1.National Public Broadcasting Day: ଆଜି ଜାତୀୟ ସାଧାରଣ ପ୍ରସାରଣ ଦିବସ। ନଭେମ୍ବର ୧୨, ୧୯୪୭ ମସିହାରେ ମହାତ୍ମା ଗାନ୍ଧିଙ୍କ ଭାଷଣକୁ ଆକାଶବାଣୀ ପକ୍ଷରୁ ସିଧାସଳଖ ପ୍ରସାରଣ କରାଯାଇଥିଲା। କୌଣସି କାରଣରୁ ମହାତ୍ମା ଗାନ୍ଧି କୁରୁକ୍ଷେତ୍ରରେ ପହଞ୍ଚି ନପାରିବାରୁ ଆକାଶବାଣୀ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିଲା, ଯାହା ସ୍ୱାଧୀନ ଭାରତର ରେଡିଓ ମାଧ୍ୟମରେ ପ୍ରଥମ ପ୍ରତ୍ୟକ୍ଷ ଜନ ସମ୍ବୋଧନ ଥିଲା। ଏହି ଦିନକୁ ସ୍ମରଣୀୟ କରିବା ଲାଗି ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ସାଧାରଣ ପ୍ରସାରଣ ଦିବସ ଭାବେ ଗ୍ରହଣ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

2.Degree Courses in Utkal Sangeet College: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହୋଇଛି। ୧୦ଟି ବିଭାଗରେ ଏହି ପାଠ୍ୟକ୍ରମ ପ୍ରଦାନ କରାଯିବ। ୬୦ ବର୍ଷର ଅନୁଷ୍ଠାନରେ ଏଯାଏ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ପଢ଼ାଯାଉ ନଥିଲା। ଏହି ମହାବିଦ୍ୟାଳୟ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ପରିଚାଳିତ। 


3.cocker spaniel in VVIP Security: ରାଜ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ସୁରକ୍ଷା କାର୍ଯ୍ୟରେ ଏଣିକି ବିଗଲ୍‍ ଓ କକର୍‍ ସ୍ପାନୀଏଲ୍‍ ପ୍ରଜାତିର କୁକୁର ବ୍ୟବହାର କରାଯିବ। ଏମାନଙ୍କୁ ଓଡ଼ିଶା ପୁଲିସରେ ଏଥିଲାଗି ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରଜାତିର କୁକୁର ଶିକାରୀ ଏବଂ କମ୍‍ ଉଚ୍ଚତା ବିଶିଷ୍ଟ ହୋଇଥିବାରୁ ଏମାନେ ଛୋଟ ଗଳିକନ୍ଦିରେ ପ୍ରବେଶ କରିବା ସହଜ ହେବ। 


4.201 crore for Fire services Modernization: ରାଜ୍ୟରେ ଅଗ୍ନିଶମ ସେବାକୁ ଅତ୍ୟୁାଧୁନିକ କରିବା ପାଇଁ କେନ୍ଦ୍ର ସରକାର ୨୦୧ କୋଟି ୧୦ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚକ୍ଷମତାପନ୍ନ କମିଟି ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୭୨୫ କୋଟି ୬୨ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହିକ୍ରମରେ ପଶ୍ଚିମବଙ୍ଗ ପାଇଁ ସର୍ବାଧିକ ୩୭୬ କୋଟି ୭୬ ଲକ୍ଷ ଏବଂ ଛତିଶଗଡ଼ ଲାଗି ୧୪୭.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 


5.Menstruation Leave Officially notified: ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ଏଣିକି ଗୋଟିଏ ଦିନର ମାସିକ ଋତୁଶ୍ରାବ ଛୁଟି ପାଇବେ। ବର୍ଷକୁ ୧୨ ଦିନ ପାଇଁ ଏହି ଛୁଟି ମଞ୍ଜୁର କରାଯିବ। ଏଥିଲାଗି ଅର୍ଥ ବିଭାଗ ଆବଶ୍ୟକ ବିଜ୍ଞପ୍ତି ଆଜି ପ୍ରକାଶ କରିଛି। 



6.CS urges action against undue Pressure: ରାଜ୍ୟରେ ସରକାରୀ କର୍ମଚାରୀଙ୍କ ବଦଳି ବା ନିଯୁକ୍ତି ସମ୍ପର୍କିତ ଘଟଣାକୁଡ଼ିକୁ ନେଇ ଅତିଷ୍ଠ ହୋଇଛି ପ୍ରଶାସନ। ଏଣିକି କୌଣସି କର୍ମଚାରୀ ଯଦି ନିଜର ବା ଅନ୍ୟ କୌଣସି କର୍ମଚାରୀଙ୍କ ବଦଳି ବା ନିଯୁକ୍ତି ସମ୍ପର୍କରେ ଲବି କରନ୍ତି ବା ଚାପ ପ୍ରୟୋଗ କରନ୍ତି ତେବେ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସମସ୍ତ ବିଭାଗୀୟ ସଚିବମାନଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।


7.3 Police officers felicitated: ରାଜ୍ୟ ପୁଲିସରେ କାମ କରୁଥିବା ୩ ଜଣ ଅଧିକାରୀଙ୍କ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ମିଳିଛି। ୨୦୨୪ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ସେମାନେ ହେଲେ, ଗଜପତି ଜିଲ୍ଲାରେ କାର୍ଯ୍ୟରତ ଇନ୍ସପେକ୍ଟର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଏବଂ ମାଲକାନଗିରିରେ ଅବସ୍ଥାପି ରାଗନ୍‍ କିଣ୍ଡେ।  



8.Low Temperature from 15th Nov: ଆସନ୍ତା ୧୫ ତାରିଖରୁ ରାଜ୍ୟର ତାପମାତ୍ରା ହ୍ରାସ ପାଇବ। ରାତିବେଳେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ବୋଲି ଆଶା କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଶୀତ ବଢ଼ିବ ।


9.CM to inaugurate Website for 18th Prabasi Bhartiya Diwas: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦିଲ୍ଲୀ ଗସ୍ତରେ ଯିବେ। ସେଠାରେ ପ୍ରବାସୀ ଭାରତୀୟ ଦିବସ ଓ୍ୱେବସାଇଟ୍‍ ଉଦଘାଟନ କରିବେ। ଏହା ହେଉଛି ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଆସନ୍ତା ଜାନୁୟାରୀ ୮ରୁ ୧୦ ତାରିଖ ତିନିଦିନ ଧରି ଏହି ଉତ୍ସବ ଭୁବନେଶ୍ୱରଠାରେ ଆୟୋଜନ କରାଯିବ। 



10.All Set for 1st Phage election in Jharkhand: ଆସନ୍ତା କାଲି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ। ଏଥିପାଇ: ନିର୍ବରଚନ ପ୍ରଚାର ଶେଷ ହୋଇଛି। ବିଜେପି ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଭିତରେ ଏଥର ଟକ୍କର ରହିଛି। ପଏଠାରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ଅଧିକ ଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୋଟ ଆକର୍ଷଣ କରିବାକୁ ପ୍ରଚାରରେ ଦାୟିତ୍ୱ ଦେଇଥିଲା ବିଜେପି। ଝରଡ଼ଖଣ୍ଡ ବିଧାନସଭା ସହ କେରଳର ଓ୍ୱୟନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କେତେକ ରାଜ୍ୟର ବିଧାନସଭା ଲାଗି ଉପ ନିର୍ବାଚନ ଅନୁଷ୍ଠିତ ହେବ।