H1. ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତ ଭୋଟିଂ
ନିର୍ବାଚନ ପର୍ବର ପ୍ରଥମ ପର୍ଯ୍ୟାୟ ଭୋଟିଂରେ ଭାରତକୁ ପ୍ରାୟ ୬୫ ପ୍ରତିଶତ ସଫଳତା ମିଳିଛି। ୨୦୧୯ ନିର୍ବାଚନରେ ଏହି ଆସନଗୁଡ଼ିକରେ ପ୍ରାୟ ୬୯ ପ୍ରତିଶତ ଭୋଟିଂ ହୋଇଥିଲା।  ୧୦୨ଟି ଆସନରେ ୧ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ଦ୍ୱାରା ୧୬୨୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‍ ରେ ସିଲ୍‍ ହୋଇଛି। ଆସନ୍ତା ୬ ସପ୍ତାହ ଧରି ଏହି ନିର୍ବାଚନ ସାରା ଦେଶରେ ଚାଲିବ। ଜୁନ୍‍ ୪ ତାରିଖରେ ସମସ୍ତ ନିର୍ବାଚନ ମଣ୍ଡଳୀର ଫଳାଫଳ ପ୍ରକାଶ ପାଇବ। 


COMMERCIAL BREAK
SCROLL TO CONTINUE READING

H2. ପୁଣି ଫେରିବ ଇଲେକ୍ଟୋରାଲ୍‍ ବଣ୍ଡ
ପୁଣି ଫେରିବ ଇଲେକ୍ଟୋରାଲ୍‍ ବଣ୍ଡ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ନିର୍ବାଚନ ପରେ  ଏ ବିଷୟରେ ଅଧିକ ଆଲୋଚନା କରାଯିବ। ଭାରତୀୟ ଜନତା ପାର୍ଟି ଏହାର ପୁନଃ ପ୍ରଚଳନ ଚାହିଁଛି। ଏହାଦ୍ୱାରା ଅର୍ଥନୀତିକ ସ୍ଥୟୀତ୍ୱ ବଢ଼ିବ। ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ବ୍ୟବସ୍ଥାର ପୁନଃ ପ୍ରଚଳନ ହେବ ବୋଲି ସେ କହିଛନ୍ତି।  


H3. ୪ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧକ
ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ଅସ୍ତ୍ରଶସ୍ତ୍ର ଓ ଆବଶ୍ୟକ ସରଞ୍ଜାମ ଯୋଗାଉଥିବା ୪ କମ୍ପାନୀ ଉପରେ ଯୁକ୍ତ ରାଷ୍ଟ୍ର ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି ୪ ସଂସ୍ଥା ଭିତରେ ତିନୋଟି ଚୀନ ସଂସ୍ଥା ଥିବା ବେଳେ ଗୋଟିଏ ବେଲାଋଷ ଭିତ୍ତିକ ସଂସ୍ଥା ରହିଛି।  ଏହି ସଂସ୍ଥା ଏବଂ ଏଥିରେ ପୁଞ୍ଜି ଲଗାଇଥିବା ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଆମେରିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେରିକାରେ ଥିବା ସେମାନଙ୍କ ସମ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରିକି ଏହି ସଂସ୍ଥାମାନଙ୍କ କୌଣସି କର୍ମଚାରୀଙ୍କ ଆମେରିକା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। 


H4. ସିଧାସଳଖ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢେଇ
ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଲଢ଼େଇ କରୁଛି। ଏହି ଲଢ଼େଇ  ସିଧାସଳଖ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ରହିବ। ଓଡ଼ିଶାର ସଂସ୍କୃତି, କଳା, ଐତିହ୍ୟ, ଭାଷାର ସୁରକ୍ଷା ଲାଗି ଏ ଲଢ଼େଇ। ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମତାମତକୁ ରକ୍ଷା କରି ବିଜେପି ଏକୁଟିଆ ଲଢ଼େଇ ପାାଇଁ ସ୍ଥିର କରିଥିବା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ପୂର୍ବରୁ ବିଜେପି-ବିଜେଡି ଭିତରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଚାଲିଥିଲା। 


H5. ବିଜେପିରେ ମିଶିପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ
ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗ ଦେଇପାରନ୍ତି। ସେ ବିଜେଡିରୁ ଟିକଟ ନ ପାଇବାରୁ ଏପରି ନିଷ୍ପତ୍ତି ନେଇପାରନ୍ତି। ଏହି ଚର୍ଚ୍ଚା ଭିତରେ ଶ୍ରୀ ପାଟଶାଣୀ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଚର୍ଚ୍ଚା ହୋଇଛି।  କିନ୍ତୁ ଏ ସମ୍ବନ୍ଧରେ ଶ୍ରୀ ପାଟଶାଣୀ କିଛି କହି ନାହାନ୍ତି। ଶଅ୍ରୀ ପାଟଶାଣୀଙ୍କୁ ୨୦୧୯ରେ ଟିକଟ ମିଳି ନଥିଲା। ୫ ଥର ସାଂସଦ ଥିବା ଏହି ପୁରୁଖା ନେତାଙ୍କୁ ଦଳ ଚିଲିକାରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏଯାଏ ଏହି ଆସନ ପାଇଁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ। 


H6. ୧୫ଜଣଙ୍କର ପ୍ରାର୍ଥୀପତ୍ର ଦାଖଲ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୧୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନଲାଗି ପ୍ରଥମ ପର୍ଯ୍ୟାୟରେ ଭାାଟ ଗ୍ରହଣ କରାଯିବ। ମେ’ ୧୩ ତାରିଖରେ ଏହି ନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ୧୧ଜଣ ବିଧାନସଭା ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୪ ଜଣ ସାଂସଦ ପ୍ରାର୍ଥୀ ଲାଗି ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି। େକାରାପୁଟ ସାଂସଦ ସପ୍ତଗିରି ଉଲାକା ଗତକାଲି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।  


H7. ବଢୁଛି ଆଳୁ ଦର
ପଡ଼ୋଶୀ ପଶ୍ଚିମବଙ୍ଗରୁ ରାଜ୍ୟକୁ ଆଳୁ ଆସିପାରୁ ନଥିବାରୁ ଆଳୁ ଦର ୩୦ରେ ପହଞ୍ଚିଛି। ଦୁଇ ସପ୍ତାହ ମଧ୍ୟରେ ୧୫ଟଙ୍କା ଦର ବଢ଼ିବା ଉଦବେଗର କାରଣ ହୋଇଛି। ସରକାରୀ ସ୍ତରରେ ଉପଯୁକ୍ତ ପଦକ୍ଷେପର ଅଭାବକୁ ଏଥିଲାଗି ଦାୟୀ କରାଯାଇଛି। 


H8. ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ୱୟ ବୈଠକ
ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ସୁରୁଖୁରରେ ପରିଚାଳନା କରିବା ଲାଗି ଆଜି ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ପୌର ସଦନରେ ଏଥିଲାଗି ବିଶେଷ ଆୟୋଜନ କରାଯାଇଚି। କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନଙ୍କ ସମେତ ଅନ୍ୟ ପଦାଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା ଅଧିକାରୀମାନେ ଏଥିରେ ଯୋଗ ଦେବେ। ରଥଯାତ୍ରା ପାଇଁ ଆବଶ୍ୟକ କାଠ, ଦଉଡ଼ି, କପଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ କିପରି ଠିକଣା ଭାବେ ଅଣାଯିବ ସେଥିଲାଗି ଏ ବୈଠକ ହେବ। ନିର୍ବାଚନ ଚାଲିଥିବାରୁ ଏଥିରେ କୌଣସି ରାଜନୀତିକ ବ୍ୟକ୍ତି ଯୋଗ ଦେବେ ନାହିଁ। 


H9. ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ
ରାଜ୍ୟରେ ଅଂଶୁଘାତ କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି। ଆହୁରି ୭୧ ଜଣ ଆକ୍ରାନ୍ତ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜଣାଇଛନ୍ତି। ମୃତକ ଜଣକ ବାଲେଶ୍ୱରର ଭୋଗରାଇ ଅଞ୍ଚଳର ବୋଲି ଜଣାପଡ଼ିଛି। ରାଜ୍ୟରେ ବଢ଼ୁଥିବା ତାତତି ଏହାର କାରଣ ବୋଲି ସ୍ପଷ୍ଟ ହୋଇଛି। 


H10. ନିର୍ବାଚନ ସମ୍ବନ୍ଧରେ ପୂ୍ର୍ବାନୁମାନକୁ ବାରଣ
ନିର୍ବାଚନ ସମ୍ବନ୍ଧରେ କୌଣସି ପୂର୍ବାନୁମାନକୁ ବାରଣ କରାଯାଇଛି। ଟେଲିଭିଜନ୍‍ ଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଏକ୍‍ଜିଟ୍‍ ପୋଲ ବା ବୁଥ ବାହୁଡ଼ା ମତକୁ ଆଧାର କରି ପ୍ରକାଶ କରାଯାଉଥିବା ରିପୋର୍ଟ ଉପରେ ନିର୍ବାଚନ ଆୟୁକ୍ତ କଟକଣା ଜାରି କରିଛନ୍ତି। ଜୁନ୍‍ ୧ ତାରିଖ ଯାଏ କୌଣସି ପ୍ରକାର ରିପୋର୍ଟ ପ୍ରକାଶ ପାଇପାରିବ ନାହିଁ। ଏହିଦିନ ଶେଷ ଭୋଟିଂ ରହିଛି। ଭୋଟିଂ ଶେଷ ହେବା ପରେ ଅର୍ଥାତ୍‍ ସାଢ଼େ ୬ଟା ପରେ ଏପରି ରିପୋର୍ଟ ପ୍ରକାଶ କରାଯାଇପାରିବ।