Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ଏକ ସାପ୍ତାହିକ ହାଟରେ ଯବାନଙ୍କ ଉପରେ ନକ୍ସଲ ହମଲା କରିବା ଫଳରେ ୨ ଯବାନ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଜଗରଗୁଣ୍ଡା ଥାନା ଅଞ୍ଚଳରେ ଏହି ନକ୍ସଲ ହମଲା ହୋଇଛି । ଅନ୍ୟପଟେ ଶ୍ରୀନଗରରେ ଏକ ବଡ଼ ଗ୍ରେନେଡ ଆକ୍ରମଣ ହୋଇଛି। ଅଲ ଇଣ୍ଡିଆ ରେଡିଓ ଷ୍ଟେସନ ବାହାରେ ଥିବା CRPF ବଙ୍କର ଉପରେ ଏହି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ୧୨ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପକୁ ତଦନ୍ତ ପାଇଁ ନିୟୋଜିତ କରାଯାଇଛି।


Headlines 02- ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି ବିଜେପି । ରାଞ୍ଚିରେ ଆୟୋଜିତ ସଭାରେ ସଂକଳ୍ପ ପତ୍ର ଜାରି କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଗୋଗୋ ଦିଦି' ଯୋଜନାରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି । ବର୍ଷକୁ ଦୁଇ ଥର ମାଗଣା ଏଲ୍‌ପିଜି ସିଲିଣ୍ଡର ଦେବାକୁ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦୀପାବଳି ଓ ରାକ୍ଷୀପୂର୍ଣ୍ଣିମାରେ ମାଗଣା ଏଲ୍‌ପିଜି ସିଲିଣ୍ଡର ମିଳିବ । ବାକି ଅନ୍ୟ ସମୟରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ । ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ସଂକଳ୍ପପତ୍ରରେ ଘୋଷଣା କରାଯାଇଛି ।


Headlines 03- ମହାନଦୀ ଜଳ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ବୟାନ ଦେଇଛନ୍ତି । ମହାନଦୀ ବିବାଦ ସମ୍ପର୍କରେ ଆଲୋଚନା ଜାରି ରହିଛି। ରାଜ୍ୟ ସରକାର ଘଟଣାକୁ ଗୁରୁତ୍ବ ସହ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ।


Headlines 04- ୧୧ ଦଫା ଦାବି ପୂରଣ ନ ହେଲେ ନଭେମ୍ୱର ୧୦ ତାରିଖରୁ ପରିବହନ ବନ୍ଦ ନେଇ ଚେତାବନୀ ଦେଇଛି ଟ୍ରକ ମାଲିକ ସଂଘ । ୧୦ଟି ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୯ ତାରିଖ ସୁଦ୍ଧା ଦାବି ପୂରଣ କରିବାକୁ ଟ୍ରକ ମାଲିକ ଡେଡଲାଇନ୍ ଦେଇଛନ୍ତି । ନଚେତ୍ ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚକା ବନ୍ଦ ଆନ୍ଦୋଳନ କରିବେ ।


Headlines 05- ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ। ଆଜିଠାରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ମିନିଟ ପର୍ଯ୍ୟନ୍ତ ରହିଛି। ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ। ସୂଚନାଯୋଗ୍ୟ ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ। ଅନ୍ୟପଟେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ୱେବସାଇଟରେ ଅପଲୋଡ କରିବେ। ଇଣ୍ଟରନାଲ ଆସେସମେଣ୍ଟ ମାର୍କ ସହ ଆସପ୍ରେସନାଲ କମ୍ପୋନେଣ୍ଟସ ମାର୍କ ପ୍ରଧାନଶିକ୍ଷକମାନେ ଅପଲୋଡ କରିବେ। 


Headlines 06- ଦୁଇ ଦିନିଆ ବଲାଙ୍ଗୀର ଗସ୍ତ ସାରି ଭୁବନେଶ୍ବର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଫେରିବା ପୂର୍ବରୁ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲାର ବିକାଶ ତଥା ଆଗକୁ କଣ ଭିଜନ ରହିଛି ସେନେଇ ସୂଚନା ଦେଇଛନ୍ତି। ଆଗରୁ ବଲାଙ୍ଗିରକୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି। ବଲାଙ୍ଗୀରର ଯେତିକି ବିକାଶ ହେବା କଥା ହୋଇନାହିଁ। ତେବେ ଆମ ସରକାର ସମସ୍ତ ଅସମାନତା ଦୂର କରି ଜିଲାକୁ ସମୃଦ୍ଧ ଓ ବିକଶିତ ଜିଲା କରିବାକୁ ପ୍ରାଥମିକତା ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ବଲାଙ୍ଗୀର ସର୍କିଟ ହାଉସ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି।


Headlines 07- ଚୋରା ମଦ କାରବାରକୁ ମହିଳାଙ୍କ ବିରୋଧ। ଘରୁ ବାହାର କରି ରାସ୍ତାରେ ଭାଙ୍ଗିଲେ ଦେଶୀ ବିଦେଶୀ ମଦ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ପାଟୁଳି ବଜାରରେ ଦିର୍ଘଦିନ ହେବ ବେଆଇନ ଭାବେ ଚୋରା ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଆସୁଥିଲା। ଧାମନଗର ପୋଲିସ କିମ୍ୱା ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିଲା। ଏହାକୁ କେନ୍ଦ୍ରକରି ଆଜି ଗ୍ରାମର ସହ ସହ ସଂଖ୍ୟାର ମହିଳା ମାନେ ଏକଜୋଟ ହୋଇ ମଦ ବିକୁଥିବା ହୃଦାନନ୍ଦ ତ୍ରିପାଠୀ ଓ ରାଧାଶ୍ୟାମ ତ୍ରିପାଠୀଙ୍କ ଘରୁ ମଦ ବାହାର କରି ରାସ୍ତା ଉପରେ ଭାଙ୍ଗି ବିରୋଧ କରିଥିଲେ। 


Headlines 08- ଆସନ୍ତା ନଭେମ୍ୱର ୧୫ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ନକରି ତଳ ପଡ଼ିଆରେ ବାଲିଯାତ୍ରା କଲେ ଭଲ ହୁଅନ୍ତା ବୋଲି ପରାମର୍ଶ ଦେଇଛନ୍ତି ହାଇକୋର୍ଟ। ବାଲିଯାତ୍ରା ତଳ ପଡ଼ିଆରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କଟକଣା ଜାରି କରିଛି। କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣୀ କରି ଏହି ମତ ରଖିଛନ୍ତି ହାଇକୋର୍ଟ। ଅନ୍ୟପଟେ ଏପଟେ ତଳ ପଡ଼ିଆ ଓ ଉପର ପଡିଆର ବ୍ୟବସାୟୀଙ୍କୁ ଜାଗା ଦେବାକୁ ହେଲେ, କେତେ ସମ୍ପ୍ରସାରଣ କରିବାକୁ ପଡ଼ିବ ? ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଭିତରେ ଏହା ସମ୍ଭବ କି? ଏନେଇ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛି ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ।


Headlines 09- ଶ୍ରୀମନ୍ଦିର ମେଘନାଦ ପାଚେରିରେ ଫାଟକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମେଘନାଦ ପାଚେରିର ସୁରକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ । ଏଏସଆଇ, ଟେକ୍ନିକାଲ ଟିମ୍ ମଧ୍ୟ ଏ ସମ୍ପର୍କରେ ସର୍ଭେ କରିଛନ୍ତି । ଏହାକୁ ଗୁରୁତ୍ବର ସହ ନେଇ ମରାମତି ବ୍ୟବସ୍ଥା କରିବୁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।


Headlines 10- ମୁମ୍ବାଇ ଟେଷ୍ଟରେ ୨୫ ରନରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି । ୧୪୭ ରନ୍ କୁ ପିଛା କରି ଭାରତ ୧୨୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଏଜାଜ ପଟେଲଙ୍କୁ ସର୍ବାଧିକ ୬, ଫିଲିପ୍ସଙ୍କୁ ୩ ୱିକେଟ୍ ଏବଂ ୩-୦ରେ ସିରିଜ କ୍ଲିନ ସୁଇପ୍ ସହ ଇତିହାସ ରଚିବାରେ ସକ୍ଷମ ହୋଇଛି ଟିମ୍ ନ୍ୟୁଜିଲାଣ୍ଡ ।


Also Read- Shukra Gochar 2024: ଅପେକ୍ଷାର ହେବ ଅନ୍ତ, ୪ ଦିନ ପରେ ୩ ରାଶିକୁ ଆର୍ଥିକ ଲାଭ


Also Read- Viral Video: ୨ ନୃତ୍ୟଶିଳ୍ପୀଙ୍କ ଭିଡିଓ ଭାଇରାଲ୍