1.ଆଜି ଆସିବ ଏସ୍‍ଓପି, କାଲି ଖୋଲିବ ରତ୍ନ ଭଣ୍ଡାର।  ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଙ୍କ ସୁପାରିସ ଅନୁସାରେ ଆସନ୍ତା କାଲି ରତ୍ନ ଭଣ୍ଡାର ଖୋଲିବା ଲାଗି ସରକାର ପଅସ୍ତୁତି ଚଳାଇଛନ୍ତି। ବିଭାଗୀୟ ମନ୍ତ୍ରୀ ମଧ୍ୟ ଏନେଇ ସବୁଜ ସଙ୍କେତ ଦେଇଛନ୍ତି। ତେବେ କେମିତି ଖୋଲାଯିବ ଏବଂ କିଏ ଖୋଲିବ ତଥା ରତ୍ନ ଭଣ୍ଡାର ଖୋଲିବା ସମୟରେ ଆସୁଥିବା ବାଧା ବିଘ୍ନକୁ କେମିତି ମୁକାବିଲା କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ସରକାର ବିଚା ବିମର୍ଷ ଚଳାଇଛନ୍ତି। ଆଇନ ବିଭାଗ ଶ୍ରୀମନ୍ଦିର ରୀତି ନୀତିକୁ ଯାଞ୍ଚ କରୁଛି ଏବଂ ଆଜି ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଇଛି। 


COMMERCIAL BREAK
SCROLL TO CONTINUE READING

2.ଶେଷଥର ପାଇଁ ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ରତ୍ନ ଓ ଅଳଙ୍କାର ଗଣତି ମଣତି ଲାଗି ୭୧ ଦିନ ସମୟ ଲାଗିଥିଲା।  ସରକାରଙ୍କୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ସେତେବେଳେ ୩୬୭ ପ୍ରକାରର ସୁନା ଅଳଙ୍କାର ରହିଛି ଯାହାର ଓଜନ ୪୩୬୪ ଭରି ହେବ। 



3.ନନ୍ଦିଘୋଷ ହେବ ଦକ୍ଷିଣ ମୋଡ଼। ହେରା ପଞ୍ଚମୀ ଦିନ ପରମ୍ପରା ଅନୁସାରେ ଶ୍ରୀ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଗୁଣ୍ଡିଚା ଘର ଛାଡ଼ି ଶ୍ରୀମନ୍ଦିର ଫେରିବାକୁ ପ୍ରତିଶୃତି ଦେବା ପରେ ଆରମ୍ଭ ହୋଇଛି ଦକ୍ଷିଣ ମୋଡ଼ ନୀତି। ଏହି ନୀତିରେ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ରହିଥିବା ତିନି ରଥଙ୍କୁ ଶ୍ରୀମନ୍ଦିର ମୁହାଁ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯାଏ। ଗତକାଲି ଦର୍ପଦଳନ ଏବଂ ତାଳଧ୍ୱଜ ରଥକୁ ଦକ୍ଷିଣ ମୋଡ଼ କରିଦିଆଯାଇଛି। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। 



4.ପ୍ରମୁଖ କ୍ରୀଡ଼ା ସଂଗଠନରେ ବିଜେପି ନେତାଙ୍କୁ ଦେଖିବାକୁ ମିଳିଛି।  ଓଡ଼ିଶାର ଫୁଟବଲ ସଂଘ ( ଫାଓ)ର ସଭାପତି ଭାବେ ସମୀର ଦେ ନିର୍ବିବାଦରେ ନିର୍ବାଚିତ ହେବା ସହ ସମ୍ପାଦକ ହୋଇଛନ୍ତି ଆଶୀର୍ବାଦ ବେହେରା।  ଏହା ପରେ ରାଜ୍ୟର କ୍ରିକେଟ ସଂଗଠନ ତଥା ଅନ୍ୟ କ୍ରୀଡ଼ା ସଂଗଠନରେ ନେତୃତ୍ୱ ବଦଳିବା ଆଶା ରହିଛି। 


5.ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଜଗନଙ୍କ ସହ ୪ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏତଲା ରୁଜୁ କରାଯାଇଛି। ତେଲୁଗୁ ଦେଶମ ପାର୍ଟିର ବିଧାୟକ କେ ରଘୁରାମାକ୍ରିଷ୍ଣା ରାଜୁଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ୫ ଜଣଙ୍କ ବିରୁଦ୍ଧରେ ଏତଲା ଦାୟର କରାଯାଇଛି। 


6. ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଋଷର ସେଣ୍ଟ ପିଟର୍ସବର୍ଗଠାରେ ଚାଲିଥିବା ବାଲୁକା କଳା ପ୍ରତିଯୋଗୀତାରେ ପୁରୀର ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱର୍ଣ୍ଣ ପଦକ ମିଳିଛି। ୨୧ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ। ସେ ଏହି ପ୍ରତିଯୋଗୀତାରେ ପିଟର ଓ ପଲ୍‍ ଦୁର୍ଗକୁ ବାଲୁକାରେ ତିଆରି କରିଥିଲେ। 


7. ରାଜ୍ୟରେ ଆଉ ୩ଟି ମେଡିକାଲ୍‍ କଲେଜ କାର୍ଯ୍ୟକ୍ଷମ ହେବ। ଗୋଟିଏ ଯାଜପୁରରେ ଖୋଲିବାକୁ ଥିବା ବେଳେ କନ୍ଧମାଳ ଏବଂ ତାଳଚେରଠାରେ ମଧ୍ୟ ପୃଥକ ପୃଥକ ମେଡିକାଲ୍‍ କଲେଜ ଖୋଲିବାକୁ ପଦକ୍ଷେପ ନିଆଯାଇଛି। ଯାଜପୁର ମେଡିକାଲ୍‍ କଲେଜ ଲାଗି ୫୦ ଆସନ ଅନୁମତି ମିଳିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। 



8.ବୃଦ୍ଧ ବାପା- ମା’ ଥିଲେ ଆସାମରେ ସରକାରୀ କର୍ମଚାରୀଙ୍କୁ ଦୁଇଦିନ ଅତିରିକ୍ତ ଛୁଟି ମିଳିବ। ଏହା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘୋଷଣା କରିଛନ୍ତି। ହେଲେ ଯାହାଙ୍କ ବୃଦ୍ଧ ବାପା, ମା’ ବା ଶାଶୁ ଶ୍ୱଶୂର ନାହାନ୍ତି ତାଙ୍କ ପାଇଁ ଛୁଟି ମିଳିବ ନାହିଁ। ନଭେମ୍ବର ମାସରେ କର୍ମଚାରୀମାନେ ଏହି ଛୁଟି ନେଇପାରିବେ। 


9.ସିକ୍କିମରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ଅତିରିକ୍ତ ଛୁଟି ସରକାରୀ କର୍ମଚାରୀଙ୍କୁ ଆରାମ ନେବାକୁ ସମୟ ଦେବ ବୋଲି ଏଥିରେ କୁହାଯାଇଛି। 



10.ନେପାଳରେ ପୁଣି କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ନେପାଳ ସଂସଦରେ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ଆସ୍ଥା ହରାଇବାରୁ ତାଙ୍କୁ ପଅଅଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ। ୨୯୮ ସଦସ୍ୟ ବିଶିଷତ୍ଟ ସଂସଦରେ ତାଙ୍କ ସପକ୍ଷରେ ମାତ୍ର ୬୩ ସଦସ୍ୟ ଭୋଟ ଦେଇଥିଲେ। ପ୍ରଚଣ୍ଡଙ୍କ ପରାଜୟ ହେତୁ ନେପାଳରେ ସିପିଏନ୍‍-ୟୁଏମ୍‍ଏଲ୍‍ ମିଳିତ ଭାବେ ସରକାର ଗଢ଼ିବା ଲାଗି ବାଟ ଖୋଲିଛି।