Top 10 News: ଝାଡ଼ଖଣ୍ଡରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖବର ସହ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today
Headlines 01- ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ରବିବାର ଅବସର ନେଇଛନ୍ତି। ତାଙ୍କ ସ୍ଥାନରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୧୮ ଜାନୁୟାରୀ ୨୦୧୯ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ। ବିଚାରାଧୀନ ମାମଲା ହ୍ରାସ କରିବା ଏବଂ ନ୍ୟାୟ ପ୍ରଦାନକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଭାରତର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥପାଠ କରାଇଛନ୍ତି।
Headlines 02- ଚୀନର ଯୁଦ୍ଧ ପୋତ ହେଉ ବା ସାମୁଦ୍ରିକ ବିମାନ ବନ୍ଦର, ସବୁକୁ ସମୁଦ୍ର ଭିତରେ ଧ୍ୱଂସ କରିଦେବା ଲାଗି ଭାରତ ବିକାଶ କରିଛି ନୂଆ କ୍ଷେପଣାସ୍ତ୍ର। ଏହା ଏକ ହଜାର କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ସମୁଦ୍ର ଭିତରେ ଉଡ଼ାଇ ଦେବାରେ ସକ୍ଷମ ହୋଇପାରିବ। ବିଶେଷକରି ଭାରତକୁ ଟାରତଗେଟ କରି ନିକ୍ଷେପ କରାଯିବାକୁ ଥିବା ରକେଟ ମାଡ଼କୁ ରୋକିବାରେ ଏକ ଦୂରଗାମୀ କ୍ଷେପଣାସ୍ତ୍ର ବିଶେଷ ସହାୟକ ହୋଇପାରିବ ବୋଲି ଆଶା କରାଯାଇଛି। ଏହି ନୂତନ ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ଦିନେ ଦୁଇଦିନ ଭିତରେ ପରୀକ୍ଷା କରାଯିବ ବୋଲି ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ( ଡିଆରଡିଓ) ପକ୍ଷରୁ ସ୍ପଷ୍ଟ କରାଯାଇଛି।
Headlines 03- ଝାଡ଼ଖଣ୍ଡ ଷଢ଼େଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଭାରେ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଅଛନ୍ତି । ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ସଭା ସହିତ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି ।
Headlines 04- ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ଦିଆଯିବା ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ଯାଏଁ ଛୁଟି ନେଇପାରିବେ । ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ । ଅଣ-ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତି ଦିଆଯାଇଛି ।
Headlines 05- ରାଜଧାନୀ ଦିଲ୍ଲୀରେ ଭାଙ୍ଗିବାରେ ଲାଗିଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ନିର୍ବାଚନ ପୂର୍ବରୁ 'ଆପ୍' କୁ ଏକ ଶକ୍ତ ବଡ଼ ଝଟକା ଲାଗିଛି । ବିଜେପିରେ ମିଶିଛନ୍ତି ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ନେତା ରାମନାରାୟଣ ଭରଦ୍ବାଜ ।
Headlines 06- ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତୀ ବେହେରାଙ୍କୁ ହଟାଯାଇଛି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତି ଜାରି କରିଛି । ଆସିଥିବା ପ୍ରତ୍ୟୁତ୍ତର ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ପଦଚ୍ୟୁତି କରାଯାଇଛି । ପୂର୍ବରୁ କାହିଁକି ପଦଚ୍ୟୁତ କରାନଯିବ, ସେନେଇ ସୋକଜ୍ ମଗାଯାଇଥିଲା ।
Headlines 07- ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ହେବାକୁ ଯାଉଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଯିବାକୁ ଯାଉଛି। ପ୍ରଥମ ମ୍ୟାଚ୍ ୨୨ ନଭେମ୍ବରରେ ହେବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ୧୧ ନଭେମ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବ୍ୟକ୍ତିଗତ କାରଣରୁ ରୋହିତ ଶର୍ମା ପ୍ରଥମ କିମ୍ବା ଦ୍ୱିତୀୟ ମ୍ୟାଚରୁ ଦୁରେଇ ରହିଛନ୍ତି। ଗୌତମ ଗମ୍ଭୀର ଏହା ସ୍ପଷ୍ଟ କରିଛନ୍ତି ଯେ ରୋହିତଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍ରା ଅଧିନାୟକତ୍ୱ ଗ୍ରହଣ କରିବେ।
Headlines 08- ଆନ୍ତର୍ଜାତିକ କୃଷ୍ଣ ସଚେତନା ସମାଜ ବା ଇସ୍କନ ଭାବେ ପରିଚିତ ସଂଗଠନକୁ ଭାରତରେ ବ୍ୟାଜାପ୍ତ କରିବା ତଥା ଏଥିଲାଗି ନିଷିଦ୍ଧାଦେଶ ଜାରି କରିବାକୁ ବିଭିନ୍ନ ହିନ୍ଦୁ ସଂଗଠନ ଦାବି କରିଛନ୍ତି। ଏହି ସଂସ୍ଥା ମାଧ୍ୟମରେ ବିଧର୍ମୀ ଖ୍ରୀଷ୍ଟିଆନ୍ ମାନେ ହିନ୍ଦୁଧର୍ମ ବିରୁଦ୍ଧରେ ଷଡ଼ଯନ୍ତ୍ର ସୃଷ୍ଟି କରୁଛନ୍ତି ବୋଲି ପୁରୀ ଗୋବର୍ଦ୍ଧନ ମଠ କର୍ମକର୍ତ୍ତା ମାତୃପ୍ରସାଦ ମିଶ୍ର କହିଛନ୍ତି।
Headlines 09- ଓଡ଼ିଶା ନର୍ସଙ୍କ ଡ୍ରେସ କୋଡରେ ପରିବର୍ତ୍ତନ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ବଦଳିଥିବା ଡ୍ରେସ କୋଡ୍ ଅନୁସାରେ, ସିନିୟର୍ ନର୍ସିଂ ଅଫିସରଙ୍କ ଈଷତ୍ ବାଇଗଣୀ ରଙ୍ଗର ଡ୍ରେସ୍ କୋଡ୍ କରାଯାଇଛି। ଆସିଷ୍ଟାଣ୍ଟ ନର୍ସିଂ ସୁପଣ୍ଡେଣ୍ଟେଣ୍ଡଙ୍କ କେୟନ୍ ବ୍ଲୁ ରଙ୍ଗର ପୋଷାକ କରାଯାଇଛି। ଡେପୁଟି ନର୍ସିଂ ସୁପଣ୍ଡେଣ୍ଟେଣ୍ଡ/ନର୍ସିଂ ସୁପଣ୍ଡେଣ୍ଟେଣ୍ଡଙ୍କ ଧଳା ରଙ୍ଗ ପୋଷାକ କରାଯାଇଛି। ଜେନେରାଲ୍ ୱାର୍ଡରେ ଡ୍ୟୁଟିରତ ନର୍ସ ଧଳା ରଙ୍ଗର ଆଫର୍ନ ପିନ୍ଧିବେ।
Headlines 10- ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଲଘୁଚାପ କାରଣରୁ ନଭେମ୍ବର ୧୧ ରୁ ୧୬ ମଧ୍ୟରେ ଏକାଧିକ ରାଡ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଆନ୍ଧ୍ରପ୍ରଦେଶର ଉପକୂଳ, ତାମିଲନାଡ଼ୁ, ପୁଡୁଚେରୀ, ରୟାଲସୀମା, କରାଇକଲା, ଆଦି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୩ ତାରିଖରେ ତାମିଲନାଡୁ, ପୁଡୁଚେରୀ, କେରଳ, ଆନ୍ଧ୍ରପ୍ରଦେଶର ଉପକୂଳ ଆଦି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୪ ତାରିଖରେ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, କର୍ଣ୍ଣାଟକର ଦକ୍ଷିଣ ଭାଗ, ଆଦି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସମେତ କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
Also Read- Budh Gochar 2024: ବୁଧଙ୍କ ଚଳନ ବଦଳାଇବ ୩ ରାଶିର ଭାଗ୍ୟ