Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01-  ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, ବିଜେଡିର ଆୟୁଷ କମ ଦିନ, ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ । ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ,  ନେତାଙ୍କୁ ଚାକର ଭଳି ରଖିଥିଲେ, ଏବେ ରିଭେଂଜ ମୁଡ୍‌କୁ ଆସିଯାଇଛନ୍ତି। ନେତାମାନେ ଦରି ପକାଇବା, ଟେଣ୍ଟ ଗାତ ଖୋଳିବା, ଚେୟାର ବୋହିବା ପରି କାମ କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି ।


Headlines 02- ଭାରତ-କାନାଡା ସମ୍ପର୍କର ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକ ବଡ଼ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ ପ୍ରମାଣ ଦେଇନାହିଁ। ବର୍ତ୍ତମାନ କାନାଡାର ଜାତୀୟ ସୁରକ୍ଷା ବିଶେଷଜ୍ଞ ଜୋ ଆଡାମ ଜର୍ଜ ଏହି ପ୍ରସଙ୍ଗରେ ନିଜର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କାନାଡାର ଜାତୀୟ ସୁରକ୍ଷା ବିଶେଷଜ୍ଞ ଆଡାମ ଜର୍ଜ କହିଛନ୍ତି, "ଜଷ୍ଟିନ ଟ୍ରୁଡୋଙ୍କ ସ୍ୱୀକାର ଯେ ସେ ସେତେବେଳେ ଭାରତ ସହିତ ଠୋସ୍ ପ୍ରମାଣ ବାଣ୍ଟି ନଥିଲେ। ଏହା କେବଳ ଦର୍ଶାଇବାକୁ ଯାଉଛି ଯେ ଏହି ଅଭିଯୋଗ ସାର୍ବଜନୀନ ହେବ କି ନାହିଁ। ସ୍ପଷ୍ଟ କରନ୍ତୁ କାନାଡା ଭାରତ ସହିତ ଅଧିକ ପ୍ରମାଣ ବାଣ୍ଟିଛି କି ନାହିଁ, ମୁଁ ଭାବୁଛି କେବଳ ସମୟ ସବୁକିଛି କହିବ।


Headlines 03- ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ପ୍ରତି ବନ୍ଧୁତ୍ୱର ହାତ ବଢାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ୭୦ ବର୍ଷର ତିକ୍ତତାକୁ ଭୁଲି ଏକ ନୂତନ ବନ୍ଧୁତ୍ୱର ସମ୍ପର୍କ ଆରମ୍ଭ କରିବା ଉଚିତ୍। ଏଥି ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମଧ୍ୟ ତାଙ୍କ ଭାଇଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି। ଭାରତୀୟ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ୯ ବର୍ଷ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ଏକ ଭଲ ଆରମ୍ଭ। ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଛି। ଏଭଳି ସମ୍ପର୍କକୁ ନେଇ ମୁଁ ଖୁସି ନୁହେଁ। ବାସ୍ତବତା ହେଉଛି ଆମେ ଦୁଇ ରାଷ୍ଟ୍ର ପରସ୍ପରର ପଡ଼ୋଶୀ।


Headlines 04- ମୁମ୍ବାଇ ଇଣ୍ଡିଆ କେମ୍-୨୦୨୪ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡା ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଶା ସମେତ ମଧ୍ୟପ୍ରଦେଶ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହୋଇଛନ୍ତି । ବୈଠକରେ ସାର ଓ ରାସାୟନିକ ଶିଳ୍ପକୁ ନୂଆ ଦିଶା ଦେଖାଇବାକୁ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି ।


Headlines 05- ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ। ଏନେଇ ମୋହନ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ଜାରି ହେବ ବୋଲି ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଆକଳନ ଅନୁଯାୟୀ ସାଢେ଼ ୩କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ରାଜ୍ୟରେ ୭୦ବର୍ଷରୁ ଊର୍ଦ୍ଧ୍ୱ ସୁବିଧା ପାଇବେ। ରାସନକାର୍ଡ ପାଇଁ ଇ-କେୱାଇସି ଚାଲିଛି। ସରିବା ପରେ ସଂଖ୍ୟା ଜଣପଡ଼ିବ।


Headlines 06- ଆଜିଠାରୁ ଚଳଚଞ୍ଚଳ ସରକାରୀ ହବିଷ୍ଯାଳି ଶିବିର। ଚାରି ଶିବିରରେ ପ୍ରାୟ ୨୫୦୦ ହବିଷ୍ଯାଳି ବ୍ରତ ଆରମ୍ଭ କରିଛନ୍ତି। ସକାଳୁ ତିର୍ଥ ପୁଷ୍କରିଣୀରେ ସ୍ନାନ କରି ସ୍ୱତନ୍ତ୍ର ପୁରୋହିତଙ୍କ ନିକଟରେ ବ୍ରତ ବାନ୍ଧି ବୃନ୍ଦାବତି ପୂଜା କରିଥିଲେ। ରାଇଦାମୋଦର ପୂଜା କରିବା ପରେ ସ୍ୱତନ୍ତ୍ର ବସରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କର ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି। ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଛି। ପୂଜା ବ୍ଯବସ୍ଥା ବାଦ ପ୍ରବଚନ, ମହାପ୍ରସାଦ ସେବନର ବ୍ଯବସ୍ଥାକୁ କରାଯାଇଛି। 


Headlines 07- ବିଭିନ୍ନ ସ୍ଥାନରେ କାନ୍ଥ ରଙ୍ଗ କରି ସେଥିରେ  ସଚେତନତା ବାର୍ତ୍ତା ଲେଖିବାକୁ  ସରକାର ୩୦ କୋଟି ୯୬ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ମଞ୍ଜୁର କରିଛନ୍ତି। ଏହି ସଚେତନତା ବାର୍ତ୍ତାରେ ମହିଳା ହେଲ୍ପଲାଇନ ନମ୍ବର ୧୮୧ ଶିଶୁ ହେଲ୍ପଲାଇନ ନମ୍ବର  ୧୦୯୮ ଏବଂ ଜରୁରୀ ହେଲ୍ପଲାଇନ ନମ୍ବର ୧୧୨ ଲେଖାଯିବ।  ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ତଥା ଜରୁରୀ ସମୟରେ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଯୋଗାଯୋଗ କରିବାକୁ ଏହି କାନ୍ଥ ରଙ୍ଗରେ ବାର୍ତ୍ତା ଦିଆଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଆଦେଶ ଆଜି ଜାରି କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଅର୍ଥ ଖର୍ଚ୍ଚ କରାଯିବ।


Headlines 08- ଆଜି ବୌଦ୍ଧ ଗସ୍ତରେ ଯାଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ। ମାଓ ଦମନ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରୁଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। ଅନ୍ୟପଟେ ଶ୍ରୀ ଖୁରାନିଆ ପୂର୍ବରୁ କଟକ ଭୁବନେଶ୍ୱର କମିଶନରେଟ ପୁଲିସରେ ଅତିରିକ୍ତ ପୁଲିସ କମିଶନର ଓ ପୁଲିସ କମିଶନର ଭାବେ ଗୁରୁ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ୨୦୧୮ଅକ୍ଟୋବରରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସଏଫର ଆଇଜି ଓ ପରେ ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ତୁଲାଇଥିଲେ। 


Headlines 09- ଚିଲିକାର ଅକାତ ପାଣିରେ ନୌକାୟନ ଅଭିଯାନ ଆରମ୍ଭ ହୋଇଛି। ଜାତୀୟ ସମର ଶିକ୍ଷ୍ୟାର୍ଥି ବାହିନୀ (ଏନସିସି) ଓଡ଼ିଶା ନିର୍ଦ୍ଦେଶାଳୟ ପକ୍ଷରୁ ଭାରତୀୟ ନୌସେନା ପୋତ ଚିଲିକା ନୌକାୟନ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ସର୍ବମୋଟ ୬୦ ଜଣ କ୍ୟାଡେଟ ନୌକାୟନରେ ସାମିଲ ହୋଇ ୨୧୦ କିମି ଅତିକ୍ରମ କରିବାର କାର୍ଯ୍ୟ ସୂଚୀ ରହିଛି। ଚଳିତ ମାସ ୧୫ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ତାରିଖରେ ଶେଷ ହେବ। 


Headlines 10- ଭରତପୁର ଥାନାରେ ସେନା ଅଧକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାର ଖୋଳତାଡ଼ ଜାରି ରହିଛି । ଆଜି ମାମଲାର ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଦ୍ୱିତୀୟ ବୈଠକ କରିଛନ୍ତି। ଅନ୍ୟପଟେ ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ଅଫିସରଙ୍କ ପଲିଗ୍ରାଫ୍‌ ଟେଷ୍ଟ ହୋଇ ସାରିଛି, IIC ଦୀନକୃଷ୍ଣ ମିଶ୍ରଙ୍କ ବ୍ରେନ୍‌ ମ୍ୟାପିଂ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ଏପର୍ଯ୍ୟନ୍ତ ରିପୋର୍ଟ ଆସିନି ତାହା ଆସିବା ପରେ ତଦନ୍ତ ଆଗକୁ ବଢିବ ।