Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- କିଛି ସମୟ ପରେ ବଦଳିଯିବ କ୍ୟାଲେଣ୍ଡର ଆରମ୍ଭ ହେବ ନୂଆବର୍ଷ 2025 । ସାରା ବିଶ୍ୱରେ ନୂଆବର୍ଷକୁ ନେଇ ଉତ୍ସାହିତ ଅଛନ୍ତି ବିଶ୍ୱବାସୀ । ନୂଆବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପ୍ରସ୍ତୁତି ହୋଇଛି । ସେହିପରି 
ନୂଆ ବର୍ଷ ଭିଡ଼କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି ଯେ, ଆଜି ରାତି ସାଢ଼େ ୧୨ ସୁଦ୍ଧା ଦ୍ବାର ଫିଟା ନେଇ ଆଶାବାଦୀ। ରାତି ୧୦ରୁ ସାଢ଼େ ୧୦ ଭିତରେ ହେବ ପହୁଡ଼।


Headlines 02- ନୂଆ ବର୍ଷ ପୂର୍ବରୁ ଗାଜିଆବାଦ ପୋଲିସ ଓୟୋ ହୋଟେଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗାଜିଆବାଦର ଗ୍ରାମାଞ୍ଚଳ ଏବଂ ଟ୍ରାନ୍ସ ହିନ୍ଦନ ସହର ଅଞ୍ଚଳରେ ଥିବା ଓୟୋ ହୋଟେଲ ଏବଂ ଲଜ୍ ଗୁଡିକରେ ଚଢାଉ କରିଛି ପୋଲିସ । ସୂଚନା ମପତାବକ, ମୋଟ ୩୯୦ଟି ହୋଟେଲ ଯାଞ୍ଚ କରାଯାଇଥିବା ସମୟରେ ସେଥିମଧ୍ୟରୁ ୧୯୨ ଟି ହୋଟେଲକୁ ସିଲ୍ କରାଯାଇଛି। ଖବର ମୁତାବକ ଏହି ହୋଟେଲଗୁଡିକ ବିନା ଲାଇସେନ୍ସ ଏବଂ ଅନୁମତି ବିନା ଚାଲୁଥିଲା ।


Headlines 03- ପାକିସ୍ତାନ ପୋଲିସ୍ ଭାରତୀୟ ଯୁବକ ବାଦଲ ବାବୁଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ବାଦଲ କହିଛନ୍ତି ଯେ, ସେ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଫେସବୁକ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତାଙ୍କୁ ଭିଟିବା ପାଇଁ ବିନା ଭିସାରେ ପାକିସ୍ତାନରେ ପହଞ୍ଚିଥିଲେ। ୩୦ ବର୍ଷ ବୟସ୍କ ବାଦଲ ବାବୁଙ୍କ ଘର ଉତ୍ତରପ୍ରଦେଶ ଆଲିଗଡର ନାଗଲା ଖଟକରୀ ଗାଁରେ ।


Headlines 04- ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଓଡ଼ିଶା ଫେରୁଛି ବାଘୁଣୀ 'ଜିନତ' । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଉଥିବା ସୂଚନା ମିଳିଛି । ମଧ୍ୟରାତ୍ରି ସୁଦ୍ଧା 'ଜିନତ' ଶିମିଳିପାଳ ପହଞ୍ଚିବା ନେଇ ଆଶା କରାଯାଉଛି । ଆପଣଙ୍କୁ କହିରଖୁଛୁ ଯେ, ଜିନତକୁ ଶିମିଳିପାଳ ଫେରାଇବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲା NTCA ।


Headlines 05- ବିରୋଧୀ ଦଳ ନେତା ନବୀନ ପଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଗତକାଲି ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ । ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ନବୀନ ଦାବି କରିଛନ୍ତି ।


Headlines 06- ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏହାର ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।


Headlines 07- ଆଜି ପରିଷଦର ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତରଣ ଆଇନର ନିୟମାବଳୀ-୨ ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଥିଲା ।  ୨୦୨୩ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା । ପରେ ୨୦୨୩ ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ତେବେ ୨୦୨୪ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ନାମଞ୍ଜୁର କରାଯାଇଥିଲା । ଆଜି ଜନଜାତି ଉପଦେଷ୍ଟା ପରିଷଦ ମଧ୍ୟ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଛି ।


Headlines 08- ଅନୁସୂଚିତ ଜନଜାତି ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଡ୍ରପ୍ ଆଉଟ ହାର ହ୍ରାସ କରିବା ପାଇଁ ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଜାନୁଆରୀ ୫ ତାରିଖରେ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ।


Headlines 09- ଆଠ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରେ ଯତିନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି । ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି. ଗଙ୍ଗାଧରଙ୍କୁ DIG ପାହ୍ୟା । ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ IG ପାହ୍ୟା ମିଳିଛି ।


Headlines 10- ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା। ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଗ୍ରୀନ ସିଗନାଲ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି। ପୂର୍ବ ସରକାରରେ କୋଭିଡ ପରଠୁ ଦୀର୍ଘଦିନ ଧରି ସାମ୍ବାଦିକଙ୍କୁ ଲୋକସେବା ଭବନରେ ପ୍ରବେଶ ନେଇ ପ୍ରତିବନ୍ଧକ ରହିଥିଲା।


Also Read- Deshi Ghee: ଉଷୁମ ପାଣି ସହ ୧ ଚାମଚ ଦେଶୀ ଘିଅ, ୫ଟି ରୋଗର ରାମବାଣ