Top 10 News Today: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ NSDର ଚତୁର୍ଥ ଶାଖା ଖବର ସହ ଅନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today
Headlines 01 - ଭୁବନେଶ୍ୱରରେ ଖୁବଶୀଘ୍ର ପ୍ରତିଷ୍ଠା ହେବ NSDର ଚତୁର୍ଥ ଶାଖା । ଅଭିନୟ, ଲିଖନ, ନିର୍ଦ୍ଦେଶନା ଓ ଡିଜାଇନ୍ କୋର୍ସ ଶିକ୍ଷା ଦିଆଯିବ । ଚଣ୍ଡିଗଡ଼, ବାରଣାସୀ, ଗ୍ୟାଙ୍ଗଟକ୍ ପରେ ଓଡ଼ିଶାରେ ପ୍ରତିଷ୍ଠା ହେବ ନୂଆ ଶାଖା । ଏନେଇ ସୂଚନା ଦେଇଛନ୍ତି ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ ଶିକ୍ଷାଦାନ କରାଯିବ । ଚଳିତ ବର୍ଷ ୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ ଏବଂ ଆସନ୍ତା ୨୫ରୁ ନାମଲେଖା ଆରମ୍ଭ ହେବ ।
Headlines 02 - ୩୧ ଅକ୍ଟୋବରରେ ସମଗ୍ର ଦେଶରେ ଦୀପାବଳୀ ପର୍ବ ପାଳନ କରାଯାଇଥିଲା। ଏହି ସମୟ ମଧ୍ୟରେ ଲୋକମାନେ ବହୁତ ଆତସବାଜି ଫାଟି ଯାଇଥିଲେ। ସେବେଠାରୁ ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ତଥା ଦେଶର ଅନେକ ବଡ ସହରରେ ଧୂଆଁ ଦେଖାଯାଉଥିଲା। ଦିଲ୍ଲୀ-ଏନସିଆରରେ ବାୟୁ 'ଭୟଙ୍କର' ସ୍ତରରେ ପହଞ୍ଚିଛି। ଅନେକ ସ୍ଥାନରେ AQI 350 ଅତିକ୍ରମ କରିଛି। ଦିଲ୍ଲୀର ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣଫୁଟା ଉପରେ ରୋକ ଲଗାଇ ଦିଆଯାଇଥିଲା। ତଥାପି ଦିଲ୍ଲୀ ଏବଂ ଏନସିଆରରେ ଅନେକ ସ୍ଥାନରେ ପ୍ରଚୁରମାତ୍ରାରେ ବାଣ ଫୁଟାଯିବାର ଦେଖିବାକୁ ମିଳିଥିଲା। ଏହି କାରଣରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ମଣ୍ଡର ପ୍ରଦୁଷଣ ମାତ୍ରା 'ଅତିଭୟଙ୍କର' ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି ଏଥିରେ ଆନନ୍ଦ ବିହାର ଏବଂ ସରିତା ବିହାରରେ AQI ସ୍ତର ସର୍ବାଧିକ (300) ଥିଲା। ଏହି ଅବଧିରେ ଆଖିରେ ଜଳାପୋଡ଼ା ହେଉଥିବା ଦେଖିବାକୁ ମିଳିଥିଲା।
Headlines 03- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରିଷଦର ପରାମର୍ଶଦାତା ବିବେକ ଦେବରାୟଙ୍କର ଦେହାନ୍ତ ହୋଇଛି। ୬୯ ବର୍ଷୀୟ ଦେବରୟଙ୍କର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି। ଅର୍ଥନୀତିଜ୍ଞ ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ଲେଖକ ମଧ୍ୟ ଥିଲେ। ଭାରତୀୟ ଅର୍ଥନୀତିରେ ତାଙ୍କର ଅବଦାନ ପାଇଁ ସେ ବେଶ୍ ଜଣାଶୁଣା ଥିଲେ। ସେ ଭାରତୀୟ ଅର୍ଥନୈତିକ ପଲିସି ଗଠନରେ ପ୍ରାଥମିକ ଭୂମିକା ଗ୍ରହଣ କରିଥିଲେ। ଦେବରାୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।
Headlines 04- ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଭାରତର ମହାକାଶ କାର୍ଯ୍ୟକ୍ରମରେ ଆଉ ଏକ ବଡ ପଦକ୍ଷେପ ନେଇଛି। ବାସ୍ତବରେ ISRO ଲେହରେ ଦେଶର ପ୍ରଥମ ଆନାଗଲ୍ ସ୍ପେସ୍ ମିଶନ୍ ଆରମ୍ଭ କରିଛି। ଆନାଗଲ୍ ସ୍ପେସ୍ ମିଶନ୍ ହେଉଛି ଏପରି ଟେକନିକ୍ ଯେଉଁଥିରେ ପୃଥିବୀରେ ସ୍ପେସ୍ ପରି ଅବସ୍ଥା ସୃଷ୍ଟି ହୁଏ, ଯାହା ଦ୍ୱାରା ମହାକାଶଚାରୀମାନେ ଏହି ଚ୍ୟାଲେଞ୍ଜଗୁଡ଼ିକ ସହିତ ଆଗରୁ ପରିଚିତ ହୋଇପାରିବେ। ଏହି ମିଶନରେ ISRO ଏକ କ୍ଷେତ୍ର ବାଛିଛି ଯାହା ଚନ୍ଦ୍ର କିମ୍ବା ମଙ୍ଗଳ ପୃଷ୍ଠ ସହିତ ସମାନ । ଏଠାରେ ମହାକାଶଚାରୀମାନେ ସୀମିତ ଉତ୍ସ ସହିତ ରହିବେ ଏବଂ ଚ୍ୟାଲେଞ୍ଜିଂ, ବିଚ୍ଛିନ୍ନ ପରିବେଶରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିବେ।
Headlines 05 - ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ୭ ଦିନିଆ ଲଣ୍ତନ ଗସ୍ତରେ ଯିବେ। ଏନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆସନ୍ତାକାଲି ଠାରୁ ୯ ଦିନିଆ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ। Tourism Odyssey: Strengthening ties with Diaspora and Industry Leaders କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସେ ଲଣ୍ତନ ଗସ୍ତ କରୁଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିଦେଶୀ ମାଟିରେ ଓଡି଼ଶା ପର୍ଯ୍ୟଟନ ବିକାଶ ଉପରେ ଆଲୋଚନା କରିବେ। ଯାହା ଫଳରେ ଓଡିଶା ପର୍ଯ୍ୟଟନ ବିକାଶ ଆହୁରି ଆଗକୁ ବଢିବା ସହ ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟମାନେ ଆକୃଷ୍ଟ ହେବେ। ପର୍ଯ୍ୟଟନ ଶିଳ୍ପର ବିକାଶ ମଧ୍ୟ ଘଟିବ।
Headlines 06- ଦୀପାବଳିରେ ଭୁବନେଶ୍ବର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଘଟଣ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି । ତେବେ, ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ ପ୍ରାୟ ୨୫ ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଅଧିକାଂଶ କପଡା ଦୋକାନ ରହିଥିବା ଜଣାପଡିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
Headlines 07 - ପୂର୍ବତଟ ରେଳବାଇ ପକ୍ଷରୁ ୪ ଏକ୍ସପ୍ରେସ ଟ୍ରେନର ଦିଗପରିବର୍ତ୍ତନ କରାଯାଇଛି। ଅର୍ଥାତ ଏହି ଟ୍ରେନଗୁଡ଼ିକ ଏହାର ନିର୍ଦ୍ଧାରିତ ଗତିପଥରେ ଯିବା ଆସିବା କରିବେ ନାହିଁ। କଟକ-କେନ୍ଦ୍ରାପଡ଼ା ମଧ୍ୟରେ ଚାନେଲ୍ ସ୍ଲିପର ବ୍ଲକ ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜିଠାରୁ ୨ ମାସ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ଯାଏ ଏହି ଭଳି ବିକଳ୍ପ ଲାଇନରେ ସମ୍ପୃକ୍ତ ୪ ଟ୍ରେନ ଚଳାଚଳ କରିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଖୋର୍ଦ୍ଧା ରୋଡ୍ ଡିଆରଏମ୍ ସୂଚନା ଅନୁସାରେ ପ୍ରଭାବିତ ହେବାକୁ ଥିବା ୪ ଟ୍ରେନ ହେଲା: ୧୮୪୧୬ ପୁରୀ-ବଡ଼ବିଲ ଏକ୍ସପ୍ରେସ, ଏବଂ ୧୮୪୧୫ ବଡ଼ବିଲ-ପୁରୀ ଏକ୍ସପ୍ରେସ, ୧୮୧୨୫ ରାଉରକେଲା-ପୁରୀ- ଏକ୍ସପ୍ରେସ ଏବଂ ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ।
Headlines 08- ପୁରୀ ରତ୍ନ ଭଣ୍ଡାରରେ ଗୁପ୍ତ ସୁଡଙ୍ଗ କିମ୍ବା କିଛି ଗୁପ୍ତ କୋଠରୀ ରହିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ଆଇନ୍ ମନ୍ତ୍ରୀ ଏକ ବଡ ବୟାନ ଦେଇଛନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ପ୍ରାଥମିକ ଆଲୋଚନାରୁ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ଏନେଇ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହାର ପରେ ସୁଡଙ୍ଗ ଚର୍ଚ୍ଚା ଅଧିକ ସ୍ପଷ୍ଟ ହେବ ।"
Headlines 09- ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ଦୁଇ ନୂଆ ବସ୍ ରୁଟ୍ ଘୋଷଣା କରିଛନ୍ତି କ୍ୟାପିଟାଲ୍ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ। ଏହି ବସ୍ ସେବା ଦ୍ୱାରା ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡ ଏବଂ ପଥର ଗାଡ଼ିଆ ବସ୍ ଷ୍ଟପ୍କୁ ନୂଆ ବସ୍ ଚାଲିବ। ଏହି ଦୁଇ ରୁଟ୍କୁ ୬୫ ଏବଂ ୬୬ ନମ୍ବର ରୁଟ୍ ଭାବେ ଘୋଷଣା କରାଯାଇଛି। ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ରଖି କ୍ରୁଟ କର୍ତ୍ତଅପକ୍ଷ କହିଛନ୍ତି, ଲୋକଙ୍କ ବହୁଦିନର ଦାବି ତଥା ଚାହିଦାକୁ ନଜରରେ ରଖି ଏହି ଦୁଇ ନୂଆ ରୁଟ୍ରେ ବସ୍ ସେବା ଆରମ୍ଭ କରାଯାଇଛି। ୬୫ ନମ୍ବର ନୂଆ ରୁଟ୍ରେ ବସ୍ ଭୁବନେଶ୍ୱର ରେଳଷ୍ଟେସନ୍ଠାରୁ ଆରମ୍ଭ ହେବ। ବାଣୀବିହାର ଦେଇ ଏହି ବସ୍ ଚଳାଚଳ କରିବ। ଏଥିରେ ଓ୍ୱଣ୍ଡରଲା ଓ୍ୱାଟର ପାର୍କ ବି ସାମିଲ ହେବ। ପୁରୁଣା ଜିଲ୍ଲାପାଳ ଅଫିସ ପାଲ୍ଲା ହାଟ ଦେଇ ଏହା ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡରେ ପହଞ୍ଚିବ। ପୁଣି ସେହି ରାସ୍ତା ଦେଇ ଫେରିବ।
Headlines 10 - ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ହାଲୁକା ବର୍ଷା ହୋଇପାରେ। ଶୁକ୍ରବାର ମାଲକାନଗିରି , କୋରାପୁଟ୍, ନବରଭଙ୍ଗପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ତି, ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ମାଲକାନଗିରି ,କୋରାପୁଟ୍, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ପାଗ ମୁଖ୍ୟକ ଶୁଖିଲା ରହିବ। ୪ ତାରିଖ ପରଠୁ ପାଗ ସାଙ୍ଗକୁ ରାତିର ତାପମାତ୍ରା ଧିରେ ଧିରେ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।