Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Top News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।
Top 10 News Today
01- Service Provider Agency ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା Outsourcing କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ। ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ ।
02- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶା କର୍ମୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
03- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (୭ ମାର୍ଚ୍ଚ) ଜମ୍ମୁ କାଶ୍ମୀରରେ ଲୋକଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଧାରା ୩୭୦ ନାମରେ ଲୋକଙ୍କୁ ବିଭ୍ରାନ୍ତ କରିଛନ୍ତି। ୟୁନିଅନ୍ ଟେରିଟୋରୀର ରାଜଧାନୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସେ ଏଠାରେ 'ବିକଶିତ ଭାରତ, ବିକଶିତ ଜମ୍ମୁ କାଶ୍ମୀର' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
04- ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ ।
05- ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢ଼ିଲା ଅଡୁଆ । ମାର୍ଚ୍ଚ ୧୬ରେ ହାଜର ହେବାକୁ ରାଉଜ ଏଭିନ୍ୟୁ କୋର୍ଟ ପଠାଇଲେ ସମନ । ଏବେ ଅଦାଲତରେ ମୁହାଁମୁହିଁ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରବର୍ତନ ନିର୍ଦେଶାଳୟ ।ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ପକ୍ଷରୁ ବାରମ୍ବାର ସମନ ଜାରି କରାଯାଇଥିଲେ ବି ଏହାକୁ ଅଣଦେଖା କରି ଆସୁଥିଲେ କେଜ୍ରିୱାଲ ।
06- ଶୁକ୍ରବାର ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ଜାଗର ତଥା ମହାଶିବରାତ୍ରୀ ବ୍ରତ ପାଳନ ହେବ। ପ୍ରଭୁଙ୍କ ନିକଟରେ ରାତ୍ରୀର ୨ୟ ପ୍ରହର ପୂଜା ପରେ ଅର୍ଥାତ୍ ରାତି ୧ ଘଟିକାରୁ ୨ ଘଟିକା ମଧ୍ୟରେ ମହାଦୀପ ଉଠିବ। ପରେ ପ୍ରଭୁଙ୍କ ୪ ପ୍ରହର ପୂଜା ଅନୁଷ୍ଠିତ ହେବ। ଭୋର ସାଢେ ୩ଟାରୁ ୪ଟା ମଧ୍ୟରେ ପହଡ ଖୋଲାଯାଇ ମଙ୍ଗଳଆଳତୀ, ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଧୂପ, ସିଙ୍କୁଡି ଭୋଗ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବ ବୋଲି ଧବଳେଶ୍ୱର ପୂଜକ ସମିତିର ସଂପାଦକ ନରେନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି। ସେହିପରି ରାତି ୧୦ ଟାରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।
07- ପଞ୍ଜାବ ଓ ହରିୟାଣାରେ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଏହି ଆନ୍ଦୋଳନ ପାଇଁ ହାଇକୋର୍ଟଙ୍କ ବର୍ଷିଛନ୍ତି । ଚାଷୀ ଆନ୍ଦୋଳନରେ ଛୋଟ ପିଲାଙ୍କୁ ଢ଼ାଲ ରୂପେ ବ୍ୟବହାର କରାଯାଉଥିବା ଦର୍ଶାଇ କୃଷକ ନେତାଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଚାଷୀ ଆନ୍ଦୋଳନ ସମୟର ଫଟୋ ହାଇକୋର୍ଟରେ ଉପସ୍ଥାପନ କରିବା ପରେ ହାଇକୋର୍ଟ କହିଛନ୍ତି ଯେ, ଏହା ଅତ୍ୟନ୍ତ ଲଜ୍ୟାର କଥା । ଫେବ୍ରୁଆରୀ ୨୧ ତାରିଖ ଦିନ ଆନ୍ଦୋଳନକାରୀଙ୍କ ଉପରେ କାହିଁକି ଗୁଳିମାଡ ହୋଇଥିଲା ପ୍ରଶ୍ନ କରି ପ୍ରଶାସନ ଉପରେ ମଧ୍ୟ ବର୍ଷିଛନ୍ତି ସୁପ୍ରିମକୋର୍ଟ ।
08- ଭାରତରୁ ବିଭିନ୍ନ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇ ଆମେରିକା ପଳାଇଯାଇଥିବା ଜଣେ ଠକକୁ ଗିରଫ କରାଯାଇଛି । ତାର ନାମ ରାଜୀବ ମେହେଟା ବୋଲି ଜଣା ପଡିଛି । ଇଣ୍ଟରପୋଲ ସହାୟତା କାରଣରୁ ତାକୁ ଗିରଫ କରିବା ସମ୍ଭବ ହୋଇ ପାରିଛି ବୋଲି ଜଣାପଡିଛି । ୧୯୯୮ ମସିହାରେ ରାଜୀବ ମେହେଟ୍ଟାକ ନାଁରେ ଅନେକ ମାମଲା ରୁଜୁ କରାଯାଇଥିଲା । ଗିରଫ ହେବା ଭୟରେ ସେ ଆମେରିକା ଫେରାର ହୋଇ ଯାଇଥିଲେ। କୋର୍ଟ ଏହି ମାମଲାର ବିଚାର କରିବା ପରେ ରାଜୀବଙ୍କୁ ଅଭ୍ୟାସଗତ ଚୋରର ଆଖ୍ୟା ଦେଇଥିଲେ।
09- ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ୍ ମ୍ୟାଚରେ କମାଲ କରିଛନ୍ତି ଭାରତୀୟ ଟିମ୍ । ବିଶେଷ କରି ସ୍ପିନର କୁଲଦୀପ ଯାଦବ ଓ ଭେଟରାନ ରବିଚନ୍ଦ୍ରନ ଅଶ୍ୱିନଙ୍କ ଖେଳ କ୍ରିକେଟ୍ ପ୍ରେମୀଙ୍କ ମନ ଜିଣିଛି । କୁଲଦୀପ ୫ ୱିକେଟ ନେଇଥିବା ସମୟରେ ୪ ୱିକେଟ ନେଇଛନ୍ତି ଅଶ୍ୱିନ। ମାତ୍ର ୨୧୮ ରନ କରି ଅଲଆଉଟ ହୋଇଯାଇଛି ଇଂଲଣ୍ଡ୍ ।
10- ଉପକୂଳ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଏହି ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ସହ ହାଲୁକା ବର୍ଷା ହେଉଛି। ସୂଚନା ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ସେପଟେ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ୧୧ ତାରିଖ ବେଳକୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ବିଭାଗ ପକ୍ଷରୁ ଆକଳନ କରଯାଇଛି ।
Also Read- Jaya Bachchan: ସୋସିଆଲ୍ ମିଡିଆରୁ କାହିଁକି ଦୂରରେ ଜୟା ବଚ୍ଚନ? ଜାଣନ୍ତୁ କାରଣ
Also Read- Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ