1.ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରଥଯାତ୍ରା ସମନ୍ୱୟ ବୈଠକ। ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ଓ  ପୁଲିସ ଅଧିକାରୀ ଯୋଗ ଦେବେ। ୫୩ ବର୍ଷ ପରେ ଏକ ବିରଳ ସଂଯୋଗକ୍ରମେ ନେତ୍ର ଉତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଏକାସଙ୍ଗେ ପଡ଼ୁଥିବାରୁ ଏଥର ରଥଯାତ୍ରାରେ ଭିଡ଼ ହେବା ସମ୍ଭାବନା ରହିଛି। ଭିଡ଼ ନିୟନ୍ତ୍ରଣ, ରୀତିନୀତି ଅନୁପାଳନ ଏବଂ ଆଇନ ଶୃଙ୍ଖଳା ଏଥର ରଥଯାତ୍ରାରେ ଉଭୟ ପ୍ରଶାସନ ଓ ରାଜନୀତିକ ଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ। ନିଜର ପ୍ରଥମ ରଥଯାତ୍ରା ହୋଇଥିବାରୁ ଏହି ରଥଯାତ୍ରାକୁ ଠିକଣାଭାବେ ପରିଚାଳନା କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

2.ମୁଖ୍ୟମନ୍ତ୍ରୀ ବୈଠକ ନେବା ପୂର୍ବରୁ ସୋମବାରଦିନ ଗତପତି ମହାରାତା, ଛତିଶା ନିଯୋଗ ପ୍ରତିନିଧିଙ୍କ ସହ କଥା ହୋଇଥିଲେ। ସେମାନଙ୍କ ମତ ଓ ମନ୍ତବ୍ୟକୁ ଆଧାର କରି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା ରହିଛି। ବିଶେଷକରି ସେବାୟତ ଓ ପ୍ରଶାସନ ଭିତରେ ଉଚିତ ସଂଯୋଗ ରକ୍ଷା ଏହାର କାର୍ଯ୍ୟ ହେବ। ସେହିପରି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ମଧ୍ୟ ଏକ ସ୍ୱତନ୍ତ୍ର ବୈଠକ କ୍ରମେ ବରିଷ୍ଠ ଅଧିକାରୀଙ୍କଠାରୁ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।


3.ଆଜି ଲୋକସଭାର ସପ୍ତମ କାର୍ଯ୍ୟ ଦିବସ। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଦ୍ୱିତୀୟ ଦିନ। ଆଜି ପ୍ରଧାନମନ୍ତ୍ରୀ ଏହି ଅଭିଭାଷଣ ଉପରେ ମତ ରଖିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ବୟାନ କରିବେ। ଏହା ସହ ବିରୋଧୀ ଦଳ ନେତାଙ୍କ ଆକ୍ଷେପକୁ ଜବାବ ପାଇଁ ଉଦ୍ଦିଷ୍ଟ ହେବ। ଏହାଦ୍ୱାରା ଲୋକସଭାରେ ଆଜି ପରିସ୍ଥିତି ସରଗରମ ହେବ ବୋଲି ଆଶା କରାଯାଉଛି।


4.ଗତକାଲି ମଧ୍ୟରାତ୍ର ଯାଏ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଚାଲିଥିଲା। ଏଥିରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଦସ୍ୟମାନେ ନିଜର ମତ ରଖିଥିଲେ। ପ୍ରଥମେ ସରକାରୀ ଦଳ ପକ୍ଷରୁ ଅନୁରାଗ ଠାକୁର ପ୍ରସ୍ତାବ ଆଗତ କରିଥିବା ବେଳେ ବିଜେପି ନେତ୍ରୀ ବାଂଶୁରୀ ସ୍ୱରାଜ ଏହାକୁ ସମର୍ଥନ କରିଥିଲେ। ବିପକ୍ଷ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଏହି ଅବସରରେ ନିଜର ମତ ରଖି ଶାସକ ଦଳ ଉପରେ ଧାର୍ମିକ ବିଭ୍ରାନ୍ତି ସୃଷ୍ଟି ନେଇ ମନ୍ତବ୍ୟ ରଖିଥିଲେ। ଏପରିକି ଶାସକ ଦଳଙ୍କୁ ହିନ୍ଦୁ ନୁହନ୍ତି ବୋଲି ବି ମନ୍ତବ୍ୟ ରଖିଥିଲେ। ହିନ୍ଦୁ ସମ୍ପ୍ରଦାୟକୁ ହଂସ୍ରକ ବୋଲି କହିଥିବା ନେଇ ତାଙ୍କ ଉପରେ ଆରୋପ ଲାଗିଥିଲା। ପରେ ରାହୁଲ ନିଜ ଭାଷଣରେ ବିଜେପି, ଆର୍‍ଏସ୍‍ଏସ୍‍କୁ ହିନ୍ଦୁ ନୁହନ୍ତି, ହିଂସ୍ରକ ବୋଲି ଅଭିହିତ କରିଥିଲେ। ରାହୁଲଙ୍କ ଏହି ବୟାନ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପଏଣ୍ଟ ଅଫ୍‍ ଅର୍ଡର ମାଧ୍ୟମରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ କରିଥିଲା।


5.ପ୍ରତିରକ୍ଷା ପାଇଁ ନିଯୁକ୍ତ ଅଗ୍ନିବୀର ଯୋଜନାକୁ କଂଗ୍ରେସ କ୍ଷମତାକୁ ଆସିଲେ ରଦ୍ଦ କରିବ ବୋଲି କହିଛନ୍ତି ରାହୁଲ ଗାନ୍ଧି। ଏହି ଯୋଜନା ସୈନିକଙ୍କ ଭିତରେ ବିଭାଜନ କରୁଛି ବୋଲି ସେ ଅଭିଯୋଗ କରିଥିଲେ। ପ୍ରାଣ ହରାଉଥିବା ଏହି ସୈନିକଙ୍କୁ ଦେଶ ସହିଦ ଭାବେ ଗ୍ରହଣ ନକରିବା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ବୋ;ଲି ସେ କହିଥିଲା। ପୁଣି ତିନି ସେନାଙ୍କ ସହ ବିନା ଆଲୋଚନାରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲାଗୁ କରିଛି ବୋଲି ରାହୁଲ ଅଭିଯୋଗ କରିବା ପରେ ଗୃହରେ ମତ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଯୋଜନା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି, ଏବଂ ବିଭିନ୍ନ ଦେଶରେ ଏପରି ଯୋଜନା ଚାଲୁଥିବା ବେଳେ ରାହୁଲଙ୍କ ପାଇଁ କାହିଁ ସମସ୍ୟା ଭାବେ ଦେଖାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ଦେଶ ମାତୃକା ପାଇଁ ପ୍ରାଣ ଦେଉଥିବା ପ୍ରତିଟି ସୈନିକଙ୍କ ପାଇଁ ସହିଦ ଆଖ୍ୟା ଦିଆଯାଉଛି ଏବଂ ତାଙ୍କ ପରିବାରକୁ ସହାୟତା ଦେବା ପାଇଁ ସରକାର ବ୍ୟବସ୍ଥା କରିଥିବା ସେ କହିଛନ୍ତି।


6.ବିନା ଅନୁମତିରେ କାଟି ହେବନାହିଁ  ତାଳଗଛ। ପଡ଼ିଆରେ ତାଳଗଛ ବ୍ୟାପକ କଟା ହେଉଥିବାରୁ ବଜ୍ରପାତ ଆଶଙ୍କା ବଢ଼ୁଥିବା ଆକଳନ କରାଯାଇଛି। ବଜ୍ରପାତକୁ ନିୟନ୍ତ୍ରଣ କରିବାରେ ଏହି ଡେଙ୍ଗା ଗଛ ଅନେକ ଗୁରୁତ୍ୱ ବହନ କରୁଥିବାରୁ ତାଳଗଛ କାଟିବା ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ପ୍ରଧାନ ମୁଖ୍ୟ ସଂରକ୍ଷକ। ଏବେ ଜଙ୍ଗଲ ବିଭାଗର ପୂର୍ବ ଅନୁମତି ନେଇ ତାଳଗଛ କଟାଯାଇପାରିବ।


7.ଜୁଲାଇ ୧୫ ତାରିଖରୁ ଉଚ୍ଚ ନ୍ୟାୟାଳୟରେ ମାମଲାସବୁ ଅନ୍‍ଲାଇନରେ ହେବ। ଇ ଫାଇଲିଂ ପାଇଁ ନୂତନ ପୋର୍ଟାଲ୍‍ ଉନ୍ମୋଚନ କରାଯାଇଛି। ଏଥିଲାଗି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।


8.ରାଜ୍ୟରେ ଖୋଲିବ ୪ ସିଭିଲ୍‍ କୋର୍ଟ। ବରିଷ୍ଠ ଜଜ୍‍ ବର୍ଗରେ ଏହି କୋର୍ଟ ଖୋଲାଯିବ। ୫ ତାରିଖ ଠାରୁ ଏହି କୋର୍ଟ କାର୍ଯ୍ୟ କରିବା ଆରମ୍ଭ କରିବ। ପାରଳାଖମୁଣ୍ଡି, ଦେବଗଡ଼, ସୋନପୁର, ଏବଂ ବଲାଙ୍ଗୀରରେ ଏହି କୋର୍ଟ ଖୋଲାଯିବ ବୋଲି ଓଡ଼ିଶା ସରକାରଙ୍କ ବିଧି ବିଭାଗ ସ୍ପଷ୍ଟ କରିଛି।


9.ସବୁଜରୁ ଗେରୁଆ ରଙ୍ଗରେ ବଦଳିଛି ଲକ୍ଷ୍ମୀ ବସ୍‍। ରାଜ୍ୟରେ ଗ୍ରାମାଞ୍ଚଳ ଯାତ୍ରୀଙ୍କ ପରିବହନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଯୋଜନାରେ ଚାଲୁଥିବା ବସ୍‍ଗୁଡ଼ିକୁ ରଗରୁଆ ରଙ୍ଗରେ ବଦଳାଯାଇଛି। ପୂର୍ବରୁ ତାହା ସବୁଜ ରଙ୍ଗରେ ଥିଲା। ନିର୍ବାଚନ ପୂର୍ବରୁ ଏହି ବସର ରଙ୍ଗ ଓ ଲୋଗୋକୁ ନେଇ ବିଜେପି ନିର୍ବାଚନ ଆୟୁକ୍ତଙ୍କୁ ଅଭିଯୋଗ କରିଥିଲା। ଏହା ବିଜେଡି ରଙ୍ଗ ସହ ସମାନ ହୋଇଥିବାରୁ ଏହାକୁ ନେଇ ଦଳ ଲୋକଙ୍କ ଉପରେ ପ୍ରଭାବ ବିସ୍ତାର କରୁଛି ବୋଲି ଅଭିଯୋଗ ହୋଇଥିଲା। ହେଲେ ଏ ରଙ୍ଗ କାହିଁକି ଓ କେମିତି ବଦଳିଛି ସେ ବାବଦରେ ପରିବହନ ବିଭାଗ ଅନ୍ଧାରରେ ରହିଛି। ଢେଙ୍କାନାଳରେ ଏହା ଦେଖିବାକୁ ମିଳିଛି।


10.ଓଡ଼ିଆ ବୋହୂଙ୍କୁ ମିଳିଛି ରିଜର୍ଭ ବ୍ୟାଙ୍କରେ ବଡ଼ ପଦବୀ। ପ୍ରଥମ ଓଡ଼ିଆ ମହିଳା ଭାବେ ଚାରୁଲତା କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ନେବେ। ଆଜିଠାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ଚାରୁଲତାଙ୍କ ଘର ସମ୍ବଲପୁରରେ। ସେ ରିଜର୍ଭ ବ୍ୟାଙ୍କର ପୂର୍ବତନ ପ୍ର୍ରଧାନ ମହାପ୍ରବନ୍ଧକ ଡ. ସୁଶାନ୍ତ କରଙ୍କ ପତ୍ନୀ।