Top 10 News headlines in Odia | 24th Jan | Afternoon: 1. Mayurbhanj accident: ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। । ବାଙ୍ଗିରିପୋଷି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ପଡ଼ିବାରୁ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨ ଜଣ ଗୁରୁତର ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

2. Odisha Junior Teacher Recruitment: ଓଡ଼ିଶା ସରକାର ଓଡ଼ିଶା ହାଇକୋର୍ଟରେ ଜବାବ ଦାଖଲ କରି କହିଛନ୍ତି ଯେ ଜିଲ୍ଲା ଅନୁଯାୟୀ ଯୋଗ୍ୟତା ତାଲିକା ପ୍ରକାଶ ପାଇଛି। ପୂର୍ବରୁ ପ୍ରକାଶିତ ତାଲିକାଗୁଡ଼ିକ ପ୍ରତ୍ୟାହାର ହୋଇଛି କି ନାହିଁ ତାହା ଉପରେ ଆଫିଡେଭିଟ୍ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ସରକାରଙ୍କୁ କହିଛନ୍ତି। ଜାନୁଆରୀ ୩୦ ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।


3. Odia Vishwavidyalaya: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସକୁ ଭର୍ଚ୍ଚୁଆଲ ମୋଡ଼ରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ। 


4. Air India Fined: ସୁରକ୍ଷା ନିୟମ ଭଙ୍ଗ କରିବା ପାଇଁ ଏୟାର ଇଣ୍ଡିଆ ଉପରେ ୧.୧ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ବିମାନ ଚଳାଚଳ ନିୟାମକ ପ୍ରାଧିକରଣ ମହାନିର୍ଦ୍ଦେଶକ ବେସାମରିକ ବିମାନ ଚଳାଚଳ (ଡିଜିସିଏ) ବିମାନ କମ୍ପାନୀ ଉପରେ ଏହି ଜରିମାନା ଲଗାଇଛି। କହି ରଖୁଛୁ ଯେ ଏକ ସପ୍ତାହ ମଧ୍ୟରେ ବିମାନ ସେବା ବିରୋଧରେ DGCA ର ଏହା ହେଉଛି ଦ୍ୱିତୀୟ ବଡ଼ ଆକ୍ସନ ।


5. Keonjhar News: କେନ୍ଦୁଝର ଯୋଡ଼ାରେ ଅଘଟଣ। ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ, ସୌଭାଗ୍ୟ ବଶତଃ ଜଣେ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ହେଲେ ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର।


6. Odisha Weather Update: ରାଜ୍ୟର ବିଭିନ୍ନ ସ୍ଥାନରେ ଝିପଝିପ ବର୍ଷା ଆରମ୍ଭ ହୋଇଛି। କୋହଲା ପାଗ ସାଙ୍ଗକୁ ଜାରି ରହିଛି ବର୍ଷାର କହର। ଦକ୍ଷିଣ ଉପକୂଳ ଓଡିଶା ସମେତ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା । ୨୬ ଅର୍ଥାତ ଶୁକ୍ରବାର ଠାରୁ ପାଗରେ ପରିବର୍ତ୍ତନର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


7. Mamata Banerjee Car Accident: ବୁଧବାର ଦିନ ଏକ କାର ଦୁର୍ଘଟଣାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆଘାତ ପାଇଛନ୍ତି। ଅନ୍ୟ ଏକ ଗାଡିକୁ ଧକ୍କା ନ ଦେବା ହଠାତ୍ ମମତା ବାନାର୍ଜୀଙ୍କ କାରରେ ବ୍ରେକ୍ ଲଗା ଯାଇଥିଲା ଯାହାଫଳରେ ଏହି ଦୁର୍ଘଟଣା ଘଟିଛି।


8. Crude Oil Price Decreasing Process Impact: ଦେଶରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେବାର ପ୍ରଭାବକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ଦ୍ୱିତୀୟ ଥର ପାଇଁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି। ଅଶୋଧିତ ତୌ ଳର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୮୦ ଡଲାରରେ ପହଞ୍ଚିଛି। ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଯୋଗୁଁ ସରକାରୀ ତୌଳ ମାର୍କେଟିଂ କମ୍ପାନୀଗୁଡିକ ଲିଟର ପେଟ୍ରୋଲ ପିଛା ୧୧ ଟଙ୍କା ଏବଂ ଡିଜେଲ ପିଛା ୬ ଟଙ୍କା ଲାଭ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାରତୀୟମାନେ ଖୁବ୍ ଶିଘ୍ର ଶସ୍ତାରେ ତେଲ ପାଇପାରନ୍ତି।


9. IPL 2024 Schedule Update: ଆସନ୍ତା ଲୋକସଭା ନିର୍ବାଚନ ଯୋଗୁଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ତାରିଖକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏହି ପରିପ୍ରେକ୍ଷୀରେ ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମାଲ ଏକ ବଡ ଅପଡେଟ୍ ଦେଇଛନ୍ତି। ସେ ଏକ ବଡ ସୂଚନା ଦେଇଛନ୍ତି ଯେ ଏହି ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଦୁଇଟି ଭାଗରେ ବିଭକ୍ତ ହୋଇ ଆସିପାରେ ।


10. India vs England 1st Test: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଚ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ୨୫ ଜାନୁଆରୀରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ଦଳ ଏହି ହାଇଦ୍ରାବାଦ ଟେଷ୍ଟ ପାଇଁ ପ୍ଲେଇଂ ଇଲେଭେନ ଘୋଷଣା କରିଛି। ଦଳରେ ଜ୍ୟାକ କ୍ରୋଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ବେନ୍ ଫୋକ୍ସ, ରେହାନ ଅହମ୍ମଦ, ଟମ ହାର୍ଟଲି, ମାର୍କ ୱୁଡ ଓ ଜ୍ୟାକ୍ ଲିଚଙ୍କୁ ସ୍ଥାନ ମିଳିଛି।