦମନ'କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବୋଲି ବିବେଚନା କରାଯାଇଛି । 


10- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି 


Also Read- Lucky Zodiac Sign: ୧୬ ଅଗଷ୍ଟରେ ଲକ୍ଷ୍ମୀ ନାରାୟଣ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ


Also Read- Mars Transit 2024: ଶୁଭ ମଙ୍ଗଳ ଯୋଗ, ୫ରାଶିର ଅସୁବିଧା ହେବ ଦୂର