1. ଜମ୍ମୁ ଓ କଶ୍ମୀରର କିସ୍ତଓ୍ୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ସମୟରେ ଦୁଇଜଣ ଭାରତୀୟ ସୈନିକ ସହିଦ ହୋଇଛନ୍ତି। ସେମାନେ ହେଉଛନ୍ତି ନାଏବ ସୁବେଦାର ବିପିନ କୁମାର ଏବଂ ସିପାହୀ ଅରବିନଦ ସିଂହ। ପିଙ୍ଗନାର ଦୁଗ୍ଗଡ ଜଙ୍ଗଲର ଚିତ୍ରୁ ଅଞ୍ଚଳରେ ଅପରେସନ ଚଳାଉଥିବା ବେଳେ ସେମାନଙ୍କ ଜୀବନ ଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। 


COMMERCIAL BREAK
SCROLL TO CONTINUE READING

2. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କଶ୍ମୀର ଗସ୍ତରେ ରହିବେ। ଦଶନ୍ଧି ପରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର କରିବେ। ଦୋଡାଠାରେ ଏଥିନେଇ ଏକ ନିର୍ବାଚନୀ ସଭାର ଆୟୋଜନ କରାଯାଇଛି। ୧୯୮୨ ମସିହାରେ ଶେଷଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଏ ଅଞ୍ଚଳ ଗସ୍ତ କରିଥିଲେ। ଯେଉଁ ଅଞ୍ଚଳରେ ସେ ଭାଷଣ ଦେବେ ତାହା ଗତକାଲି ଗୁଳିକାଣ୍ଡ ଘଟିଥିବା ଅଞ୍ଚଳଠାରୁ ଅଳ୍ପ ଦୂରରେ ଅବସ୍ଥିତ। ଏହା ଜମ୍ମୁ ଓ କଶ୍ମୀରରେ ଶ୍ରୀ ମୋଦୀଙ୍କ ପ୍ରଥମ ନିର୍ବାଚନ ଶୋଭାଯାତ୍ରାକୁ ସମ୍ବୋଧନ। ଏହାପରେ ୧୯ ତାରିଖ ଦିନ ସେ ଶ୍ରୀନଗର ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି।


3. ୧୭୭ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜେଲରୁ ମୁକୁଳିଛନ୍ତି। ଦିଲ୍ଲୀ ମଦ ଦୁରନିତୀ ମାମଲାରେ ସେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଭୋଗୁଥିଲେ। ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜେଲରୁ ବାହାରିବା ପରେ ସେ ଅଧିକ ଶକ୍ତ ହୋଇଥିବା କହିଛନ୍ତି। 


4. ଚଳିତ ବର୍ଷ ପ୍ରବଳ ଶୀତ ଅନୁଭବ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଯେଉଁଭଳି ଭାବେ ଗ୍ରୀଷ୍ମ ଓ ବର୍ଷା ହୋଇଛି ଠିକ୍‍ ସେମିତି ଶୀତ ମଧ୍ୟ ଏଥର ଶୀଖର ଛୁଇଁବ ବୋଲି ସୂଚନା ଦିଆଯାଇଛି। ବିଶେଷକରି ଡିସେମ୍ବର ମଧ୍ୟଭାଗରୁ ଜାନୁୟାରୀ ଶେଷ ଯାଏ ଲା ନିନା ଯୋଗୁ ଥଣ୍ଡା ପରିମାଣ ବଢ଼ିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। 
5. ଆଣ୍ଡାମାନ ନିକୋବର କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ପୋର୍ଟବ୍ଲେୟାରର ନାମ ପରିବର୍ତ୍ତନ ହୋଇଛି। ଏହାର ଏତିହାସିକ ପୃଷ୍ଠଭୂମିକୁ ଆଖିରେ ରଖି ସ୍ଥାନର ନାଁ ଶ୍ରୀ ବିଜୟପୂରମ ରଖାଯାଇଛି। ଓପନିବେଶିକ ପ୍ରଭାବରୁ ମୁକ୍ତ କରିବା ପାଇଁ ଏହା କରାଯାଇଥିବା ଗୃହମନ୍ତ୍ରୟୀ ଅମିତ ଶାହ କହିଛନ୍ତି। 


6. ମଙ୍କିପକ୍ସର ପ୍ରତିରୋଧ ଲାଗି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ଅନୁମୋଦନ କରାଯାଇଛି। ସଂଗଠନର ସୂଚନା ଅନୁସାରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହି ଟିକା ଗ୍ରହଣ କରିପାରିବେ। ଏହାର ଦୁଇଟି ଡୋଜ ନେବାକୁ ହେବ। ଦୁଇ ଡୋଜ୍‍ ଭିତରେ ୪ ସପ୍ତାହ ବ୍ୟବଧାନ ଜରୁରୀ ବୋଲି କୁହାଯାଇଛି ।


7. ପ୍ରସିଦ୍ଧ ଧର୍ମାନୁଷ୍ଠାନର ୫ କିଲୋମିଟର ପରିଧି ଭିତରେ ମଦ ଦୋକାନ ଖୋଲିବ ନାହିଁ। ଏନେଇ ଅବକାରୀ ନୀତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ନିକଟରେ ସରକାର ଅବକାରୀ ନୀତିକୁ ସମୀକ୍ଷା କରି ବେଳାଭୂମିରେ ମଦ ଦୋକାନ ଖୋଲିବା ଲାଗି ସ୍ୱତନ୍ତ୍ର ଅନୁମତି ଦେବାକୁ କହିଥିଲେ। କିନ୍ତୁ ଏହାର ବିରୋଧ ହୋଇଥିଲା। ଏନେଇ ଆଇନମନ୍ତ୍ରୀ ଟିପ୍ପଣୀ ରଖି ପୁରୀ ବେଳାଭୂମିରେ ମଦ ଦୋକାନ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି। 


8. ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହେବା କାରଣରୁ ରାଜ୍ୟର ଉତ୍ତର ପ୍ରାନ୍ତରେ ବର୍ଷା ଆଶଙ୍କା କରାଯାଇଛି। ଏପରିକି ଆଜି ମୟୁରଭଞ୍ଜର ବିଭିନ୍ନ ଅଞ୍ଚଳରେ ୭୦ରୁ ୨୦୦ ମିମି ବର୍ଷା ହେବ େବାଲି ପାଣିପାଗ ବିଭାଗ ସତର୍କ କରାଯାଇଛି। ଏହାକୁ ଆଖିରେ ରଖି ମୟୁରଭଞ୍ଜ ଜିଲ୍ଲାର ସ୍କୁଲ, କଲେଜ, ଅଙ୍ଗନବାଡ଼ିକୁ ଆଜି ଛୁଟି ଘୋଷଣା କରାଯାଇଛି। 


9.  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୭ ତାରିଖ ଦିନ ପ୍ରଧାନମନ୍ତ୍ରରୀ ଓଡ଼ିଶାଗସ୍ତରେ ଆସି ‘ସୁଭଦ୍ରା’ ଯୋଜନା ଆରମ୍ଭ କରିବେ। ଏହାସହ ପ୍ରଧାନମନ୍ତ୍ରୀର ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି। 


10. ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା। ୨୩ ତାରିଖରେ ଏହି ଯୋଜନା ଲାଗୁ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଚି। ଏହିକ୍ରମରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ବରିଷ୍ଟ ନାଗରିକଙକ୍ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ।