Top 10 News: ସତ୍ୟନଗରର ଇଲେକ୍ଟ୍ରୋନିକ୍ସ ଗୋଦାମରେ ଭୟଙ୍କର ନିଆଁ ଓ ଅନ୍ୟାନ୍ୟ ଖବର
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today
Headlines 01- ଭୁବନେଶ୍ୱର ସତ୍ୟନଗରର ଇଲେକ୍ଟ୍ରୋନିକ୍ସ ଗୋଦାମରେ ଭୟଙ୍କର ନିଆଁ ଲାଗିଛି । ହୁତୁ ହୁତୁ ହୋଇ ଜଳିଯାଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ତେବେ ପ୍ରଥମଥର ଲାଗି ରୋବଟ ଜରିଆରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୯ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭେଇବାରେ ନିୟଜିତ ଅଛନ୍ତି ।
Headlines 02- ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଥାଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାମ୍ୱଲିଙ୍କ ଅସୁସ୍ଥତା ଖବର ପାଇବା ପରେ ଅନେକ ଭେଟେରାନ କ୍ରିକେଟର ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ହଠାତ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Headlines 03- ସୋମବାର ସକାଳୁ ଦିଲ୍ଲୀ ସମେତ ଏନସିଆର ବିଭିନ୍ନ ସ୍ଥାନରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ପାଗ ମେଘୁଆ ରହିଛି। 24 ଓ 25 ଡିସେମ୍ବରରେ ଫରିଦାବାଦ, ଗୁରୁଗ୍ରାମ, ନୋଏଡା ଏବଂ ଗାଜିଆବାଦର ବିଭିନ୍ନ ସ୍ଥାନରେ ବର୍ଷା ହେବାନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
Headlines 04- ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ ବଢ଼ିଛି । ଆସନ୍ତାକାଲି ହାଜର ପାଇଁ ଅଲ୍ଲୁଙ୍କୁ ପୋଲିସ ପକ୍ଷରୁ ସମନ କରାଯାଇଛି । ମଙ୍ଗଳବାର ଦିନ ୧୧ଟାରେ ହାଜର ହେବାକୁ ଚିକଡ଼ପଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ପୁଷ୍ପା-୨ ସ୍କ୍ରିନିଂ ସମୟରେ ହୋଇଥିବା ଦଳାଚକଟା କାରଣ ପାଇଁ ସମନ ଜାରି ହୋଇଛି ।
Headlines 05- ରାଜ୍ୟରେ ଅଦିନିଆ ବର୍ଷା କାରଣରୁ ଅନେକ ସ୍ଥାନରେ ଫସଲ ନଷ୍ଟ ଖବର ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ବର୍ଷାରେ ଓଦା ହେବା ପରେ ଧାନ ଏବେ ଗଜା ହେବା ଉପରେ । ୩ ଦିନ ଭିତରେ ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ସାରିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଚାରି ଦିନ ଭିତରେ କ୍ଷୟକ୍ଷତି ଆକଳନ ସାରି ପଞ୍ଚମ ଦିନ କ୍ଷତିପୂରଣ ରାଶି ଦେବୁ ବୋଲି ମନ୍ତ୍ରୀ କହିଛନ୍ତି।
Headlines 06- ଓଡ଼ିଶାରେ ଆଉ ୩ଟି ସ୍ଥାନରେ ଲାଗିବ ଡପଲର ରାଡାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଓ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପୂର୍ବରୁ ପାରାଦୀପ, ଗୋପାଳପୁରରେ ଡପଲର ରାଡାର ରହିଛି । ଖୁବ୍ ଶୀଘ୍ର ଭୁବନେଶ୍ବର, ବାଲେଶ୍ବର, ସମ୍ବଲପୁରରେ ମଧ୍ୟ ଡପଲର ରାଡାର ଲାଗିବ । ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆକଳନ ଆହୁରି ସଠିକ ହେବ । ଦେଶରେ ୭୩ଟି ରାଡାର ରହିଥିବାବେଳେ ୨୦୨୬ ସୁଦ୍ଧା ଏହାକୁ ବଢାଇ ୧୨୬ କରାଯିବା ନେଇ ଲକ୍ଷ୍ୟ ରହିଛି ।
Headlines 07- ପ୍ରଥମେ ସହରାଞ୍ଚଳର ଯାତାୟାତରେ ହାଇଡ୍ରୋଜେନ୍ ଚାଳିତ ବସ୍ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାପରେ ସମସ୍ତ ଡିଜେଲ୍ ଚାଳିତ ବସ୍କୁ ଧୀରେ ଧୀରେ ଅପସାରିତ କରାଯାଇ ପରିବେଶ ଅନୁକୂଳ ହାଇଡ୍ରୋଜେନ୍ ବସ୍ ଚଳାଚଳ କରାଯିବ। ଆସନ୍ତା ୫ ବର୍ଷ ଭିତରେ ଏହି କାର୍ଯ୍ୟ ସମ୍ପାଦିତ ହେବ। ଏନେଇ ସରକାର ଏନ୍ଟିପିସି, ଗ୍ରୀଡ୍କୋ ଏବଂ କ୍ରୁଟ୍ ସହ ଏକ ବୁଝାମଣା ସ୍ୱାକ୍ଷର କରିଛନ୍ତି।
Headlines 08- ଟ୍ରାଇ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ନୂତନ ନିୟାମକ ଅନୁସାରେ ଭଏସ୍ ଓ ଏସ୍ଏମ୍ଏସ୍ କମ୍ବୋ ପ୍ୟାକ୍ କିଣିବା ଲାଗି ଗ୍ରହକ ଆଉ ବାଧ୍ୟ ହେବେ ନାହିଁ। ଅର୍ଥାତ୍ ସମସ୍ତ ମୋବାଇଲ୍ ସେବା ପ୍ରଦାନ କାରୀ ଅଲଗା ଅଲଗା ଭାଉଚର ଉପଲବ୍ଧ କରାଇବାକୁ ବାଧ୍ୟ ହେବେ। କେବଳ ସେତିକି ନୁହେଁ, ଉପଭୋକ୍ତାଙ୍କ ସୁବିଧାକୁ ଆଖିରେ ରଖି ଏସ୍ଏମ୍ଏସ୍ ଏବଂ ଭଏସ୍ କଲ ସମ୍ବନ୍ଧୀୟ ଭାଉଚରକୁ ୯୦ ଦିନରୁ ୩୬୫ ଦିନ ଯାଏ ବୃଦ୍ଧି କରିଛନ୍ତି ଟ୍ରାଇ। ଅର୍ଥାତ୍ ଏଣିକି ମୋବାଇଲ୍ରେ ଅର୍ଥ ଥାଇ ମଧ୍ୟ ୯୦ ଦିନରେ ତାହା ବାତିଲ ହେବ ନାହିଁ। ଥରେ ରିଚାର୍ଜ କଲେ ବର୍ଷେ ଯାଏ ସେହି ଅର୍ଥରେ ଭଏସ୍ କଲ୍ ବା ଏସ୍ଏମ୍ଏସ୍ ପଠାଇହେବ।
Headlines 09- ପାକିସ୍ତାନରୁ ବେଆଇନ ଭାବେ ଭାରତ ଆସିଥିବା ମହିଳା ସୀମା ହାଇଦରଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୀମା ହାଇଦର ବର୍ତ୍ତମାନ ଗର୍ଭବତୀ ହୋଇଛନ୍ତି । ସୀମା ହାଇଦର ସଚିନ ମୀନାଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସୀମା ହାଇଦର ସଚିନ୍ ମୀନାଙ୍କୁ ଖୁସି ଖବର ଜଣାଇବା ପରେ ସଚିନ ମଧ୍ୟ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ।
Headlines 10- ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ପୂର୍ବନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏପରି ସ୍ଥିତିରେ ଚାଷୀଙ୍କ ଉପରେ ଆହୁରି ପ୍ରଭାବ ପଡିପାରେ ବୋଲି କୁହାଯାଉଛି ।