Top 10 News: ସିଲ୍ ହେଲା ସିନେମା ହଲ ଖବର ସହ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today
Headlines 01- ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ NBW ଜାରି ହୋଇଛି । ହତ୍ୟା ମାମଲାର ଶୁଣାଣିରେ NBW ଜାରି କଲେ ରାୟଗଡ଼ା SDJM । ୧୪ ବର୍ଷ ତଳେ ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ NBW ଜାରି କରାଯାଇଛି ।
Headlines 02- ୟୁଟ୍ୟୁବର୍ ତଥା ଅଭିନେତା ତପି ମିଶ୍ରଙ୍କୁ ବଟି ମାଗିବା ଓ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ଛାତ୍ର ନେତା ଇତୀଶ ପ୍ରଧାନ। ତପି ମିଶ୍ରଙ୍କ ଉପରେ କାଳି ଫିଙ୍ଗିବା ଏବଂ ତାଙ୍କୁ ୫୦ ହଜାର ଟଙ୍କା ବଟି ମାଗିବା ନେଇ ଅଭିଯୋଗ ହୋଇଥିଲା ।
Headlines 03- ବଲାଙ୍ଗିରର ଆଲିସାନ୍ ସିନେମା ହଲ୍ ସିଲ୍ ହୋଇଛି । ବେଲପଡ଼ା ବ୍ଲକ ଲଥାକେନ୍ ସ୍ଥିତ ଆଲିସାନ୍ ସିନେମା ହଲ୍ ନାମରେ ଲାଇସେନ୍ସ ରିନ୍ୟୁଆଲ୍ କରିନଥିବା ଅଭିଯୋଗ ହେବା କାରଣରୁ ଏପରି ଆକ୍ସନ ନେଇଛନ୍ତି ତହସିଲଦାର । ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ସିନେମା ସିଲ୍ କରାଯାଇଥିଲା ।
Headlines 04- ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କୁ ହତ୍ୟା ଧମକ ମାମଲାରେ ଆଜି ସକାଳେ ଜଣକୁ ଗିରଫ କରିଛି ପୋଲିସ। ରାୟପୁରରୁ ଜଣେ ଅଭିଯୁକ୍ତକୁ ମୁମ୍ବାଇ ପୋଲିସ୍ ଗିରଫ କରିଥିବା ସୂଚନା । ଗିରଫ ଅଭିଯୁକ୍ତଙ୍କ ନାମ ମହମ୍ମଦ ଫୈଜାନ ବୋଲି ଜଣାପଡିଛି ।
ଫୈଜାନଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ରାୟପୁରରେ ପହଞ୍ଚିଥିଲା । ମଙ୍ଗଳବାର ସକାଳ ୧୧ଟାରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।
Headlines 05- ଟ୍ରେଡିଂ ଆପରେ ଅର୍ଥ ଲଗାଇ ହାରିଲା ପରେ ରେଳଧାରଣାରେ ଜୀବନ ହାରିଛନ୍ତି ଯୁବକ । କେନ୍ଦ୍ରାପଡ଼ା ପାଟକୁରା ନିକଟରେ ଥିବା ଲଙ୍କାପଡ଼ାରେ ଏପରି ଘଟଣା ସାମ୍ନାକୁ ଆସିଚି । ଉକ୍ତ ଯୁବକଙ୍କ ବାହାଘର ଆଉ ୫ ଦିନ ପରେ ହୋଇଥାନ୍ତା । ଘରେ ଖୁସିର ପରିବେଶକୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଅର ନିଧନ ଶୋକ ଖୋଳାଇଦେଇଛି।
Headlines 06- ବରିଷ୍ଠ ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ କାଉଣ୍ଟର କଲେ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ବୟାନକୁ ନେଇ କଟାକ୍ଷ କରି କହିଛନ୍ତି ଯେ, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ। ସ୍ଵାଗତ। କିନ୍ତୁ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ବହୁତ କମ୍।
Headlines 07- ଭରତପୁର ଥାନା ମାମଲାରେ ସମ୍ପୃକ୍ତ ଥାନାଧିକାରୀ ଓ ଅନ୍ୟମାନଙ୍କ ମିଛଧରା ପରୀକ୍ଷା ରିପୋର୍ଟ (ପଲିଗ୍ରାଫ୍ ପରୀକ୍ଷା ରିପୋର୍ଟ), ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ତଦନ୍ତକାରୀ ଦଳ ଉକ୍ତ ରିପୋର୍ଟକୁ ସମୀକ୍ଷା କରୁଛନ୍ତି। ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସ୍ଏଲରୁ ଏହି ରିପୋର୍ଟ ଆସିଛି। ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲାସିସ ସମେତ ପଲିଗ୍ରାଫ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ୪ କର୍ମଚାରୀଙ୍କର କେବଳ ପଲିଗ୍ରାଫ୍ ପରୀକ୍ଷା ହୋଇଥିଲା।
Headlines 08- ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଶ୍ରୀମନ୍ଦିରରେ ସଅଳ ଦ୍ଵାରଫିଟା ହେବା ସହ ଜଗନ୍ନାଥ ଦର୍ଶନ ପାଇଁ ଲାଗିଛି ଗହଳି ଚହଳି । ଗତକାଲି ଠାରୁ ମହାପ୍ରଭୁଙ୍କ ସ୍ଵତନ୍ତ୍ର ରାଧା ଦାମୋଦର ବେଶ ଶେଷ ହୋଇଥିବା ବେଳେ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଆଜି ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ନିତି ସୃଙ୍ଖଳିତ ଲାଗି ଗତକାଲି ଠାରୁ ଶ୍ରୀମନ୍ଦିରରେ ଧ୍ୱଜାବନ୍ଧା ନିତିକୁ ସଅଳ କରାଯାଇଛି।
Headlines 09- ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନନ୍ଦପୁର ବ୍ଲକରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଗ୍ରୀନ କ୍ଲିନ୍ ଅପରେସନ୍ ବେଳେ ଗୋଲୁର ପଞ୍ଚାୟତର ଗଙ୍ଗାଗୁଡ଼ା ଓ ଡୁମୁରିଗୁଡ଼ା ଗାଁ ନିକଟରେ ଗଞେଇ ଗଛ କାଟିବା ସହ ନିଆଁ ଲଗାଇ ନଷ୍ଟ କରାଯାଇଛି। ଡିଜିପି ୱାଇ,ବି ଖୁରାନିଆଙ୍କ କୋରାପୁଟ ଗସ୍ତ ପରେ ଏବଂ ତାଙ୍କ ନିର୍ଦେଶରେ ଏହି ଗ୍ରୀନ କ୍ଲିନ୍ ଆରମ୍ଭ ହୋଇଥିବା ନନ୍ଦପୁର ଏସଡିପିଓ ସମ୍ବିତ କୁମାର ମାଝି ସୁଚନା ଦେଇଛନ୍ତି।
Headlines 10- ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢିବ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ କମିଯିବ। ଏହା ପ୍ରଭାବରେ ଅଧିକ ଶୀତ ଅନୁଭବ ହୋଇପାରେ। ଆଜି ଓ ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ୍ ଓ ରାୟଗଡାରେ ହାଲୁକା ବର୍ଷା ହୋଇପାରେ।