Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ସରିଲା ଶୀତ କାଳୀନ ଅଧିବେଶନ। ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ଅନ୍ତିମ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ଓମ ବିର୍ଲା। ଆଜି ଅନ୍ତିମ ଦିନରେ ମଧ୍ୟ ଗୃହରେ ବେଶ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧି ଦଳର ସାଂସଦମାନେ ଗୃହରେ ହୋ ହଲ୍ଲା କରିଥିଲେ। 'ଆମ୍ବେଦକରଙ୍କୁ ଅପମାନ' ପ୍ରସଙ୍ଗରେ ଗୃହରେ ହୋ ହଲ୍ଲା କରିବା ସହିତ 'ଜୟ ଭୀମ' ନାରା ଦେଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ହୋ ହଲ୍ଲା ମଧ୍ୟରେ ଗୃହ କାର୍ଯ୍ୟକୁ ଆଗକୁ ବଢାଇଥିଲେ ବାଚସ୍ପତି। 


Headlines 02- ବଣ୍ଡାଘାଟିରେ ସ୍ଥିତି ପରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ସୁଭଦ୍ରା’ ଓ ‘ଆବାସ ଯୋଜନା’ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ସୁଭଦ୍ରାରେ ୨୯୩୨ ରିଜେକ୍ଟ ଆବେଦନର ସାନି ବିଚାର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ‘ସରକାରୀ ପ୍ରତିନିଧି ଆସି ଘର ଘର ବୁଲି ସମସ୍ୟାର ସମାଧାନ କରିବେ’ ଏବଂ ‘ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି’ । ‘ତେଣୁ ସରକାର ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଦେବେ’ ବୋଲି ପ୍ରଭାତୀ କହିଛନ୍ତି ।


Headlines 03- ସଂସଦ ଭବନ ପରିସରରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ବ୍ୟାଗ୍ ଉପହାର ଦେଇଛନ୍ତି ଭୁବନେଶ୍ୱର ସାଂସଦଦ ଅପରାଜିତା ଷଡଙ୍ଗୀ । ବ୍ୟାଗରେ ୧୯୮୪ ଲେଖାଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।


Headlines 04- ସଂସଦରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏନେଇ ରାଜ୍ୟ ବିଜେପି ତରଫରୁ ବିଶାଳ ଗଣଧାରଣା ଦେଖିବାକୁ ମିଳିଛି । ଅନ୍ୟପଟେ ବିଭିନ୍ନ ନେତାମାନେ
୨ ସାଂସଦଙ୍କୁ ମେଡିକାଲରେ ଭେଟୁଥିବା ଖବର ଆସୁଛି । ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ବିରୋଧୀ ଦଳ ନେତା କ୍ଲବ୍ ବାଉନ୍ସର୍ ଭଳି ବ୍ୟବହାର କରୁଛନ୍ତି' ।


Headlines 05- ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍‌ । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ରେଡ୍‌ ଚାଲିଥିବା ସୂଚନା ସାମ୍ନାକୁ ଆସିଛି  । ତେବେ କେଉଁ ଘଟଣା ନେଇ ED ରେଡ୍‌ କରୁଛି ସେନେଇ କିଛି ସ୍ପଷ୍ଟ ହୋଇନି । ED ରେଡ୍‌ ନେଇ ନିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।


Headlines 06- ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲାଙ୍କ ପରଲୋକ ହୋଇଛି । ୮୯ ବର୍ଷ ବୟସରେ ଗୁରୁଗ୍ରାମରେ ଚୌତାଲା ପରଲୋକ ହୋଇଥିବା ସୂଚନା ମିଳିଛି । ଅନେକ ରାଜନେତା ଚୌତାଲାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।


Headlines 07-  ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଟିଟିଇଙ୍କ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌ରୁ ମୃତଦେହ ମିଳିଛି । ଟିଟିଲାଗଡ଼ ଷ୍ଟେସନରୁ ମୃତଦେହକୁ ଉଦ୍ଧାର କରିଛି ଜିଆରପି । ମୃତ ଟିଟିଇ ରାୟପୁରର ବୋଲି ଜଣାପଡିଛି । ଟ୍ରେନ୍‌ରେ ଚଢ଼ିବା ପରେ ଅସୁସ୍ଥ ହୋଇଥିଲେ ବୋଲି କୁହାଯାଉଛି ।


Headlines 08- ଭିଜିଲାନ୍ସ ଜାଲରେ ୨ଜଣ ଟେକ୍ସଟାଇଲ୍ ଇନ୍ସପେକ୍ଟର ।  କୃଷ୍ଣ ଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଉଭୟେ ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।  ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିବା ପରେ ଏନେଇ ଭିଜିଲାନ୍ସ ଅଧିକାରୀ ସୂଚନା ପାଇଥିଲେ । ପରେ କୌଶଳ ମୁତାବକ ଲାଞ୍ଚ କାରବାର ସମୟରେ ଶ୍ରୀ ସାହୁ ଏବଂ ଶ୍ରୀ ଦାସଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି।


Headlines 09- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍‌ ପରିବର୍ତ୍ତନ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।‘ପୁରୁଣା ଡିଜାଇନ ସହ ଆଉ କିଛି ନୂଆ ଆଡ୍‌ କରି ଡିଜାଇନ ହେବ’ ।  ଅନ୍ୟପଟେ ନୂଆବର୍ଷରୁ ଶ୍ରୀମନ୍ଦିରରେ ହେବ ନୂଆ ଦର୍ଶନ ବ୍ୟବସ୍ଥା । ନାଟମଣ୍ଡପରେ ବ୍ୟାରିକେଡ୍ ଓ ରାଂପ୍ ସିଷ୍ଟମ୍ ହେବ ।


Headlines 10- ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି । ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ କାରଣରୁ ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।