Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସମ୍ପର୍କରେ ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କୃତ୍ରିମ ବର୍ଷା ବିଷୟରେ ଏହି ଚିଠି ଲେଖାଯାଇଛି। ପୂର୍ବରୁ ଅନେକ ଥର ଏନେଇ ଚିଠି ଲେଖାଯାଇଥିଲେ ମଧ୍ୟ କେନ୍ଦ୍ରରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି ।


Headlines 02- ପଡୋଶୀ ଦେଶ ପାକିସ୍ତାନରେ ବାୟୁ ପ୍ରଦୂଷଣ ଗୁରୁତର ରହିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ପାକିସ୍ତାନର ପେଶୱାର, ମୁଲତାନ, ଖାଇବର ପାଖ୍ଟନଖୱା ଅଞ୍ଚଳରେ ୨ ହଜାର ବିପଜ୍ଜନକ ସ୍ତର ଅତିକ୍ରମ କରିଛି। ପାକିସ୍ତାନରେ ବାୟୁ ପ୍ରଦୂଷଣ ଏତେ ବିପଜ୍ଜନକ ଯେ, ଗତ ମାସରୁ ଏ ପର୍ଯ୍ୟନ୍ତ ୧୯.୧ ଲକ୍ଷରୁ ଅଧିକ ଲୋକ ଶ୍ୱାସ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।


Headlines 03- ଆସନ୍ତାକାଲି ଅର୍ଥାତ ୨୦ ନଭେମ୍ୱରରୁ ଆରମ୍ଭ ହେବାକୁ ଯାଉଛି ଧାନକିଣା ପ୍ରକ୍ରିୟା । ବୁଧବାର ଦିନ ପ୍ରଥମେ ବରଗଡ଼ ଓ ୨୧ ତାରିଖରେ ସମ୍ବଲପୁରରୁ ସରକାରଙ୍କ ପକ୍ଷରୁ ଧାନ କିଣାଯିବ । ଦୁଇ ଜିଲ୍ଲାରେ ଧାନ କିଣା ପାଇଁ ମଣ୍ଡିରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ପୂରା ପ୍ରକ୍ରିୟା ଉପରେ ଜଣେ ଅଧିକୃତ ଅଧିକାରୀ ନଜର ରଖିବେ । ଦଲାଲଙ୍କୁ ଧରିବାକୁ ପୋଲିସ ପାଟ୍ରୋଲିଂ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।


Headlines 04- ଏନ୍ଏଚ୍-୧୬ ବାଣପୁର ବାଇପାସ୍‌ରୁ ଚାଉଳ ମିଲ୍ କର୍ମଚାରୀଙ୍କଠାରୁ ଲୁଟ୍ ଅଭିଯୋଗ ସାମ୍ନାକୁ ଆସିଛି । ପଲସର୍‌ରେ ଆସି ବ୍ଲାଙ୍କ ଫାୟାରିଂ କରି କାରରୁ ୮ ଲକ୍ଷ ୩୦ ହଜାର ଲୁଟ୍ କରିବା ସହ କାର୍ ଚାବି ଏବଂ ମୋବାଇଲ ନେଇଯାଇଛନ୍ତି ଲୁଟେରା । ଲୁଟ୍ ସମ୍ରପ୍କରେ ବାଣପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଛାନଭିନ୍ କରୁଛି ।


Headlines 05- ଖେଳ ପ୍ରେମୀଙ୍କ ପାଇଁ ଖୁସି ଖବର । ଫେବ୍ରୁଆରୀ ୯ରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ପାଇଁ ଟିକେଟ ଦର କମିଲା । ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓସିଏ । ଗ୍ୟାଲେରୀ ୧ ଓ ୩ ପୂର୍ବରୁ ୧୨୦୦ ଥିବା ସମୟରେ ବର୍ତ୍ତମାନ ତାହାକୁ ୧୧୦୦ କରାଯାଇଛି । ଗ୍ୟାଲେରୀ ୫ର ଟିକଟ ଦାମ ୧୫୦୦ ଥିବା ସମୟରେ ବର୍ତ୍ତମାନ ତାହାକୁ ୧୨୦୦ଟଙ୍କା କରାଯାଇଛି । ସେହିପରି ଗ୍ୟାଲେରୀ ୨ ଓ ୪ର ଟିକଟ ଦର ଥିଲା ୧୦୦୦ ବର୍ତ୍ତମାନ ତାହା ୯୦୦ ଟଙ୍କା ହୋଇଛି ।


Headlines 06- ଓଡ଼ିଶା ପୁଲିସ ଓଏସ୍‍ଏପି, ହାବିଲଦାର, କନଷ୍ଟେବଳ  ମହାସଂଘ ପକ୍ଷରୁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲ୍ଲାରେ ପୁଲିସ ହାବିଲଦାର ଭାବେ କାର୍ଯ୍ୟରତ ଅନୀଲ କୁମାର ଶେଣ୍ଢଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଛି। ଏନେଇ ପୁଲିସ ମୁଖ୍ୟାଳୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଜଣାଇ ଦିଆଯାଇଛି। 


Headlines 07- ଓଡ଼ିଶା ପ୍ରସିଦ୍ଧ କଟକର ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଏନେଇ ଟ୍ୱିଟରରେ ସୂଚନା ଦେଇଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି,  ‘ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦେଖି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଐତିହାସିକ ବାଲିଯାତ୍ରାର ଅବଧିକୁ ଆହୁରି ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣମୀଠାରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା।


Headlines 08- ଭରତପୁର ଥାନା ଘଟଣାରେ ସ୍ପଟ୍‌ ଭିଜିଟ୍‌ କରିଛନ୍ତି ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାସ । ସେ କହିଛନ୍ତି ଯେ, ପୀଡ଼ିତା ଏବଂ ତାଙ୍କ ବନ୍ଧୁଙ୍କୁ ନେଇ ପ୍ରଥମେ ସ୍ପଟ୍‌ ଭିଜିଟ୍‌ କରିଛୁ ତାପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ନେଇ ମଧ୍ୟ ସ୍ପଟ୍‌ ବୁଲିଛୁ । ସେଦିନ କେଉଁଠି କଣ ଘଟିଥିଲା ସେ ସମ୍ପର୍କରେ ଉଭୟ ପକ୍ଷଠାରୁ ବୁଝାଯାଇଛି । 


Headlines 09- ଆଗାମୀ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ଘୋଷଣା କରିଛି। ପାକିସ୍ତାନକୁ ନୂଆ ବ୍ୟାଟିଂ କୋଚ୍ ମିଳିଛି। ଆସନ୍ତା ଜିମ୍ବାୱେ ଗସ୍ତ ପୂର୍ବରୁ ପିସିବି ସହିଦ ଅସଲମଙ୍କୁ ଜାତୀୟ ଦଳର ନୂତନ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ୍ ଅନୁଯାୟୀ ସହିଦ ଅସଲମଙ୍କୁ ନୂଆ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।


Headlines 10- ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଆସନ୍ତା ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। କ୍ରମେ ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବ। ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।


Also Read- Budh Gochar 2024: ନଭେମ୍ବର ଶେଷରେ ବୁଧଙ୍କ ଚଳନ, ୩ ରାଶି ରୁହନ୍ତୁ ସତର୍କ