Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ତୃତୀୟ ଥର ପାଇଁ କେନ୍ଦ୍ରକୁ ଫେରିବା ପରେ ମୋଦୀ ସରକାର ଆଜି ପ୍ରଥମ ନିଯୁକ୍ତି ମେଳା ଆୟୋଜନ କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଗତକାଲି ରାତିରେ କୁଏତ ଗସ୍ତରୁ ଫେରିଥିଲେ। ଏଭଳି ପରିସ୍ଥିତିରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ ହଜାର ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।


Headlines 02- ମଣିପୁରର ଇମ୍ଫାଲ ଜିଲ୍ଲାରୁ ସୁରକ୍ଷା ବାହିନୀ ମିଆଁମାରରେ ନିର୍ମିତ ଏକ MA 4 ଆକ୍ରମଣକାରୀ ରାଇଫଲ ଉଦ୍ଧାର କରିଛି। ଏହି ରାଇଫଲ ବିଶେଷ ଭାବେ ମିଆଁମାର ସେନା ଦ୍ୱାରା ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଘଟଣାସ୍ଥଳରେ ନିୟୋଜିତ ଅଧିକାରୀମାନେ କହିଛନ୍ତି ଯେ ଏଭଳି ଜିନିଷର ପୁନରୁଦ୍ଧାର ଦ୍ୱାରା ସେମାନେ ଆଶ୍ଚର୍ଯ୍ୟ ନୁହନ୍ତି। କାରଣ ଗତ ୫ ରୁ ୬ମାସ ମଧ୍ୟରେ ସେମାନେ ମିଆଁମାରରେ ନିର୍ମିତ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣକୁ ମାଓବାଦୀଙ୍କଠାରୁ ଲୁଚାଇ ରଖିଥିଲେ।


Headlines 03- ବ୍ରହ୍ମପୁର MKCG ପିଜି ହଷ୍ଟେଲ୍ ନଂ ୩ରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ମାଡ଼ ମାରିଥିବା ୫ ଜଣଙ୍କୁ ହଷ୍ଟେଲକୁ ବାରଣ କରାଯାଇଛି । ଏ ନେଇ ଶୃଙ୍ଖଳାଗତ କମିଟି ନିଷ୍ପତ୍ତି ନେଇଛି । MKCG ମେଡିକାଲ୍ ଡିନ୍ ପ୍ରଫେସର ଡା. ସୁଚିତ୍ରା ଦାସ ଏନେଇ ସୂଚନା ଦେଇଛନ୍ତି । ରାତି ସାଢ଼େ ୧୧ରେ କ୍ୟାଣ୍ଟିନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଏବଂ ମେଡିକାଲ୍ ପରିସରରେ ଗୁଟ୍‌ଖା, ନିଶା ଦ୍ରବ୍ୟ ସେବନ ମନା କରାଯାଇଛି ।


Headlines 04- ଓଡ଼ିଶାରେ ଆଉ ୩ଟି ସ୍ଥାନରେ ଲାଗିବ ଡପଲର ରାଡାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଓ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପୂର୍ବରୁ ପାରାଦୀପ, ଗୋପାଳପୁରରେ ଡପଲର ରାଡାର ରହିଛି । ଖୁବ୍‌ ଶୀଘ୍ର ଭୁବନେଶ୍ବର, ବାଲେଶ୍ବର, ସମ୍ବଲପୁରରେ ମଧ୍ୟ ଡପଲର ରାଡାର ଲାଗିବ । ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆକଳନ ଆହୁରି ସଠିକ ହେବ । ଦେଶରେ ୭୩ଟି ରାଡାର ରହିଥିବାବେଳେ ୨୦୨୬ ସୁଦ୍ଧା ଏହାକୁ ବଢାଇ ୧୨୬ କରାଯିବା ନେଇ ଲକ୍ଷ୍ୟ ରହିଛି ।


Headlines 05- ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀର RML ହସ୍ପିଟାଲ୍‌ରୁ ନୋଏଡାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସଂସଦରେ ରାହୁଲ ଗାନ୍ଧିଙ୍କ ଠେଲାପେଲାରେ ଆହତ ହୋଇଥିଲେ ପ୍ରତାପ । ଏହାକୁ ନେଇ ଅନେକ ରାଜନୈତିକ ଚର୍ଚ୍ଚା ଚାଲିଥିଲା ।


Headlines 06- ରୁବେନ୍‌ ବାନାର୍ଜୀଙ୍କ ବହିକୁ ନେଇ ବିଜେପିର ପ୍ରତିକ୍ରିୟା ପରେ ବର୍ତ୍ତମାନ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଣ୍ଟି ବିଜେଡି ଓ ନବୀନ ବିରୋଧୀଙ୍କ ସହ ଆଲୋଚନା ପରେ ବହି ଲେଖାଯାଇଥିବା ଅରୁଣ କହିଛନ୍ତି । ଆମେ ବହିକୁ ପ୍ରତ୍ୟାଖ୍ୟାନ କରୁଛୁ, ଓଡ଼ିଶାବାସୀ ମଧ୍ୟ ପତ୍ୟାଖ୍ୟାନ କରିବେ ବୋଲି ସେ କହିଛନ୍ତି । ରୁବେନ୍‌ ବାନାର୍ଜୀ ଦୀର୍ଘବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି, ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି ବୋଲି ଅରୁଣ ମତ ଦେଇଛନ୍ତି ।


Headlines 07- ରାଜଧାନୀରେ ପୁଣି ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ନୟାପଲ୍ଲୀ ଥାନା ପାଇକନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି ।


Headlines 08-  ହିମାଚଳ ପ୍ରଦେଶ ସିମଲା ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି । ଫଳରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛି । ଅନ୍ୟପଟେ ଦିଲ୍ଲୀ ସମେତ ଉତ୍ତରଭାରତର ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ହେବା ସହ ପାଗ କୋହଲା ରହିଛି । ଫଳରେ ଶୀତ ଅଧିକ ଅନୁଭୁତ ହେଉଛି ।


Headlines 09- ରାଜ୍ୟରେ ଅଦିନିଆ ବର୍ଷା କାରଣରୁ ଅନେକ ସ୍ଥାନରେ ଫସଲ ନଷ୍ଟ ଖବର ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ବର୍ଷାରେ ଓଦା ହେବା ପରେ ଧାନ ଏବେ ଗଜା ହେବା ଉପରେ । ବାଲିପାଟଣା ବ୍ଲକ ନରିସ ପଞ୍ଚାୟତର ଅନେକ ଚାଷୀ ଏବେ ଚିନ୍ତାରେ । ସେହିପରି ବାଲୁଗାଁର ଏକର ଏକର ଜମି ଜଳମଗ୍ନ ହେବା କାରଣରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଅନ୍ୟପଟେ, ୩ ଦିନ ଭିତରେ ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ସାରିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । 


Headlines 10- ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ପୂର୍ବନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।


Also Read- Venus Transit 2025: ଉଚ୍ଚ ରାଶିରେ ରହିବେ ଶୁକ୍ର, ୩ ରାଶିର ବ୍ୟକ୍ତି ପାଇବେ ଭଲ ସୁଯୋଗ