1-State Cabinet Meeting: ଗତକାଲି ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ୧୦ ବିଭାଗର ୧୩ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ୧୩ଟି ପ୍ରସ୍ତାବରେ ରହିଛି ୬ଟି ସେବା ସମ୍ବନ୍ଧୀୟ ପ୍ରସ୍ତାବକୁ ମିଳିଛି ଅନୁମୋଦନ ।


COMMERCIAL BREAK
SCROLL TO CONTINUE READING

2-Arun Sarangi: ଆଇପିଏସ ଅଫିସର ଅରୁଣ ଷଡଙ୍ଗୀ (IPS Arun Sarangi)ଙ୍କୁ ମିଳିଛି ନୂଆ ଦାୟିତ୍ୱ । ନୂଆ ଡିଜିପି ନିଯୁକ୍ତ ନହେବା ପର୍ଯ୍ୟନ୍ତ ସେ ରାଜ୍ୟର ଡିଜିପି (DGP) ଭାବରେ ଅତିରିକ୍ତ ଦାୟିତ୍ୱ ତୁଳାଇବେ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି । ସୂଚନାଯୋଗ୍ୟ, ୧୯୯୦ ମସିହା ବ୍ୟାଚର ଆଇପିଏସ ଅଫିସର ଅରୁଣ ଷଡଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୁଲିସ୍‍ ତାଲିମ କେନ୍ଦ୍ର (ବିପିଏସପିଏ) ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । ଉକ୍ତ ବିଭାଗ ସମେତ ରାଜ୍ୟ ପୋଲିସର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି ।


3-News Year rule : ନୂଆବର୍ଷ ସେଲିବ୍ରେସନ୍ କୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି । ୪ ଜଣ ଅତିରିକ୍ତ ଡିସିପି, ୭ ଜଣ ଏସିପି, ୨୪ ଜଣ ଇନ୍ସପେକ୍ଟର ଓ ୮୭ ଏସଆଇ/ ଏଏସଆଇଙ୍କ ସମେତ ମୋଟ ୧୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ନେଇ ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ୍ ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂକୁ କଡାକଡି଼ କରାଯିବ । ସେହିପରି ସହରରେ ପ୍ରାୟ ୨୯ଟି ସ୍ଥାନରେ ଏମଭି ଚେକିଂ କରାଯିବ । 


4-Srimandir: ନୂଆବର୍ଷ ଉପଲକ୍ଷେ ପୁରୀରେ ଯାନବାହନ ଚଳାଚଳ ଉପରେ ଜାରିହେଲା କଟକଣା । ଡିସେମ୍ବର ୩୧ ରାତି ୧୨ଟାରୁ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକଣା ରହିବ । ମାର୍କେଟ ଛକଠୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ନୋ-ଭେହିକିଲ୍ ଜୋନ୍ ଘୋଷଣା ହେବା ସହ ଦିଗବାରିଣୀଠୁ ବତୀଘର ଯାଏଁ ସମୁଦ୍ରକୂଳ ରାସ୍ତା କୁ ମଧ୍ୟ ନୋ- ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି।


5-⁠Petrol price may reduce: ସାଧାରଣ ନିର୍ବାଚନ ପାଖେଇ ଆସୁଛି । ସରକାର ତେଲ କମ୍ପାନୀ ଗୁଡିକ ଯଦିଓ ପ୍ରତିଦିନ ମୂଲ୍ୟ ସଂଶୋଧନର ଅଧିକାର ପାଇଛନ୍ତି। କିନ୍ତୁ ଗତବର୍ଷ ଏପ୍ରିଲ୍ ମାସରୁ ଦାମ୍ ସ୍ଥିର ରହିଛି। କିନ୍ତୁ ଆସନ୍ତାବର୍ଷର ସାଧାରଣ ନିର୍ବାଚନ ପୂର୍ବରୁ ଦର କମାଇବା ସମ୍ଭାବନା ଦେଖାଦେଇଛି। 



6-ASO result: ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ୭୮୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୧-୨୨ ବର୍ଷରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆୟୋଗଙ୍କ ପକ୍ଷରୁ ଚୟନ ପୟକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ୨୦୨୨ ବର୍ଷ ଅଗଷ୍ଟ ୨୭ରେ ଲିଖିତ ପରୀକ୍ଷା ହୋଇଥିବା ବେଳେ ଡିସେମ୍ବର୪ ତାରିଖରେ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଶେଷ ହେବାର ପ୍ରାୟ ଏକ ବର୍ଷ ପରେ ଆୟୋଗଙ୍କ ପକ୍ଷରୁ ଆଜି ପରୀକ୍ଷାଫଳ ପ୍ରକାଶ କରାଯାଇ ୭୮୭ ଜଣଙ୍କ ନିଯୁକ୍ତି ଲାଗି ଅନୁମୋଦନ କରାଯାଇଥିବା କୁହାଯାଇଛି।


7-Weather Update: କମୁଛି ଶୀତ (Winter) ହେଲେ ବଢୁଛି କୁହୁଡି଼ (fog)। ପଶ୍ଚିମାଝଡ଼ ପ୍ରଭାବରେ ନୂଆବର୍ଷର ପ୍ରାରମ୍ଭରୁ ବର୍ଷା ହେବାର ସମ୍ଭାବନା ରହିଛି। ଜାନୁଆରୀ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ଆଶଙ୍କା କରିଛି (Meteorological Centre, Bhubaneswar)।  କେନ୍ଦ୍ରର ଅନୁମାନ ଅନୁସାରେ,୫ ତାରିଖରେ ସୁନ୍ଦରଗଡ଼,ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହୋଇପାରେ। ସେପଟେ, ରାଜ୍ୟରେ କୁହୁଡି ପ୍ରଭାବ ବୃଦ୍ଧି ପାଉଥିବା ବେଳେ ଶୀତର ପ୍ରକୋପ କମିଛି। ଶନିବାର ଫୁଲବାଣୀ, ରାଉରକେଲା, ନୟାଗଡ ଓ କୋରାପୁଟରେ ୫୦ ଏବଂ ସୋନପୁରରେ ୧୦୦ ମିଟର ଘନ କୁହୁଡି଼ ରେକର୍ଡ଼ କରାଯାଇଛି।


8-Manipur Violence: ଅଜ୍ଞାତ ବନ୍ଧୁକଧାରୀ ଶନିବାର (ଡିସେମ୍ବର ୩୦) ଅପରାହ୍ନ 3 ଟା ସମୟରେ ମଣିପୁରର ମୋରେହରେ ପୋଲିସ୍ କମାଣ୍ଡୋଙ୍କୁ ଟାର୍ଗେଟ କରିଥିଲେ। ବନ୍ଧୁକଧାରୀ ଏବଂ ପୋଲିସ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଅଜ୍ଞାତ ବନ୍ଧୁକଧାରୀମାନେ ମୋରେହରୁ କି ଲୋକେସନ ପଏଣ୍ଟ (କେଏଲପି) ଆଡ଼କୁ ଯାଉଥିବାବେଳେ ପୋଲିସ କମାଣ୍ଡୋ ବହନ କରୁଥିବା ଗାଡିଗୁଡ଼ିକୁ ଟାର୍ଗେଟ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା।



9-Vladimir Putin New Year Message: ଆସୁଛି ନୂଆବର୍ଷ । ଏନେଇ ଋଷର ରାଷ୍ଟ୍ରପତି  ଭ୍ଲାଦିମିର ପୁଟିନ ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂତନ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।



10 -Vinesh Phogat: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗାଟ୍ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବିରୋଧ କରି ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଶନିବାର (ଡିସେମ୍ବର ୩୦) ସେ ପୁରସ୍କାର ଓ ପଦକ ଦିଲ୍ଲୀର କର୍ତ୍ତବ୍ୟ ପଥରେ ରଖି ଘରକୁ ଫେରିଯାଇଥିଲେ । ପୁରସ୍କାର ଫେରାଇବା ପାଇଁ ଭିନେଶ ଫୋଗଟ ପିଏମଓକୁ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାପରେ ସେ ନିଜ ପୁରସ୍କାରକୁ କର୍ତ୍ତବ୍ୟ ପଥରେ ଛାଡି ଦେଇଥିଲେ । ଫୋଗଟ ତିନି ଦିନ ତଳେ ପୁରସ୍କାର ଫେରସ୍ତ କରିବା ସମ୍ପର୍କରେ ଘୋଷଣା କରିଥିଲେ।