Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- କନ୍ଧମାଳ ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣାରେ ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା କାରଣରୁ ମୃତ୍ୟୁ ହୋଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯାଇଛି ୭୨ ଘଣ୍ଟାରେ ରିପୋର୍ଟ ଆସିବା ପରେ ଘଟଣାରର ସ୍ପଷ୍ଟତା ଜଣାପଡିବ । ଏବେ ମଧ୍ୟ ବ୍ରହ୍ମପୁର ଏମକେଜିଜିରେ ଅସୁସ୍ଥମାନେ ଚିକିତ୍ସିତ ହେଉଛନ୍ତି ।


Headlines 02- ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପ୍ରସଙ୍ଗରେ ପୋଲିସ ଡିଜି ୱାଇ.ବି ଖୁରାନିଆ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ଏକ ରେଗୁଲାର ପ୍ରୋସେସ୍‌ ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ । କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।


Headlines 03- ଶ୍ରୀନଗର ସହରର ଖନୟାରରେ ସେନା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇବା ପରେ ଖନୟାର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ସୁରକ୍ଷାବାହିନୀ ପକ୍ଷରୁ ଏନକାଉଣ୍ଟର କରାଯାଇଛି । ଏହି ଅଞ୍ଚଳରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି । ଏହି ଆକ୍ରମଣରେ ଦୁଇ ସିଆରପିଏଫ ଯବାନ ଆହତ ହୋଇଛନ୍ତି। 


Headlines 04- ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଇସ୍କନ ରଥଯାତ୍ରା ବନ୍ଦ ପାଇଁ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲୁ ତାପରେ ଗଜପତି ମହାରାଜା ଏନେଇ ଇସ୍କନକୁ ଚିଠି କରିଥିଲେ । ଗତକାଲି ସୁଦ୍ଧା ସେମାନେ ସ୍ନାନଯାତ୍ରା ଭଳି କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି । ମୁଁ ଭାବୁନି ସେମାନେ ଆଉ କିଛି ଆୟୋଜନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।


Headlines 05- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଆଜି ବଲାଙ୍ଗିର ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ବେଲପଡ଼ା ବ୍ଲକର ୬ ହଜାର ହେକ୍ଟର ଚାଷଜମି ଜଳସେଚିତ ହେବ । ତୁଷୁରାରେ ଏୟାରଷ୍ଟ୍ରିପ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ୬୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ପ୍ରକଳ୍ପ । ଏଥିସହ ମୋଟ ୬୨୧ କୋଟି ବ୍ୟୟରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରାଯାଇଛି।


Headlines 06- କାମାକ୍ଷାନଗରରେ ଗ୍ୟାସ୍‌ ଟାଙ୍କି ଫାଟିବା କାରଣରୁ ଗୋଟିଏ ପରିବାର ରହୁଥିବା ଘର ଛାରଖାର ହୋଇଯାଇଛି । ସୌଭାଗ୍ୟବଶତଃ ଘରର ଲୋକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପରଜଙ୍ଗ ଥାନା ଆମ୍ବପଣାସ ଗାଁରେ ଘର ଭିତରେ ଗ୍ୟାସ୍ ଟାଙ୍କି ଅଚାନକ ଫାଟିଥିଲା । ଆଗୁଆ ଆଭାସ ପାଇ ଘର ଭିତରୁ ପରିବାର ସଦସ୍ୟ ପଦାକୁ ବାହାରି ଆସିଥିଲେ ।


Headlines 07- ଦନ୍ତା ହାତୀ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଢେଙ୍କାନାଳ-ଅନୁଗୋଳ ମଧ୍ୟରେ ଥିବା ମେରାମଣ୍ଡଳୀ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ହାତୀଟି ୧୪ରୁ ୧୫ ବର୍ଷ ହେବା ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ରେଳଧାରଣା ପାର ହୋଇ ଯାଉଥିଲେ। ଏହି ସମୟରେ ମାଲବାହୀ ଟ୍ରେନଟି ସେହି ଟ୍ରାକ ଦେଇ ଯିବା ବେଳେ ହାତୀଟିକୁ ଧକ୍କା ଦେଇଥିଲା। ହାତୀଟି ଛିଟିକି ତଳେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା। ଖବର ପାଇଁ ଡିଏଫଓ ଓ ବନବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଠାଇଥିଲେ। ରେଳ ଧାରଣା କଡ଼କୁ ହାତୀ ମୃତଦେହ ସ୍ଥାନାନ୍ତର କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି।


Headlines 08- ଗତକାଲି ରାତିରେ ସହିଦନଗର ୱିନର୍ କ୍ଳବରେ ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇଜଣଙ୍କୁ ଅଟକ ରଖିଛି ପୁଲିସ। ଅନ୍ୟ ସହଯୋଗୀ ମାନଙ୍କୁ ଚିହ୍ନଟ କରୁଛି ପୁଲିସ। ଖୁବଶୀଘ୍ର ସେମାନଙ୍କୁ ଧରିବା ପାଇଁ ଆରମ୍ଭ କରିଛି ତନାଘନା। ଅଭିଯୋଗ ଅନୁସାରେ, ସହିଦ ନଗର ଓ୍ଵିନର କ୍ଳବର କିଛି ଯୁବକ ସହିଦନଗର ଚାନ୍ଦିଭଣ୍ଡାର ପାଖରେ ଛିଡା ହୋଇ ଧୂମପାନ କରୁଥିବା ବେଳେ ଗୋଶାଳାର କିଛି ଯୁବକ ଆସି କମେଣ୍ଟ କରିଥିଲେ। ଏହାକୁ ନେଇ ଉତ୍ତେଜନା ବଢ଼ିଥିଲା। ୧୦ ରୁ ୧୫ ଯୁବକ ଆସି ଆକ୍ରମଣ କରିଥିଲେ। ଏଥିରେ ଜଣେ ଗୁରୁତର ଆହତ ହୋଇଥିଲେ। ସହିଦ ନଗର ଥାନାରେ ମାମଲା ଦାୟର ହୋଇଥିଲା।


Headlines 09- ସୁନ୍ଦରଗଡ଼ର ଗଏକାନ୍‍ପାଲିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ଘଣଣାସ୍ଥଳରେ ମୃତ୍ୟୁ ଘଟିବା ସହ ୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ହେମଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ହେମଗିରି ଥାନାର ଗଏକାନ୍‍ପଲ୍ଲୀ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଠିଆ ହୋଇଥିବା ବେଳେ ତା ପଛକୁ ଟାଟା ମ୍ୟାଜିକ୍‍ ପିଟିଥିଲା। ଏହି ଟାଟା ମ୍ୟାଜିକ୍‍ରେ ଏକ କିର୍ତ୍ତନଦଳ ଆସୁଥିଲେ। ଯେଉଁଥିରେ ଥିବା ୬ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଉ ୭ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ଏବଂ ପ୍ରଶାସନ ହସ୍‍ପିଟାଲ୍‍କୁ ପଠାଇଛନ୍ତି। 


Headlines 10- ନଭେମ୍ବର ଶେଷ ସପ୍ତାହରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବାକୁ ଥିବା ବେଳେ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତେବେ ଡିସେମ୍ବର ଶେଷ ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ଖାରଜ ହୋଇଥିବା ଆବେଦନର ରି-ଚେକ୍ ପାଇଁ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି। ଆବେଦନ ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ନୋଟିସ୍ ହେବ।