H1. ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ଖସି ପଡ଼ିବା ଘଟଣା: ତିନିଜଣିଆ କମିଟିର ତଦନ୍ତ ଆରମ୍ଭ
ପୁରୀ ଶ୍ରୀକ୍ଷେତ୍ରରେ ଆଡ଼ପମଣ୍ଡପ ବିଜେ ଗୋଟି ପହଣ୍ଡିବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ଖସି ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।ମହାପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାଶ ମହାପାତ୍ରଙ୍କ ପୁଅ ଅନାଥ ହଳଧର ଦାଶ ମହାପାତ୍ରଙ୍କୁ ଡାକି ପଚରାଉଚରା କରିଛି ତିନିଜଣିଆ କମିଟି। ଏଥିସହ ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ବରିଷ୍ଠ ଦଇତାପତି ସେବକ ମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ।


COMMERCIAL BREAK
SCROLL TO CONTINUE READING

H2.ଇସିଜି ବାହାନାରେ ଡାକ୍ତର କଲେ ଦୁଷ୍କର୍ମ, ଡାକ୍ତର ଆଇସିୟୁରେ 
ଭୁବନେଶ୍ୱର: ଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହା ପୁଣି ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ।  କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‍ପିଟାଲରେ ଏହି ଘଟଣା ଘଟିଛି। ପାଲଟା ଜବାବରେ ଡାକ୍ତରଙ୍କ ଏପରି କାଣ୍ଡକୁ ନେଇ ଉତ୍ୟକ୍ତ ପରିବାର ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସମ୍ପୃକ୍ତ ଡାକ୍ତର ଏବେ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। 


H3.ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ପାଇଁ ଚିଠି ଲେଖିଛନ୍ତି ଶିକ୍ଷାମନ୍ତ୍ରୀ । ଏନେଇ ଶିକ୍ଷାମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି, ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ନିହାତି ଆବଶ୍ୟକ । ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବା ଉଚିତ୍ । ଯାହା ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାୟତ୍ତତାକୁ ସୁରକ୍ଷିତ ରଖିବ । ଶିକ୍ଷାର ମାନଦଣ୍ଡ ବଜାୟ ରଖିବାକୁ ଏହି ସଂଶୋଧନ ଗୁରୁତ୍ବପୂର୍ଣ୍ଣ ବୋଲି କହି ମୁଖ୍ୟମନ୍ତ୍ରୀକୁ ଚିଠି ଲେଖି କରିଛନ୍ତି ଧର୍ମେନ୍ଦ୍ର ।


H4. ଭଙ୍ଗା ହେବ ସି ରୋଜ ଆପାର୍ଟମେଣ୍ଟର ତିନୋଟି ମହଲା, ୯୦ ଲକ୍ଷ ଜୋରିମନା
ଜଣେ ଅସାଧୁ ରିଏଲକନ୍ ବ୍ଯବସାୟୀଙ୍କୁ  ବଡଧରଣର ଝଟକା। ବେଆଇନ ନିର୍ମାଣ ନେଇ ହୋଇଛି ୯୦ ଲକ୍ଷ ଜୋରିମାନା ଆଉ ଭାଙ୍ଗିବ ଦଶ ମହଲାର ଉପର ତିନି ମହଲା। ତେବେ ଅନୁମତି ନଥାଇ ପୁରୀ ସିପସରୁବାଲି ମୌଜାର ନୂଆ ମେରାଇନ ଡ୍ରାଇଭ ରୋଡର ଷ୍ଟର୍ଲିନ ରେସର୍ଟ ନିକଟରେ ନିର୍ମାଣ କରିଛି ସୁଉଚ୍ଚ ୧୦ ମହଲା ଯୁକ୍ତ  ସି-ରୋଜ୍ ଆପାର୍ଟମେଣ୍ଟ। ୭ ମହଲା ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଆଣିଥିଲା ଅନୁମତି। ହେଲେ ଆଇନକୁ ଫୁ କରି ଭୁବନେଶ୍ୱରର ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ନିର୍ମାଣ କରିଛି ୧୦ମହଲା ଆପାର୍ଟମେଣ୍ଟ। କେବଳ ଏତିକିରେ ଅଟକି ନାହିଁ ସଂପୃକ୍ତ ଠକ  ବ୍ଯୁଲଡର ସଂସ୍ଥା। କମ୍ପ୍ଲିସନ ପ୍ରମାଣପତ୍ର ନପାଇ ଏହି ବେଆଇନ ନିର୍ମାଣ ହୋଇଥିବା ୧୦ମହଲା କୋଠାର ଅଧିକାଂଶ ଫ୍ଲାଟ୍ ବିକ୍ରି କରାଯାଇଛି। ଆଉ  ଏଭଳି ଅଭିଯୋଗ ଉପରେ ଭୁବନେଶ୍ୱରର ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ଫ୍ଲାଟ୍ ବ୍ଯବସାୟୀକୁର ଲାଗିଛି ଓରେରାର ବିରାଟ ଛାଟ। 


H5. ଖୋଲିବ ନବ ଦାସ ହତ୍ୟାକାଣ୍ଡ ଫାଇଲ !
ଝାରସୁଗୁଡ଼ା ବିଧାୟକ ତଥା ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ପୁଣିଥରେ ତଦନ୍ତ ହେବା ନେଇ ରାସ୍ତା ଉନ୍ମୁକ୍ତ ହୋଇଛି। ଜାନୁୟାରୀ ୨୯, ୨୦୨୩ ମସିହାରେ  ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଏକ ସଭାରେ ଯୋଗ ଦେବାକୁ ଆସୁଥିବାବେଳେ ତାଙ୍କ ଉପରକୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ଥିବା ଏଏସ୍‍ଆଇ ଗୋପାଳ ଦାସ ଗୁଳି ମାରିଥିଲେ। ତାଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ଏଯାଏ ସେ କାହିଁକି ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ ତାହାର କୌଣସି କାରଣ ସାମ୍ନାକୁ ଆସି ନାହିଁ।


H6. ଏଣିକି ବାରଗାର୍ଲ ନୃତ୍ୟ ବନ୍ଦ
ଭୁବନେଶ୍ୱରର ଠିପିଖୋଲା ମଦ ଦୋକାନରେ ଏଣିକି ନୃତ୍ୟ ବନ୍ଦ ହେବ। ଅର୍ଥାତ୍‍ ବାର ଗାର୍ଲ ନାଚିପାରିବେ ନାହିଁ। ଏମିତି ଏକ ଆଦେଶ ଅବକାରୀ ଜିଲ୍ଲା ଅଧୀକ୍ଷକ ଜାରି କରିଛନ୍ତି। ରାଜଧାନୀର ବିଭିନ୍ନ ଠିପିଖୋଲା ମଦ ଦୋକାନ ଅର୍ଥାତ ବାରରେ ଝିଅ ମାନଙ୍କ ନୃତ୍ୟ, ବିଳମ୍ବିତ ରାତି ଯାଏ ଚାଲୁଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ବାରଗାର୍ଲ ଆତ୍ମହତ୍ୟା କରିବା ଖବର ନିକଟରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାକୁ ଆଖିଆଗରେ ରଖି ଏପରି ପଦକ୍ଷେପ ନେଇଛନ୍ତି ଜିଲ୍ଲା ଅବକାରୀ ବିଭାଗ। 


H7. ସୁଭଦ୍ରା ଯୋଜନା ପାଇଁ SOP ପ୍ରସ୍ତୁତ
ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଲାଗୁ ହେବ ସୁଭଦ୍ରା ଯୋଜନା  ଏଥିନିମନ୍ତେ ଆସନ୍ତା କିଛି ଦିନ ମଧ୍ୟରେ ଆସିବ ଏସ୍‌ଓପି।  ମାତ୍ର ଏହା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି। ଆବଶ୍ୟକ ସ୍ଥଳରେ ଏସ୍‌ଓପିରେ ପରିବର୍ତ୍ତନ ବି ହେବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।


H8. କଂସ ମହାରାଜଙ୍କର ପରଲୋକ
ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ସେ ବାସିନ୍ଦା ଥିଲେ। ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ଗୋପାଳ ରହୁଥିଲେ। ଗତକାଲି  ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଝାରସୁଗୁଡ଼ାରର ଏକ  ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।


H9. ହିଂସ୍ରକ ହେଉଛି ହିଂସା
ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଦିନକୁ ଦିନ ହିଂସ୍ରକ ହେବାରେ ଲାଗିଛି। ସେମାନଙ୍କ ଘର, ଧର୍ମାନୁଷ୍ଠାନ ଉପରେ ଆକ୍ରମଣକାରୀଙ୍କ କୋପ ଦୃଷ୍ଟି ପଡ଼ିଛି। ଉତ୍ତେଜନା ଯୋଗୁ ହିନ୍ଦୁ ସମ୍ପ୍ରଦାୟ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଆୟତ୍ତ କରିବା ଲାଗି ଆଜି ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ବିଭିନ୍ନ ବର୍ଗର ନେତା ଭେଟିବା କାର୍ଯ୍ୟକ୍ରମ ରହିଛି। 


H10. ବାଂଲାଦେଶୀଙ୍କ ଅନୁପ୍ରବେଶକୁ ନେଇ ଉତ୍ତେଜନା
ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶକୁ ନେଇ ଉତ୍ତେଜନା ଲାଗି ରହିଛି। କିଛି ସ୍ଥାନରେ ଫେରିବାଲାଙ୍କୁ ଆଧାର କାର୍ଡ ମଗାଯିବାକୁ ନେଇ ମଧ୍ୟ ଉତ୍ତେଜନା ହେବା ଖବର ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଫୋନ କରି ଆପତ୍ତି ଜଣାଇଛନ୍ତି। ଅପରପକ୍ଷେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଆବାସିକ କମିଶନରଙ୍କୁ ମଧ୍ୟ ସଂଖ୍ୟା ଲଘୁ ଗୋଷ୍ଠୀର ସଦସ୍ୟ ଭେଟିଛନ୍ତି। ସେଠାରେ ଓଡ଼ିଆଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ ବୋଲି ଦାବି କରିଛନ୍ତି।