Top 10 News: ସିଙ୍ଗାପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ପଢ଼ନ୍ତୁ ୧୦ ବଡ଼ ଖବର
Top 10 News Headlines: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ବିଦେଶ ଗସ୍ତରେ ଯାଇପାରନ୍ତି। ଇନଭେଷ୍ଟର୍ସ ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବେ। ଆସନ୍ତା ୧୮ ତାରିଖରୁ ତିନି ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines 3rd November 2024: H1. CM Majhi to visit Singapore on Nov 18: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ବିଦେଶ ଗସ୍ତରେ ଯାଇପାରନ୍ତି। ଇନଭେଷ୍ଟର୍ସ ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବେ। ଆସନ୍ତା ୧୮ ତାରିଖରୁ ତିନି ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗସ୍ତ ଅବସରେ ଓଡ଼ିଶାକୁ କିଭଳି ଅଧିକରୁ ଅଧିକ ନିବେଶ ମିଳିପାରିବ ସେନେଇ ନିବେଶକଙ୍କ ସହ ଆଲୋଚନ କରିବେ।
H2. Odisha Matric Exam 2025 Form Fill-Up Begins Today: ଆଜିଠୁ ଆରମ୍ଭ ମାଟ୍ରିକ ଫର୍ମ ପୂରଣ। ଆଜିଠାରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ମିନିଟ ପର୍ଯ୍ୟନ୍ତ ରହିଛି। ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ। ସୂଚନାଯୋଗ୍ୟ ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ।
H3. 52nd Foundation Day of Dhauli Shanti Stupa: ଆଜି ଧଉଳି ଶାନ୍ତି ସ୍ତୁପର ୫୨ତମ ପ୍ରତିଷ୍ଠା ଦିବସ। ଏଗି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଏକ ସାଧାରଣ ପାହାଡ ନୁହେଁ, ଧଉଳି ପାହାଡ ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି। ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ଏହି ଧଉଳି।"
H4. Cracks on Meghnad Pacheri of Puri Jagnnath temple: ବିପଦରେ ରହିଛି ଶ୍ରୀମନ୍ଦିରର ମେଘନାଦ ପ୍ରାଚୀର । ରକ୍ଷଣାବେକ୍ଷଣ ଅଭାବରୁ ଏହା ଭୁଶୁଡି ପଡିବା ଆଶଙ୍କା ଦେଖାଦେଇଛି । ଶ୍ରୀମନ୍ଦିର ମେଘନାଦ ପାଚେରିରେ ଫାଟକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମେଘନାଦ ପାଚେରିର ସୁରକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ । ଏଏସଆଇ, ଟେକ୍ନିକାଲ ଟିମ୍ ମଧ୍ୟ ଏ ସମ୍ପର୍କରେ ସର୍ଭେ କରିଛନ୍ତି । ଏହାକୁ ଗୁରୁତ୍ବର ସହ ନେଇ ମରାମତି ବ୍ୟବସ୍ଥା କରିବୁ।
H5. Mumbai NCB Arrests Wanted Ganja Smuggler From Odisha: ଭୁବନେଶ୍ୱରରେ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନ୍ସିବି ଟିମ୍। ଗଞ୍ଜେଇ ଚାଲାଣ ମାମଲାରେ ଏନ୍ସିବି ଜଣକୁ ଉଠାଇ ନେଇଛି । ଗଞ୍ଜେଇ ଚାଲାଣ କେସ୍ରେ ଏନ୍ସିବି ନିଲୁ ପ୍ରଧାନକୁ ଉଠାନେଇଛି। ନିଲୁଙ୍କ ଘର ଗଞ୍ଜାମ ଜିଲ୍ଲାର ଅଟେ। ନିଲୁ ପ୍ରଧାନ ମୁମ୍ବାଇର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମୁମ୍ବାଇ ଏନ୍ସିବିର ମୋଷ୍ଟ ୱାଣ୍ଟେଡ ଥିଲେ।
H6. Grenade Attack on CRPF bunker: ଜମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଛି। ରବିବାର ଦିନ (୩ ନଭେମ୍ବର ୨୦୨୪) ଶ୍ରୀନଗରରେ ଏକ ବଡ଼ ଗ୍ରେନେଡ ଆକ୍ରମଣ ହୋଇଛି। ଅଲ ଇଣ୍ଡିଆ ରେଡିଓ ଷ୍ଟେସନ ବାହାରେ ଥିବା CRPF ବଙ୍କର ଉପରେ ଏହି ଆକ୍ରମଣ କରାଯାଇଥିଲା। ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୧୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।
H7. Yogi Adityanath Death Threat: ଆଜି ସକାଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏହି ଧମକରେ ଯୋଗୀ ଆଦିତ୍ୟନାଥ ୧୦ ଦିନ ମଧ୍ୟରେ ତାଙ୍କ ସିଏମ ପଦ ଛାଡିବା ଉଚିତ ବୋଲି କୁହାଯାଇଥିଲା, ନଚେତ୍ ତାଙ୍କ ଅବସ୍ଥା ଏନସିପି ନେତା ବାବା ସିଦ୍ଦିକିଙ୍କ ଭଳି ହେବ ବୋଲି ଧମକ ଦିଆଯାଇଛି। ଏହି ଧମକ ମୁମ୍ବାଇ ପୋଲିସର ଟ୍ରାଫିକ ନିୟନ୍ତ୍ରଣ ବିଭାଗକୁ ଏକ ଅଜଣା ଫୋନ ନମ୍ବରରୁ ଆସିଥିଲା, ଯାହା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ପୋଲିସ ଫାତିମା ନାମକ ମହିଳାଙ୍କୁ ଗିରଫ କରିଛି।
H8. America threaten Iran: ବର୍ତ୍ତମାନ ଆମେରିକା ମଧ୍ୟ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଏଣ୍ଟ୍ରି ମାରିଛି। ଆମେରିକା ସ୍ପଷ୍ଟ ଭାବରେ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ସେ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରେ, ତେବେ ଏଥର ମଧ୍ୟ ଇସ୍ରାଏଲକୁ କେହି ଅଟକାଇ ପାରିବ ନାହିଁ। ଇରାନ ଧମକ ଦେଇଛି ଯେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିବ ।
H9. New Zealand complete historic 3-0 series clean sweep of India: ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟ ବଜାୟ ରଖି ରବିବାର ତୃତୀୟ ମ୍ୟାଚ୍ରେ ଭାରତକୁ ୨୫ ରନରେ ପରାସ୍ତ କରି ଟେଷ୍ଟ ସିରିଜକୁ ୩-୦ ରେ କ୍ଲିନ୍ ସୁଇପ୍ କରିନେଇଛି। ଏହି ବିଜୟ ନ୍ୟୁଜିଲ୍ୟାଣ୍ଡ ପାଇଁ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର। ଭାରତୀୟ ମାଟିରେ ତିନି କିମ୍ବା ଅଧିକ ମ୍ୟାଚ୍ ବିଶିଷ୍ଟ ସିରିଜ୍ ସଫା କରିବାରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦଳ ହୋଇପାରିଛି।
H10. WTC Points Table: ଭାରତରେ ଟିମ୍ ଇଣ୍ଡିଆକୁ ୩-୦ରେ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ଇତିହାସ ସୃଷ୍ଟି କରିଛି। ଏହି ସିରିଜରେ ଟିମ୍ ଇଣ୍ଡିଆ କୌଣସି ମ୍ୟାଚ୍ ଜିତି ପାରି ନାହିଁ ଏବଂ ଏପରି ପ୍ରଥମ ଥର ପାଇଁ ହୋଇଛି, ଯେତେବେଳେ କି ନ୍ୟୁଜିଲ୍ୟାଣ୍ଡ ଦଳ ଭାରତରେ କ୍ରମାଗତ ତିନିଟି ଟେଷ୍ଟ ମ୍ୟାଚ୍ ରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି। ଏହା ସହ ଟିମ୍ ଇଣ୍ଡିଆକୁ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ବଡ଼ ଝଟକା ଲାଗିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ନମ୍ବର ୱାନ ମୁକୁଟ ମଧ୍ୟ ଚାଲିଯାଇଛି। ଟିମ୍ ଇଣ୍ଡିଆ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ରେସରୁ ବାଦ ପଡିପାରେ।