Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ଭାରତ ଏବଂ କାନାଡା ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (CSIS) କହିଛି ଯେ ବେଆଇନ ପାଣ୍ଠି ଏବଂ ପ୍ରଚାର ଅଭିଯାନ ଚୀନ୍ ଓ ଭାରତ ସେମାନଙ୍କ ଦେଶର ପ୍ରବାସୀ ସମ୍ପ୍ରଦାୟକୁ ପ୍ରଭାବିତ କରିଥାଏ। CSIS ଏହାର ଏକ ରିପୋର୍ଟରେ ଦାବି କରିଛି ଯେ ଭାରତ ମଧ୍ୟ କାନାଡାର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରିଛି। ଅର୍ଥ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ସେ ନିଜ ପସନ୍ଦର ନେତାମାନଙ୍କୁ କାନାଡା ସଂସଦକୁ ପଠାଇବାକୁ ଚେଷ୍ଟା କରୁଛନ୍ତି।


Headlines 02- କର୍ଣ୍ଣାଟକରେ ବିଜେପି ବିଧାୟକ ମୁନିରଥନା ଏବଂ ଅନ୍ୟ ୬ଜଣଙ୍କ ବିରୋଧରେ ଦୁଷ୍କର୍ମ, ଯୌନ ନିର୍ଯାତନା ତଥା ଅପରାଧିକ ଧମକ ମାମଲା ରୁଜୁ ହୋଇଛି। ଗୁରୁବାର ଦିନ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ପୋଲିସ କହିଛି ଯେ ୪୦ ବର୍ଷୀୟ ମହିଳା ଅଭିଯୋଗ କରିଛନ୍ତି ଯେ କାଗଲୀପୁରା ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ରିସୋର୍ଟରେ ତାଙ୍କ ସହ ଏହି ଘଟଣା ଘଟିଛି। ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।


Headlines 03- ସେପ୍ଟେମ୍ୱର ୨୧ରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ମାର୍ଲେନାଙ୍କ ଶପଥ ଗ୍ରହଣ ଲାଗି ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ପଠାଯାଇଛି। ଅରବିନ୍ଦ କେଜ୍ରିଓ୍ବାଲ୍ ୧୫ ଦିନ ମଧ୍ୟରେ ତାଙ୍କର ସରକାରୀ ବାସଭବନ, ସୁରକ୍ଷା ସହ ଅନ୍ୟାନ୍ୟ ସୁବିଧା ଛାଡିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ନୂଆ ମିଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ସହ ଦଳର ଅନ୍ୟ ନେତା ମାନେ ମଧ୍ୟ ଉପସ୍ଥିତ ରହିବେ।


Headlines 04- ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୁରିଛି। ତେଣୁ ପୁରୀରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ପହଞ୍ଚି ସଭାକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ପାଇଁ ସଂକଳ୍ପପତ୍ର ଧର୍ମଗ୍ରନ୍ଥ । ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା ଏବଂ ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା । ପୂର୍ବ ସରକାର ମହାପ୍ରଭୁଙ୍କୁ ମଧ୍ୟ ଭୋଟ ରାଜନୀତିରେ ବ୍ୟବହାର କରିଥିଲେ । ସଂକଳ୍ପ ପତ୍ରରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଆମେ ପୂରା କରିଛୁ ଏବଂ ଆଗକୁ କରିବୁ ମଧ୍ୟ । ସରକାର ଗଠନର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲୁ ଏବଂ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ ।


Headlines 05- ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ଚିଠି ହୋଇଛି । ASI ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ ତେଣୁ ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ । ତୁରନ୍ତ କାର୍ଯ୍ୟ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।


Headlines 06- ଧାମନଗର ଧୁଷୁରୀ ଥାନା ଗୁଡ଼ୁପୋଖରୀ ବଜାରରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ । ଗୋଟିଏ ଗୋଷ୍ଠୀର ୪ ଆହତ ଏବଂ ଜଣଙ୍କ ଅବସ୍ଥା ଗୁରୁତର । ଘଟଣାସ୍ଥଳରେ ଧାମନଗର ଓ ଧୁଷୁରୀ ପୋଲିସ ସମେତ ୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ଘଟଣାସ୍ଥଳରେ BNSS ୧୬୩ ଲାଗୁ କରାଯାଇଛି । ୧ କି.ମି ପରିସର ମଧ୍ୟରେ ଏକତ୍ରିତ ଓ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ୪ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 


Headlines 07- ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଖୁବ୍ ଶୀଘ୍ର ଏଥିପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ। ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବର୍ତ୍ତମାନ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବା ବେଳେ ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ହେବ। ଏଥିପାଇଁ କାମ ଆରମ୍ଭ ହୋଇଛି। ମେଡିକାଲ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା କମ୍‌‌ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏନେଇ ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି। 


Headlines 08- ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। କିଛି ଦିନ ତଳେ ବଲାଙ୍ଗିରରେ ସୁଟିଂ ବେଳେ ରୁକ୍ ସନା ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଭବାନୀପାଟଣା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।


Headlines 09- ଆଜିଠାରୁ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରିବା ସହ ଖବର ଲେଖାଯିବା ପର୍ଯ୍ୟନ୍ତ ୬ ୱିକେଟ୍ ହରାଇ ୨୪୪ ରନ୍ ସଂଗ୍ରହ କରିଛି ।


Headlines 10- ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିତି ସଙ୍ଗିନ ହୋଇଛି । ବାଲେଶ୍ୱରରେ ଅନେକ ଖାଲୁଆ ଅଞ୍ଚଳ ଜଳମଗ୍ନ ହେବାରୁ ଲୋକଙ୍କ ଘରେ ପଶିଛି ପାଣି । ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ ଏବେ ଜଳବନ୍ଦୀ। ଅନ୍ୟପଟେ ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା । ଜାମଶୋଳା ଘାଟରେ ବିପଦ ସଂକେତ ୪୯.୧୬ ମି. ଥିବା ସମୟରେ ବର୍ତ୍ତମାନ ରହିଛି ୪୯.୭୪ ମି. ସେହିପରି ରାଜଘାଟରେ ବିପଦ ସଂକେତ ୧୦.୩୬ ମି. ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୦.୬୭ ମି. ରହିଛି