Top 10 News Headlines:


COMMERCIAL BREAK
SCROLL TO CONTINUE READING

1. ଅଯୋଧ୍ୟାରେ ଆଜି ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ସନାତନ ପୂଜା ବିଧି ଅନୁସାରେ ଦିନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହୋଇଥିଲା।  ପୂର୍ବ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ୧୨ଟା ୨୯ ମିନିଟ୍‍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ସମୟକୁ ଅତ୍ୟନ୍ତ ଗୁରୁତ୍ୱ ଦିଆାଯାଇଥିଲା।  ଏହି  ୮୪ ସେକେଣ୍ଡ ସମୟ ଭିତରେ ହିଁ ପ୍ରାଣ ପ୍ରତିଷ୍ଠା ନୀତି ଅନୁସରଣ କରାହୋଇଥିବା ସୂଚନା ମିଳିଛି।


2. ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜିର ଦିନକୁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ କହିବା ସହ ଆଜିଠାରୁ ଆସନ୍ତା ୧ହଜାର ବର୍ଷ ଯାଏ ଭାରତକୁ ଭବ୍ୟ, ସଶକ୍ତ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ଗଢ଼ିତୋଳିବାର ମୂଳଦୂଆ ପଡ଼ିଲା ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ରାମ ହେଉଛନ୍ତି ଶକ୍ତି ଅଗ୍ନି ନୁହଁନ୍ତି ଏବଂ ସେ ସମାଧାନ ସମସ୍ୟା ନୁହନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 


3. ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଅଯୋଧ୍ୟାର ନବ ନିର୍ମିତ ମନ୍ଦିରକୁ ଭବ୍ୟ, ଦିବ୍ୟ ପରିବେଶ ସୃଷ୍ଟି କରିଥିଲ। ତାହାକୁ ଫୁଲ ରଙ୍ଗ, ଆଲୋକମାଳାରେ ଆକର୍ଷଣୀୟ ଭାବେ ସଜା ଯାଇଥିଲା। ପ୍ରଭୁ ଶ୍ରୀ ରାମଲାଲାଙ୍କୁ ମଧ୍‍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରାଣ ପ୍ରତିଷ୍ଠା ପରେ ପ୍ରତି ମିଡିଆ ଓ ସୋଶାଲ ମିଡିଆରେ ଶ୍ରୀ ରାମଲାଲାଙ୍କ ପ୍ରତିମୂର୍ତ୍ତିର ଫଟୋ ଓ ଭିଡିଓ ଦେଖିବାକୁ ମିଳିଛି। 


4. ନବନିର୍ମିତ ଶ୍ରୀ ରାମଲାଲା ମନ୍ଦିରରେ ରହିଛି ୪୪ଟି ଦ୍ୱାର। ୩୯୨ଟି ଖମ୍ବ ଉପରେ ଠିଆ ହୋଇଥିବା ଏହି ମନ୍ଦିର ୩ ମହଲା ବିଶିଷ୍ଟ। ଗୋଟିଏ ମହଲା  ୨୦ ଫୁଟ ଉଚ୍ଚ। ସମୁଦାୟ ୧୬୧ ଫୁଟ ଉଚ୍ଚ ଏହି ମନ୍ଦିରର ଲମ୍ବା ୩୮୦ ଫୁଟ ହୋଇଥିବାବେଳେ ଚଉଡ଼ା ୨୫୦ ଫୁଟ। ଚାରି କୋଣରେ ରହିଛି ୪ ମଦନ୍ଦିର। ଗୋଟିଏ ସୂର୍ଯ୍ୟ ଦେବଙ୍କ ହୋଇଥିବା ବେଳେ ଅନ୍ୟ ତିନୋଟି ଯଥାକ୍ରମେ ଭଗବତୀ, ଗଣେଶ ଏବଂ ଶିବଙ୍କୁ ଉତ୍ସର୍ଗୀକୃତ। 


5. ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶ ବିଦେଶର ଅତିଥିଙ୍କ ଗହଣରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସାମିଲ୍‍ ହୋଇଛନ୍ତି। ମହାରାଣୀ ଲଳିତା ପାଟ ମହାଦେଈଙ୍କ ସହ ଗଜପତି ମହାରାଜା ଯୋଗ ଦେଇଥିଲେ। 


6. ଆସନ୍ତା କାଲିଠାରୁ ଅଯୋଧ୍ୟାର ଶ୍ରୀ ରାମମନ୍ଦିର ଭକ୍ତଙ୍କ ନିମନ୍ତେ ଉନ୍ମୁକ୍ତ କରାଯିବ। ଏଥିପାଇଁ ରାତି ୪ଟାରୁ ମନ୍ଦିର ଖୋଲି। କିନ୍ତୁ ନୀତି କାନ୍ତି ଶେଷ ହେବା ପରେ ୮ଟା ବେଳକୁ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ରାମଲାଲା ବିଶେଷ ଉତ୍ସବରେ ହଳଦିଆ ରଙ୍ଗର ବସ୍ତ୍ର ରିଧାନ କରିବେ। ଏହା ବ୍ୟତୀତ ସୋମବାର ଦିନ ଧଳା, ମଙ୍ଗଳବାର ଦିନ ନାଲି, ବୁଧବାର ଦିନ ସବୁଜ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ହାଲୁକା ହଳଦିଆ, ଶନିବାର ଦିନ ନୀଳ ଏବଂ ରବିବାର ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରିବେ। ଦିନର ଶେଷ ସନ୍ଧ୍ୟା ଆରତୀ ସନ୍ଧ୍ୟା ୭ ଟାରେ ହେବ।


7. ଭାରତରେ ପ୍ରଥମଥର ପାଇଁ ହାଇପର ଲୋକାଲ ନ୍ୟୁଜ୍‍ ପ୍ରସାରଣ କରିବା ପାଇଁ ଏଆଇ ଭିତ୍ତିକ ନ୍ୟୁଜ୍‍ ଆପ୍‍ ଆରମ୍ଭ କରିଛି ଏସେଲ୍‍ ଗ୍ରୁପ୍‍ । ପିନ୍‍କୋଡ୍‍ ଭିତ୍ତିରେ ନ୍ୟୁଜ୍‍ ଏଥିରେ ଲୋକେ ପାଇପାରିବେ। ପ୍ରଥମଥର ପାଇଁ ଲୋକଙ୍କ ଆବଶ୍ୟକତାକୁ ଦେଖି ସେହି ଅଞ୍ଚଳର ନ୍ୟୁଜ୍‍ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି।


8. ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ଅଯୋଧ୍ୟାକୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଯାଉନାହାଁନ୍ତି। ସେ ଦିଲ୍ଲୀ ବାସଭବନରେ ରହି ଏହି ବିଶାଳ ସମାରୋହକୁ ଉପଭୋଗ କରିବେ। ୯୬ ବର୍ଷିୟ ଲାଲ କୃଷ୍ଣ ଆଡଭାନୀ ପ୍ରବଳ ଶୀତ ଏବଂ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନେଇଥିବା ନେଇ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇସାରିଛି, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ହଠାତ୍ ଏହାକୁ ପରିବର୍ତ୍ତନ କରିବାକୁ ପଡିଲା।


9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରାଣପ୍ରତିଷ୍ଠା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗଓ୍ୱତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଣ ପ୍ରତିଷ୍ଠା ସରିଲା ପରେ ସେମାନା ଗର୍ଭଗୃହ ବେଢ଼ା ପରିକ୍ରମା କରିଥିଲେ। 


10. ଖୁବ୍‍ଶୀଘ୍ର ଗୁଗଲ୍‍ ନିଜସ୍ୱ କ୍ରୋମ୍‍ ବ୍ରାଉଜରର ‘ଇନ୍‍କଗ୍‍ନିଟୋ’ ଓ୍ୱିଣ୍ଡୋକୁ ବେକାର ବୋଲି ଘୋଷଣା କରିବାକୁ ଯାଉଛି। ଏହାଦ୍ୱାରା ଡେଟା ସୁରକ୍ଷା ହୁଏ ନାହିଁ କି ତୃତୀୟ ପକ୍ଷକୁ ଡେଟା ସ୍ଥାନାନ୍ତର ହୁଏ ନାହିଁ ବୋଲି ଯାହା କୁହାଯାଉଛି ତାହା ଅସତ୍ୟ ସ୍ପଷ୍ଟ କରିବ। ଅଦାଲତରେ ଏକ ୫ ବିଲିୟନ୍‍ ଡଲାର ମାମଲା ଲଢ଼ି ପରାଜିତ ହେବା ପରେ ଗୁଗଲ ଏହି ସୂଚନା ଜନସାଧାରଣଙ୍କୁ ଦେବାକୁ ଯାଉଛି।


Also Read- Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ସମାରୋହ: ଯୋଗଦେଲେ ପୁରୀ ଗଜପତି ମହାରାଜା