Top 10 Today: 


COMMERCIAL BREAK
SCROLL TO CONTINUE READING

01- ୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଫଳ ଆଜି ପ୍ରକାଶ ପାଇଛି । ବିଜେଡିକୁ ପଛରେ ପକାଇ ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି । ୧୪୭ ବିଧାନସଭା ଆସନରୁ ବିଜେପିକୁ ୭୮ ଆସନ ମିଳିଥିବା ସମୟରେ ବିଜେଡିକୁ ମିଳିଛି ମାତ୍ର ୫୧ଟି ଆସନ । ଯାହା ୨୪ ବର୍ଷର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି ।


02- ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଅଭିଭାଷଣ ରଖିଛନ୍ତି । କହିଛନ୍ତି ଯେ, ୧୯୬୨ ପରେ ପ୍ରଥମଥର ଜଣେ ସରକାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛନ୍ତି । ଓଡ଼ିଶାରେ ବିଜେପିର ଭଲ ପ୍ରଦର୍ଶନ କରିବା ନେଇ କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମଥର ବିଜେପି ମୁଖ୍ୟମନ୍ତ୍ରୀ ହେବ । 
 
03- ଓଡ଼ିଶାରେ ବିଜୟକୁ ନେଇ କୃତଜ୍ଞତା ଜଣାଇଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ସେବା କରିବାର ସୁଯୋଗ ମିଳିଥିବାରୁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଆମର ପ୍ରଥମ ଦାୟିତ୍ୱ ହେବ । ରାଜ୍ୟବାସୀଙ୍କୁ ମୁଁ ନିଶ୍ଚିତ କରୁଛି ଯେ, ଓଡ଼ିଆ ଅସ୍ମିତା ପାଇଁ ଆମେ କାର୍ଯ୍ୟ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟକୁ ପ୍ରୋତ୍ସାହିତ ପାଇଁ ଉତ୍ସର୍ଗୀକୃତ ଭାବନା ରଖିବୁ ।


04- ବିଜେପି ସଭାପତି ଜେପି ନଡ୍ଡା ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବିଜେପିକୁ ଓଡ଼ିଶାବାସୀ ବିଶ୍ବାସକୁ ନେଇଥିବାରୁ କୃତଜ୍ଞତା ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ମଧ୍ୟ ବିଶେଷ ଭାବେ କୃତଜ୍ଞତା ଜଣାଇବା ସହ କହିଛନ୍ତି ଯେ, ତାଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ ମୋଦୀଙ୍କ ବାର୍ତ୍ତା କୋଣ ଅନୁକୋଣରେ ପହଞ୍ଚି ପାରିଲା । କଠିନ ପରିଶ୍ରମ କାରଣରୁ ସଫଳତା ମିଳିଛି ବୋଲି ନଡ୍ଡା କହିଛନ୍ତି ।


05- ରାଜ୍ୟରେ କଂଗ୍ରେସ ୧୪ ଆସନରେ ବିଧାନସଭାରେ ନିଜକୁ ଅଧିକ ସଶକ୍ତ କରିଛି। ଏହି ଆସନଗୁଡ଼ିକ ହେଉଛି ଭଣ୍ଡାରିପୋଖରୀ, ବାସୁଦେବପୁର, ରାଜଗାଙ୍ଗପୁର, ବାରବାଟୀ-କଟକ, ଭବାନୀପାଟଣା, ବିଷମ କଟକ, ଗୁଣପୁର, ମୋହନା, ସାନଖେମୁଣ୍ଡି, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, ପଟାଙ୍ଗୀ, ଚିତ୍ରକୋଣ୍ଡା ଆଦି ବିଧାନସଭା ଆସନରେ ସଫଳତା ଲାଭ କରିଛି ।


06- ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଓଲଟଫେର ଦେଖିବାକୁ ମିଳିଛି। ଓଠାରେ ଦଶନ୍ଧି ଧରି ପ୍ରଭାବଶାଳୀ ଥିବା ଉଭୟ ପ୍ରମୁଖ ଦଳର ମୁଖ୍ୟ ନିର୍ବାଚନ ହାରି ଯାଉଛନ୍ତି। ‘ଜମ୍ମୁ କାଶ୍ମୀର ଜାତୀୟ ସମ୍ମିଳନୀ’ (ଜେକେଏନ୍ଏଫ୍) ର ଉପାଧ୍ୟକ୍ଷ ଓମର ଅବଦୁଲ୍ଲା ଓ ‘ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି’ (ଜେକେପିଡିପି) ନିଜ ନିଜ ଆସନରୁ ନିର୍ବାଚନରେ ​​ହାରିଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​ବାରାମୁଲ୍ଲାରୁ ଓମର ଅବଦୁଲ୍ଲା ଓ ଅନନ୍ତନାଗ-ରାଜୌରୀରୁ ମେହବୁବା ମୁଫତିଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଜମ୍ମୁ କାଶ୍ମୀରରେ ବିଜେପି ୨ଟି ଆସନ, ଜେକେଏନଏଫ ୨ଟି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତି ନେଇଛି।


07- ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ।


08- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯାଏ ଯେତିକି ନିର୍ବାଚନ ଲଢ଼ିଛନ୍ତି ସବୁଥିରେ ଜିତିଛନ୍ତି। ପ୍ରଥମଥର ପାଇଁ ରାଜ୍ୟର ପଶ୍ଚିମାଞ୍ଚଳରେ ନବୀନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା। ନବୀନ ପ୍ରାର୍ଥୀ ହୋଇଥିବା କଣ୍ଟାବାଞ୍ଜିରେ ତାଙ୍କୁ ବିଫଳତା ମିଳିଛି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ତାଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ସେହିପରି ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିରେ ମଧ୍ୟ ନବୀନ ବିଜୟ ହୋଇଥିଲେ ବି ବିଜୟ ବ୍ୟବଧାନ ନିରାଶାଜନକ ହୋଇଛି। 


09- ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଣବ ପ୍ରକାଶ ଦାସଙ୍କ ପରିବାରକୁ ଲାଗିଛି ଶକ୍ତ ଝଟକା । ସମ୍ୱଲପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ ପ୍ରଣବ ପ୍ରକାଶ ଦାସ କିନ୍ତୁ ସେଠାରେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ହାରିବାକୁ ପଡିଛି । ଏଥିସହ ପ୍ରଣବଙ୍କ ମାଆ ସନ୍ଧ୍ୟାରାଣୀ ଦାସ ବିଜେଡି ଟିକଟରୁ କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ସମୟରେ ତାଙ୍କୁ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଛି । କେବଳ ସେତିକି ନୁହେଁ ସନ୍ଧ୍ୟାଙ୍କ ଜ୍ୱାଇଁ ତଥା ଓଲିଉଡ ଅଭିନେତା ଅରିନ୍ଦମ ଦାସ ବିଜେପି ଆସନରୁ ନିର୍ବାଚନ ଲଢି ସାଲେପୁରରୁ ପରାଜୟ ହାସଲ କରିଛନ୍ତି ।


10- ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ୍ ରେଞ୍ଜ୍ ସ୍ପେଶାଲ୍ ଇନ୍ସପେକ୍ଟର ଜେନେରାଲ୍ ଡି ଆର କରାଲେ କହିଛନ୍ତି ଯେ, ସୁଖୋଇ ସୁ -30(Su-30MKI )ଏମକେ ବିମାନର ପାଇଲଟ୍ ତଥା ସହ-ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ବାହାରିଛନ୍ତି। ବିମାନଟି ଶିରସଗାଓଁ ଗାଁ ନିକଟ ଏକ କ୍ଷେତରେ ଖସିପଡି ଥିବା ଜଣାପଡି଼ଛି।