Top 10 News Today:


COMMERCIAL BREAK
SCROLL TO CONTINUE READING

01- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ଝଟକା ଲାଗିଛି । କେଜ୍ରିୱାଲଙ୍କ ବେଲ୍ ପ୍ରକ୍ରିୟାରେ ସାମୟିକ ରୋକ୍‌ ଲଗାଇନ୍ତି ହାଇକୋର୍ଟ। ଇଡି ଆବେଦନ ଉପରେ ଶୁଣାଣି ନସରିବା ପର୍ଯ୍ୟନ୍ତ ଜେଲ୍‌ରୁ ମୁକୁଳିବା ଉପରେ ଏହି ରୋକ୍‌ ଲଗାଯାଇଥିବା ଜଣାପଡିଛି ।  ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା କେଜ୍ରିୱାଲଙ୍କୁ ଦିଲ୍ଲୀ କୋର୍ଟ ଗତକାଲି କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡରେ ଜାମିନ ମଞ୍ଜୁର କରିଥିଲେ । ପରେ ଦିଲ୍ଲୀ କୋର୍ଟଙ୍କ ରାୟକୁ ଇଡି ପକ୍ଷରୁ ହାଇକୋର୍ଟରେ ଚାଲେଂଜ କରାଯାଇଥିଲା ।


02- ‘ରାୟଗଡ଼ା ନୁହେଁ କଳାହାଣ୍ଡି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ’ ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା । କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ସଂକ୍ରମଣ ବ୍ୟାପିଥିବା ନେଇ ସେ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି ଏବଂ କୋରାପୁଟରେ ସର୍ଭେଲାନ୍ସ ଚାଲିଛି । କୋରାପୁଟ ବନ୍ଧୁଗାଁରେ ୩୩ ପିଲାଙ୍କୁ ବୁଷ୍ଟର ଡୋଜ ପ୍ରଦାନ କରାଯାଇଛି । ସେହିପରି କାଶୀପୁର ମନୁଷପଦର ଅଞ୍ଚଳରେ ଥିବା ୧୮ଟି ଗାଁରୁ ୧୩ ଗାଁରେ ବୁଷ୍ଟର ଡୋଜ୍ ଟିକାକରଣ ସରିଛି ।


03- ଆଜି ବିଶ୍ୱ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗରଠାରେ ଏହି ଉତ୍ସବକୁ ଉଦ୍‍ଘାଟନ କରିବା ସହ ବିଶ୍ୱବାସୀଙ୍କୁ ଭାରତର ବାର୍ତ୍ତା ପ୍ରଦାନ କରିଛନ୍ତି। ଯୋଗ ପ୍ରତି ସାରା ବିଶ୍ବ କିପରି ଆକର୍ଷିତ ହୋଇଛି ଏବଂ ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ଯୋଗ କରିଥିଲେ ।


04- ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କରିଛନ୍ତି ECI । ନିର୍ବାଚନରେ ପରାଜୟ ପରେ ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ ଦୀପାଳି । ଏନେଇ ସେ, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଚେକିଂ ଓ ଭେରିଫିକେସନ ପାଇଁ ECI ଆବେଦନ ଗ୍ରହଣ କରିଛି । ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର EVM ଯାଞ୍ଚ ଅନୁମତି ଦିଆଯାଇଛି ।


05- ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଛି । କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ତାଙ୍କୁ କାଳିମାଡ଼ ହୋଇଛି। ଦଳର ଅସନ୍ତୋଷ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। ଆଜି ସକାଳେ ଶ୍ରୀ ପଟ୍ଟନାୟକ କୌଣସି ଏକ କାମରେ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ତାଙ୍କ ଚ୍ୟାମ୍ବରକୁ ଜୋର ଜବରଦସ୍ତ ପସି ଆସିଥିଲେ। ଚ୍ୟାମ୍ବର୍ ଭିତରେ ହୋ ହାଲା ହୋଇ ନାରାବାଜି ଦେବା ସହ ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରି ସେଠାରୁ ପଳାଇ ଯାଇଥିଲେ।


06- ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଆରୋଗ୍ୟମ୍‌ ସେଣ୍ଟର କରାଯିବ । ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଆରୋଗ୍ୟମ୍‌ ସେଣ୍ଟର ଖୋଲିବ ଏବଂ ପ୍ରତି ଆରୋଗ୍ୟମ୍‌ ସେଣ୍ଟରରେ ଯୋଗ ଶିକ୍ଷକ ରହିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବଲାଙ୍ଗିରରେ ଯୋଗ ଦିବସ ପାଳନ ଅବସରରେ ସେ ଏନେଇ ସୂଚନା ଦେଇଛନ୍ତି ।


07- ୨୦୩୬ ପର୍ଯ୍ୟନ୍ତ ରାଜ୍ୟରେ ଅନୁଷ୍ଠିତ ହେଉଥିବା ହକି ମହାକୁମ୍ଭର ପ୍ରାୟୋଜକ ରହିବ ଓଡ଼ିଶା । ଆହୁରୀ ୩ ବର୍ଷ ପାଇଁ ଏହାକୁ ବୃଦ୍ଧି କରିଛନ୍ତି ବିଜେପି ସରକାର । ଆଜି ରାଜ୍ୟ ଅତିଥି ଭବନରେ ହକି ଇଣ୍ଡିଆ ପ୍ରତିନିଧି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଆଲୋଚନା କରିଛନ୍ତି । ।


08- ପବିତ୍ର ଦେବସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ବରେ ଅଛନ୍ତି ୬୮ ପ୍ଲାଟୁନ ପୋଲିସ ଫୋର୍ସ । ଏକ ପ୍ରେସ୍‌ମିଟ କରି ସୁରକ୍ଷା ବ୍ୟବସ୍ଥା ନେଇ ଏସ୍‌ପି ପିନାକ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଭକ୍ତମାନେ କିପରି ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ କରିବେ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି ।


09- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।


10- ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଏହାର ପ୍ରଭାବରେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ଦୁଇରୁ ୩ ଦିନ ଭିତରେ ସାରା ରଜ୍ୟରେ ମୌସୁମୀ ବାୟିଜନିତ ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜିଠାରୁ ରାଜ୍ୟର ଉପକୂଅଞ୍ଚଳ ସମେତ ନୟାଗଡ଼, ଗଜପତିଳ କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧଳ ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର କଳାହାଣ୍ଡି, କନ୍ଧମାଳ, ଓ ରାୟଗଡ଼ା ଜିଲ୍ଲାରେ କାଳ ବୈଶାଖି ଆଶଙ୍କା ରହିଛି।


Also Read- Budh Gochar 2024 June: ଜୁନ ୨୯ ପର୍ଯ୍ଯ୍ୟନ୍ତ ମିଥୁନ ରାଶିରେ ରହିବେ ବୁଧ, ୪ ରାଶି ଉପରେ ପ୍ରଭାବ