Top 10 News Today


COMMERCIAL BREAK
SCROLL TO CONTINUE READING

1. ଦେଶରେ ଆଜି ନିର୍ବାଚନ ମହାପର୍ବର ଷଷ୍ଠ ପର୍ଯ୍ୟାୟ ମତଗ୍ରହଣ ଚାଲିଛି। ଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଲୋକେ ଭୋଟ ଦେଉଛନ୍ତି। ଏହି ପର୍ଯ୍ୟାୟରେ ୮ ରାଜ୍ୟର ୫୮ଟି ଲୋକସଭା ମଣ୍ଡଳୀ ଲାଗି ଭୋଟ ଗ୍ରହଣ କରାଯାଉଛି। ଏଥିରେ ୪୯ ଆସନ ସାଧାରଣ ବର୍ଗର ହୋଇଥିବା ବେଳେ ୨ଟି ଆଦିବାସୀ ଏବଂ ୭ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆସନ।  ଓଡ଼ିଶାର ୬ ଲୋକସଭା ଆସନ ପାଇଁ ମଧ୍ୟ ଆଜି ଭୋଟ ଗ୍ରହଣ କରାଯାଉଛି। କେବଳ ଓଡ଼ିଶାରେ ଆଜି ବିଧାନସଭା ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯାଉଛି। ସମୁଦାୟ ୪୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି। 


2. ରାଜ୍ୟରେ ଆଜି ଏହି ପର୍ଯ୍ୟାୟରେ ଭୋଟ ଦେବା ପାଇଁ ଯୋଗ୍ୟ ଥିବା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮ ଲକ୍ଷ ୪୮ ହଜାର। ଏଥିରେ  ପ୍ରାୟ ୪୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ମହିଳା ଭୋଟର ୪୬ ହଜାର। ସାଧାରଣତଃ ଏଠାରେ ମହିଳାଙ୍କ ଭୋଟ୍‍ ଅଧିକ ଗୁରୁତ୍ୱପୂର୍ଣ୍ଣ  ବୋଲି ଗ୍ରହଣ କରାଯାଇଥାଏ।  କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ନିର୍ବାଚନ ମଣ୍ଡଳୀ ଲାଗି ଭୋଟିଂ ଅନୁଷ୍ଠିତ ହେଉଛି। ଅପରାହ୍ଣ ୧ଟା ସୁଦ୍ଧା  ପ୍ରାୟ ୩୫.୬୯%   ମତଦାନ ହୋଇଛି। ସନ୍ଧ୍ୟା ୬ଟା ଯାଏ ଭୋଟଦାନ ପାଇଁ ସୁବିଧା ଉନ୍ମୁକ୍ତ ରହିଛି। 


3. ରାଜ୍ୟ ଭିତରେ ୬ଟି ଲୋକସଭା ଆସନ ଭିତରୁ ଅପରାହ୍ଣ ୧ଟା ସୁଦ୍ଧା ସବୁଠାରୁ ଅଧିକ ମତଦାନ ହୋଇଛି ସମ୍ବଲପୁରରେ। ଏଠାରେ ପ୍ରାୟ ୩୮.୧୩ପ୍ରତିଶତ ଭୋଟ୍‍ ହୋଇଛି। ସେହିପରି ଭୁବନେଶ୍ୱରରେ ସବୁଠାରୁ କମ୍‍ ୩୩.୦୧% ମତଦାନ ହୋଇଛି। କଟକରେ ୩୪.୪୦%, ଡେଙ୍କାନାଳରେ ୩୬, କେନ୍ଦୁଝରରେ ୩୫.୨୬%, ଏବଂ ପୁରୀରେ ୩୭,୨୬ ପ୍ରତିଶତ ଭୋଟିଂ ହୋଇଛି। 


4. ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଆଜି ଭୋଟ ଦେବାକୁ ବଞ୍ଚିତ ହୋଇଛନ୍ତି। ତାଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ସେ ଭୋଟ ଦେଇ ନପାରି ଫେରି ଯାଇଛନ୍ତି। ଏହାକୁ ଏକ ଅପମାନ ବୋଲି କହିବା ସହ ସେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏବଂ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଅଭିଯୋଗ ପତ୍ର ପଠାଇଛନ୍ତି। 


5. ମୋବାଇଲ୍‍ ଫୋନ୍‍ ଆଣିଥିବାରୁ କୌଣସି ଭୋଟରଙ୍କୁ ଫେରାଇ ଦିଆଯାଉଥିବା ଖବର ମିଛ। ବୁଥ ପାଖରେ ବୁଥସ୍ତରୀୟ ଅଧିକାରୀଙ୍କୁ ସେମାନେ ମୋବାଇଲ୍‍ ଫୋନ୍‍ ଜମା ଦେଇ ଭୋଟ୍‍ ଦେଇପାରିବେ। ଭୋଟ ଦେଇ ସାରିବା ପରେ ମୋବାଇଲ୍‍ ସଂଗ୍ରହ କରାଯାଇପାରିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। 


6. ଆଜି ରାଜ୍ୟର କିଛି ପ୍ରମୁଖ ବ୍ୟକ୍ତିବିଶେଷ ନିଜର ମତଦାନ କରି ଅନ୍ୟମାନଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ୍‍ ହେବାକୁ ଉତ୍ସାହିତ କରିଛନ୍ତି। ଏଥିମଧ୍ୟମରେ ଗଜପତି ମହାରାଜା ଦିବ୍ୟସିଂହ ଦେବ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି କ୍ୟାମ୍ପେନର ଭିକେ ପାଣ୍ଡିଆନ, ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ, ମୁଖ୍ୟ ସଚିବ ପ୍ରଦୀପ ଜେନା, ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ େଭାଟ୍‍ ଦେଉଥିବା ଦେଖିବାକୁ ମିଳିଥିଲା। 


7. ମୁଖ୍ୟମନ୍ତ୍ରୀ ନିଜ ଘରୁ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ସହ ଚାଲି ଚାଲି ବୁଥକୁ ଆସିଥିଲେ। ସେଠାରେ ଭୋଟ ଦେଇଥିଲେ। ସେହିପରି ଭିକେ ପାଣ୍ଡିଆନ୍‍ ଆଜି ଅଟୋରେ ଆସି ସକାଳୁ ସକାଳୁ ନିଜର ମତଦାନ କରିଥିଲେ। 


8. ଯାଜପୁର ଜିଲ୍ଲା ସୁକିନ୍ଦାର ହରିପୁର କଲେଜ ପଡ଼ିଆାରେ ନିର୍ବାଚନ ପ୍ରଚାର କରୁଛନ୍ତି ବିଜେଡି ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସେ ବୁଝାଇଥିଲେ। ବିଜେପିର ଇସ୍ତାହାରରେ ଥିବା ଯୋଜନାକୁ ଦିନରେ ଲଣ୍ଠନ ଦେଖାଇବା ଭଳି ବୋଲି କହିଛନ୍ତି ପାଣ୍ଡିଆନ। ଶେଷ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ଜୁନ୍‍ ୧ ତାରିଖରେ ଭୋଟ ଦେବ ଯାଜପୁର।


9. ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଚାର କରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ। ନା ନନେଇ ଓଡ଼ିଶା ସରକାର ରିମୋଟରେ ଚାଲିଛି ବୋଲି କହିଥିଲେ। ମୋଦୀ ସରକାରଙ୍କ ସମୟରେ ୫୮ ହଜାର କୋଟି ଟଙ୍କା ଖଣିଜ ବାବଦ ଆୟ କରିଛି ଓଡ଼ିଶା। ବିକାଶ ବର୍ଷା କରିବାକୁ ମୋଦୀଙ୍କୁ ଭୋଟ ଦିଅନ୍ତୁ କହିଲା ସ୍ମୃତି ଇରାନୀ। ଯେମିତି ଆମେଥିରୁ ରାହୁଲ ଗାନ୍ଧିଙ୍କୁ ହଟାଇଲୁ ସେମିତି ଓଡ଼ିଶାରୁ ବିଜେଡିକୁ ହଟାଇବୁ।  ଯେଉଁମାନେ ରିମୋଟ କଣ୍ଟ୍ରୋଲରେ ସରକାର ଚଳାଉଛନ୍ତିସେମାନେ କୁହନ୍ତୁ, ମୋଦୀ ନଳରୁ ଜଳ ପାଇଁ ଅର୍ଥ ପଠାଇଲେ ତାହା କୁଆଡ଼େ ଗଲା? 


10. ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଗଡ଼ ରୋଡ଼ଙ୍ଗଠାରେ ଉତ୍ତେଜନା ଦେଖାଦେଇଛି। ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ସିଧାସଳଖ ପ୍ରିଜାଇଡିଂ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବୁଥ ଭିତରେ ବିଜେଡି ଏଜେଣ୍ଟ ତାଙ୍କୁ ଦୁର୍ବ୍ୟବହାର କରୁଥିବା ବି ଅଭିଯୋଗ ଆଣିଥିବା ଅଭିଯୋଗ ଆଣିଛନ୍ତି ଉପାସନା। ଏ ବିଷୟରେ ସେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି ସେ କହିଛନ୍ତି।