Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ଉତ୍ତରାଖଣ୍ଡର ଆଲମୋଡ଼ା ଠାରେ ସକାଳେ ଘଟିଥିବା ଭୟଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୬ ରେ ପହଞ୍ଚିଛି। ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ୪୨ ଜଣ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗାଁ କୁପି ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇବାରୁ ବସ୍ ୧୫୦ ଫୁଟ ଗଭୀର ଘାଇରେ ଖସି ପଡିଥିଲା। କୁମାଓନ୍ ଡିଭିଜନ୍ ପୋଲିସ୍ କମିଶନର ଦୀପକ ରାୱତ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ତଥା ଆହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। 


Headlines 02- ଧୂଆଁ ଯୋଗୁଁ ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ। ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ବୃଦ୍ଧି ପାଇଛି, କିନ୍ତୁ ଦୀପାବଳୀରେ ଆତସବାଜି ବାୟୁ ପ୍ରଦୂଷଣକୁ ଯଥେଷ୍ଟ ବୃଦ୍ଧି କରିଛି | ରବିବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହି ସପ୍ତାହରେ ପାଗ ସ୍ପଷ୍ଟ ହେବ, କିନ୍ତୁ କୁହୁଡି ଦେଖାଯିବା ଆରମ୍ଭ କରିବ | ନଭେମ୍ବର ୭ ପର୍ଯ୍ୟନ୍ତ ଦିଲ୍ଲୀରେ କୁହୁଡି ଓ କୁହୁଡ଼ି ସମ୍ପର୍କରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। 


Headlines 03- ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । ମୋଟ ୧୪ ଜିଲ୍ଲାର ୧୩୧ ବ୍ଲକ ବାତ୍ୟାରେ ପ୍ରଭାବିତ ହୋଇଛି ଏବଂ ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୧୬, ୪୧୭ ଘର ପ୍ରଭାବିତ ହେବା ସହ ୨୭ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ମୋଟ ୬୦୦ କୋଟି ଟଙ୍କାର ସମ୍ପତ୍ତି କ୍ଷତି ଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।


Headlines 04- ଲାଞ୍ଚ ନେଇ ଧରାପଡ଼ିଛନ୍ତି ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ ।  ଜେଇ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ ହୋଇଥିଲା । ଏକ ବିଲ୍ ପାସ୍ ପାଇଁ ଠିକାଦାରଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜେଇଙ୍କ ଅଫିସ୍ ସମେତ ବ୍ରହ୍ମପୁର ପୈତୃକ ଘର ଓ ଶ୍ୱଶୁର ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । 


Headlines 05- ପିସିସି ସଭାପତି ପାଇଁ କଂଗ୍ରେସ ଭବନରେ ବୈଠକ ଚାଲିଛି । ପିସିସି ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନଙ୍କ ବୈଠକରେ ଉପସ୍ଥିତ ଅଛନ୍ତି । ଷ୍ଟିୟରିଂ କମିଟି ସଦସ୍ୟଙ୍କ ସହ ଆଲୋଚନା ଚାଲିଥିବା ସୂଚନା ମିଳୁଛି ।


Headlines 06- ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗସ୍ତରେ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଗସ୍ତ ସମୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ଦିଲ୍ଲୀରୁ ଫେରିବା ପରେ ୧୮ ତାରିଖରୁ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। 


Headlines 07- ଚଳିତ ନଭେମ୍ବର ମାସ ୧୦ ତାରିଖରୁ ରାଜ୍ୟରେ ଟ୍ରକ ଚଳାଚଳ ବନ୍ଦ ରହିବ। ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ଟ୍ରକ ମାଲିକ ସଂଘ। ଏନେଇ ରାଜ୍ୟ ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଲଘୁଖଣିଜ ପଦାର୍ଥ ବିଶେଷ କରି ନଦୀବାଲି ପରିବହନକୁ ଶୃଙ୍ଖଳିତ କରିବା ପାଇଁ ଟ୍ରକ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ  ଇସ୍ପାତ, ଖଣି ଏବଂ ପରିବହନ ମନ୍ତ୍ରୀ, ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ମାତ୍ର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଟ୍ରକ ମାଲିକ ସଂଘ। 


Headlines 08- ହାତୀ ମୃତ୍ୟୁ ଘଟଣାର ହେବ ତଦନ୍ତ। ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ହାତୀ ମୃତ୍ୟୁ ମାମଲାରେ ଉଦବେଗ ପ୍ରକାଶ କରି ଜଙ୍ଗଲ, ପରିବେଶ ଓ ଜଳାବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିର୍ଦ୍ଦେଶ ଦେଇ କହିଛନ୍ତି ବର୍ଷ ଆରମ୍ଭରୁ ଏଯାଏଁ ପ୍ରାୟ ୫୦ଟି ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅସ୍ୱାଭାବିକ ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାର ଗଜସାଥୀ ମୁତୟନ, ରାପିଡ ଆକ୍ସନ ଟିମ ପରି ବ୍ୟବସ୍ଥା ହୋଇଛି। 


Headlines 09- ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଲଜ୍ଜାଜନକ ପରାଜୟ ପରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଭାରତର ଟାଣୁଆ  ୱିକେଟ କିପର ଭାବେ ପରିଗଣିତ ହେଉଥିବା ରିଦ୍ଧିମାନ ଶାହା ଏବେ ସମସ୍ତ ଫର୍ମାଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡ଼ିଆର ଏକ ପୋଷ୍ଟରେ ରିଦ୍ଧିମାନ ଶାହା କହିଛନ୍ତି କି ରଣଜୀ ଟ୍ରଫର ଚଳିତ ସିଜିନ ପରେ ତାଙ୍କର କ୍ରିକେଟ ଯାତ୍ରା ଶେଷ ହେବାକୁ ଯାଉଛି। ଭାରତର ସିନିୟର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଅବସର ଘୋଷଣା କରିଛନ୍ତି। 


Headlines 10- ଷ୍ଟିଲ୍ ସିଟି ରାଉରକେଲା ସହରରେ ପୁଣି ଗୁଳି ମାଡ଼ ଅଭିଯୋଗ । ସହରର ଟ୍ରାଫିକ ଗେଟ୍ ମାର୍କେଟରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ସହିତ ୩ଜଣ ଦୁର୍ବୃତ୍ତଙ୍କ ବଚସା ହେବା ପରେ ଏହି ଗୁଳିମାଡ଼ କରାଯାଇଛି ବୋଲି ଖବର ମିଳିଛି ।