Top 10 News: ଡୋକରୀ ଘାଟି ବସ୍ ଦୁର୍ଘଟଣାରେ ୩ ମୃତ ଓ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today
Headlines 01- ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆକଳନ ସମୟ ଅବଧି ବଢ଼ାଇବେ ରାଜ୍ୟ ସରକାର। ଆବେଦନ ସମୟକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଷୀଭାଈମାନେ ଆମ ଦେଶର ମେରୁଦଣ୍ଡ ଏବଂ ଆମର ଅନ୍ନଦାତା ତେଣୁ ସେମାନଙ୍କ ପ୍ରତି କୌଣସି ଅବହେଳା କରାଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 02- କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡୋକରୀ ଘାଟିରେ ବସ୍ ଦୁର୍ଘଟଣା ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Headlines 03- ବ୍ୟାଙ୍କକରୁ ଦକ୍ଷିଣ କୋରିଆକୁ ଆସୁଥିବା 7C2216 ବିମାନଟି ଜୋଲା ପ୍ରଦେଶର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେଜୁ ଏୟାରଲାଇନ୍ସର ବୋଇଂ ୭୩୭-୮୦୦ ବିମାନ ଅବତରଣ କରିବା ସମୟରେ ରନୱେରୁ ଖସି ଯାଇଥିଲା। ଖସିବା ସମୟରେ ବିମାନବନ୍ଦରର ଶେଷ ଭାଗରେ ରହିଥିବା ଏକ ପାଚେରୀ ସହିତ ପିଟି ହୋଇଥିଲା। ଫଳରେ ବିମାନଟିରେ ନିଆଁ ଲାଗିଯାଇଥିଲା। ବିମାନରେ ଯାତ୍ରୀ ଏବଂ କର୍ମଚାରୀଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ । ସେମଧ୍ୟରୁ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Headlines 04- ବର୍ଷର ଶେଷ ତଥା ୧୧୭ ତମ 'ମନ୍ କି ବାତ୍' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି । ସେସବୁ ମଧ୍ୟରେ ସମ୍ବିଧାନ, କୃଷକ, କର୍କଟ ଏବଂ ଏଆଇ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ବିଧାନ ଆମ ପାଇଁ ଏକ ମାର୍ଗଦର୍ଶିକା ସଦୃଶ। ଯଦି ମୁଁ ଆଜି ଆପଣଙ୍କ ସହ କଥାବାର୍ତ୍ତା କରିବାକୁ ସକ୍ଷମ ହୋଇପାରୁଛି, ତେବେ ଏହା ସମ୍ବିଧାନ ହେତୁ ସମ୍ଭବ ହୋଇଛି। ଆଜିର ମନକି ବାତ୍ ରେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ଉଦାହରଣ ଦେଇ ପରିବା ବିପ୍ଲବ କଥା କହିଥିଲେ ପ୍ରଧାନମନ୍ତ୍ରୀ ।
Headlines 05- OCA ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ବବି ଦାସ ଇସ୍ତଫା ଦେଇଥିବା ନେଇ କହିଛନ୍ତି ସମ୍ପାଦକ ସଞ୍ଜୟ ବେହେରା। ତେବେ ଇସ୍ତଫା ଦେବାର କାରଣ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି ବବି । ସେପଟେ ୪୫ ଦିନ ଭିତରେ ନିର୍ବାଚନ କରାଯାଇ OCA ସଭାପତି ଚୟନ କରାଯିବ। ୨୦୨୨ ଅକ୍ଟୋବର ୨୮ ତାରିଖରେ ନିର୍ବାଚିତ ହୋଇଥିଲେ ପ୍ରଣବ ପ୍ରକାଶ ଦାସ। ପାଖାପାଖି ୨ ବର୍ଷରୁ ଅଧିକ ସମୟ ଧରି ଥିଲେ ବବି ଦାସ। ତେବେ ହଠାତ୍ ତାଙ୍କ ଇସ୍ତଫାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଜୋର ଧରିଛି।
Headlines 06- ବାଘୁଣୀ ଜିନତକୁ ଟ୍ରାଙ୍କୁଲାଇଜ୍ କରାଯାଇଛି । ପଶ୍ଚିମବଙ୍ଗ ବାଙ୍କୁରାରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ସୂଚନା ମିଳିଛି । ଟ୍ରାଙ୍କୁଲାଇଜ ପରେ ଏବେ ଜନ୍ତାରେ ଜିନତକୁ ରଖାଯାଇଛି । ଏନେଇ ବନ୍ୟପ୍ରାଣୀ PCCF ସୂଚନା ଦେଇଛନ୍ତି । ଆଗକୁ ଜିନତର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସେଥିପାଇଁ ତାକୁ ଆଲିପୁର ନିଆଯିବ ବୋଲି PCCF କହିଛନ୍ତି ।
Headlines 07- ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଲରେ ପହଞ୍ଚି ଚାଷୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଥମେ ନୟାଗଡ଼ ପରେ ଗଜପତି ପରେ ଗଂଜାମ ରଙ୍ଗେଇଲୁଣ୍ଡା ପହଞ୍ଚିଛନ୍ତି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆଶ୍ଵାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
Headlines 08- ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଂହଦ୍ବାର ପତିତପାବନ ଗୁମୁଟରେ ରୂପା ଛାଉଣୀ କାର୍ଯ୍ୟ ଚାଲିଛି । ମହାରାଷ୍ଟ୍ରର ଚାନ୍ଦି କାରିଗର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଶ୍ରୀମନ୍ଦିରକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଡିସେମ୍ୱର ୩୧ ଓ ଜାନୁଆରୀ ୧ରେ କେବଳ ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ । ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଭକ୍ତ।
Headlines 09- ଐତିହାସିକ ବରଗଡ ଧନୁଯାତ୍ରା ଏଥର ଓଡ଼ିଆ ଅସ୍ମିତାର ପରିଚୟ ହେବ । ଧନୁଯାତ୍ରା ଖର୍ଚ୍ଚ ବାବଦକୁ ସରକାରଙ୍କ ପକ୍ଷରୁ ଦେଢ଼ କୋଟି ଟଙ୍କା ପ୍ରଦାନ କରାଯିବ । NSD ପକ୍ଷରୁ ଧନୁଯାତ୍ରାର ବୃତ୍ତ ଚିତ୍ର ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
Headlines 10- ନୂଆ ବର୍ଷରୁ ପୁଣି ବଢିବ ଶୀତ । ବିଦାୟୀ ବର୍ଷ ୨୦୨୪ର ଶେଷ ରାତି ଅର୍ଥାତ ଡିସେମ୍ବର ୩୧ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ହେବ। ବଢିବ ଥଣ୍ଡାର ପ୍ରକୋପ। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Also Read- Lakshmi Narayan Rajyog: ନୂଆ ବର୍ଷରେ ଲକ୍ଷ୍ମୀ ନାରାୟଣ ଯୋଗ, ମିଥୁନ, କର୍କଟ ସହ ଏହି ରାଶିକୁ ଲାଭ
Also Read- Garlic Benefits in Winter: ଏହି ଜିନିଷରେ ମିଶାଇ ଖାଆନ୍ତୁ ୨ ପାଖୁଡା ରସୁଣ, ମିଳିବ ଚମତ୍କାରୀ ଲାଭ