Top 10 News Headlines: 1-ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ମହାମହିମ୍ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭର୍ଚୁଆଲ ମାଧ୍ୟମରେ ଏକ ମଲ୍ଟି-ମଡ଼େଲ ଲଜିଷ୍ଟିକ ପାର୍କର ଉଦ୍ଦଘାଟନ କରିବେ। ଅପରାହ୍ନରେ ପାରାଦୀପରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ।


COMMERCIAL BREAK
SCROLL TO CONTINUE READING

2- ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ଚର୍ତୁଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଚିତାକର୍ଷକ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସକାଳେ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ଲକ୍ଷ୍ମୀ ନୃସିଂହ ବେଶରେ ସଜ୍ଜିତ କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।


3-ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୮ ତାରିଖରେ ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ତାର କାନ୍ଥରେ ଲେଜର ସ୍କାନିଂ କରାଯିବ । ଏନେଇ ପୂର୍ବରୁ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । କାର୍ତ୍ତିକ ମାସ ଶେଷ ହେବା ପରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ଏଏସଆଇ ନିକଟରେ ପହଞ୍ଚି ଥିବା ସୂଚନା ମିଳିଛି ।


4- କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା । ତେବେ ଚଳିତ ବର୍ଷ ଏଠାରେ ୯୦୦ରୁ ଅଧିକ ଷ୍ଟଲ ପଡ଼ିବ । ସୋମବାର ସକାଳେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହେବ । ବିଧାୟକ ସୁଶାନ୍ତ କୁମାର ରାଉତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା ଓ ଅଶ୍ବିନୀ ପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।


5- ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ରବିବାର ଦିନ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ସୋମବାର ଦିନ ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ଏହା ଧୀରେ ଧୀରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୨୯ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୨୮ ତାରିଖରେ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି ।


6- ମୁମ୍ବାଇରେ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ ବର୍ଷ । ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ମାନେ ମୁମ୍ବାଇ ମହାନଗରୀର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ସହ ୧୬୬ ଜଣଙ୍କୁ ହତ୍ୟା କରିଥିଲେ । ଏହାସହ ଏହି ଆକ୍ରମଣରେ ଅନେକ ଆହତ ମଧ୍ଯ ହୋଇଥିଲେ । ୧୦ ଲଶ୍କର ଆତକଙ୍କବାଦୀ କରାଚୀରୁ ମାଛଧରା ବୋଟରେ ଆସି ମୁମ୍ବାଇରେ ୪ ଦିନ ଧରି ଲଗାତାର ଆକ୍ରମଣ କରିଥିଲେ ।


7-ଟିଭି ଖବରଦାତା ସୌମ୍ୟ ବିଶ୍ବନାଥନ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ଆଜୀବନ ଜେଲ ଦଣ୍ତାଦେଶ ଦେଇଛନ୍ତି । ପଞ୍ଚମ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ତ ମିଳିଛି । ୨୦୦୮ ସେପ୍ଟେମ୍ବର ୩୦ ତାରିଖ ରାତିରେ ୨୫ ବର୍ଷିୀୟା ସୌମ୍ୟ କାର ଯୋଗେ ଘରକୁ ଫେରୁଥିବା ବେଳେ ଡ଼କାୟତି ଉଦ୍ୟମରେ ତାଙ୍କୁ ହତ୍ୟା କରାଯାଇଥିଲା ।


8– ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଲୋକପାଳଙ୍କ ନିର୍ଦ୍ଦେଶରେ ସିବିଆଇ ଏହି ଯାଞ୍ଚ ଆରମ୍ଭ କରିଛି। ସାଂସଦଙ୍କ ବିରୋଧରେ ଏହି ମାମଲାରେ ଅପରାଧିକ ମାମଲା ରୁଜୁ ହେବ କି ନାହିଁ ତାହା ପ୍ରାରମ୍ଭିକ ପର୍ଯ୍ୟାୟ ତଦନ୍ତ ପରେ ସ୍ପଷ୍ଟ ହେବ। ସିବିଆଇ ଏହି ମାମଲାରେ ପ୍ରଥମେ ତଥ୍ୟ ହାସଲ କରିବା ସହ ଦସ୍ତାବିଜଗୁଡ଼ିକ ଯାଞ୍ଚ କରିବ ଏବଂ ଟିଏମ୍‌ସି ସାଂସଦଙ୍କୁ ଜେରା ମଧ୍ୟ କରିପାରେ ବୋଲି ଜଣାପଡ଼ିଛି।


9-ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍ ରବିବାର ଥିରୁବନନ୍ତପୁରମର ଗ୍ରୀନ୍ ଫିଲ୍ଡ ଷ୍ଟାଡ଼ିୟମରେ ଖେଳାଯିବ । ହେଲେ ବର୍ଷା ଯୋଗୁଁ ମ୍ୟାଚ୍ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣଂ ଜାରି କରାଯାଇଛି ।


10-ଭାରତୀୟ କ୍ରିକେଟ୍ ଦଳର କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ କଣ୍ଟ୍ରାକ୍ଟ ସରିଥିବା ବେଳେ ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଏହି ଦାୟିତ୍ବ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାହୁ ତାଙ୍କ କଣ୍ଟ୍ରାକ୍ଟ ବଢାଇବାକୁ ଚାହୁଁନାହାଁନ୍ତି । ତେଣୁ ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ବ ନେଇପାରନ୍ତି ।