ଆଜି ମହାଶିବରାତ୍ରୀ
ଆଜି ପବିତ୍ର ମହାଶିବରାତ୍ରୀ। ଏନେଇ ସଜେଇ ହୋଇଛି ବିଭିନ୍ନ ଶୈବପୀଠ। ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ରାଜ୍ୟର ପ୍ରମୁଖ ଶୈବପୀଠ ଯଥା ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାଶ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି।


COMMERCIAL BREAK
SCROLL TO CONTINUE READING

୧୦୦ଟଙ୍କା କମିଲା ରନ୍ଧନ ଗ୍ୟାସ ଦର
ମିଲା ରନ୍ଧନ ଗ୍ୟାସ ଦର । ଆଜି ମହିଳା ଦିବସରେ ରନ୍ଧନ ଗ୍ୟାସ ଦର ୧୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲେଖିଛନ୍ତି ଆଜି ମହିଳା ଦିବସରେ ଆମ ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ପ୍ରତି ଦର ୧୦୦ ଟଙ୍କା ହ୍ରାସ କରିଛନ୍ତି । ଦେଶର ଲକ୍ଷଲକ୍ଷ ପରିବାର ଉପରେ ଥିବା ଆର୍ଥିକ ବୋଝକୁ ଏହି ନିଷ୍ପତ୍ତି ହାଲୁକା କରିବ । ଏହା ଆମ ନାରୀ ଶକ୍ତିକୁ ଅଧିକ ଲାଭ ଦେବ ।


ରାଜ୍ୟସଭାକୁ ମନୋନୀତ ହେଲେ ସୁଧା ମୂର୍ତ୍ତି
ରାଜ୍ୟସଭାକୁ ମନୋନୀତ ହେଲେ ପ୍ରସିଦ୍ଧ ଉଦ୍ୟୋଗପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ପ୍ରଖ୍ୟାତ୍‌ ଲେଖିକା ସୁଧା ମୂର୍ତ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ଏନେଇ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛି।


ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ
୨୦୨୪  ନିର୍ବାଚନ ପୂର୍ବରୁ ବଦଳିବାରେ ଲାଗିଛି ରାଜନୈତିକ ପାଣିପାଗ । ଏହି କ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏଆଇସିସି ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି ।ପ୍ରସାଦ ହରିଚନ୍ଦନ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଥିବାବେଳେ ପୂର୍ବରୁ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ତୁଳାଇ ସାରିଛନ୍ତି । ବର୍ତ୍ତମାନ ମିଡିଆ ସହିତ ସମନ୍ୱୟ ଏବଂ ଯୋଗାଯୋଗ, ସୋସିଆଲ ମିଡିଆ, ୱାର୍ ରୁମ୍, ପ୍ରଗମନ ଓ ରାଜନୀତିକ କାର୍ଯ୍ୟକ୍ରମର ସମସ୍ତ କଥା ତାଙ୍କ ମୁଣ୍ଡରେ ନ୍ୟସ୍ତ କରାଯାଇଛି । ଏହି ନୂଆ ଦାୟିତ୍ୱ ପାଇଁ ପ୍ରସାଦଙ୍କୁ ଦଳିୟ ନେତୃବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି ।


ବେଙ୍ଗାଲୁରୁରେ ଜଳ ସଂକଟ
ଆଇଟି ହବ୍‌ ବେଙ୍ଗାଳୁରୁରେ ଉତ୍କଟ ହେବାରେ ଲାଗିଛି ଜଳ ସଂକଟ। ଏକଦା ସିଟି ଅଫ ଲେକ୍ସ ଭାବେ ପରିଚିତ ଥିବା ବେଙ୍ଗାଲୁରୁରେ ଏବେ ଜଳ ସଂକଟ ଦେଖାଦେଇଛି। ସହର ପାଇଁ ଯେତିକି ଜଳ ଆବଶ୍ୟକ ତାହା ଧିରେ ଧିରେ କମି ଯାଉଛି। ସ୍ଥିତି ଏପରି ହେଲାଣି ଯେ ଏବେ ସ୍କୁଲ, କୋଚିଂ ସେଣ୍ଟର ବନ୍ଦ ହେବା ଉପରେ। ସ୍କୁଲରେ ଟୋପେ ପାଣି ନଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାରି ଭିତରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି।


ଜାତୀୟ କ୍ରିଏଟର୍ସ ଆୱାର୍ଡରେ ସମ୍ମାନୀତ 
ଦେଶରେ ପ୍ରଥମ ଥର ପାଇଁ ଜାତୀୟ କ୍ରିଏଟର୍ସ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଦେଶର ମୋଟ ୨୩ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜୟା କିଶୋରୀ, ମୈଥିଲୀ ଠାକୁର, କାମିଆ ଜାନି, ରଣଭୀର ଆଲ୍ଲାବାଦିଆ, ଶ୍ରଦ୍ଧା ଜୈନ, ଆରଜେ ରାଉନାକ, ଅଙ୍କିତ ବାୟାନପୁରିଆ ଏବଂ ଗୌରବ ଚୌଧୂରୀ, କବିତା'ସ କିଚେନ ଏବଂ ଆରଜେ ରୌନକଙ୍କ ଭଳି ସେଲିବ୍ରିଟିଙ୍କୁ ଏହି ସମ୍ମାନ ମିଳିଛି। ରଣବୀର ଆଲ୍ଲହାବାଦିଆଙ୍କୁ ଡିସରେପଟର ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା।


ମହାଶିବରାତ୍ରୀରେ ଅଘଟଣ
କୋଟାର କୁନହାଡ଼ି ପୋଲିସ ଷ୍ଟେସନ ପରିସରରେ ମହାଶିବରାତ୍ରୀ ଅବସରରେ ଆଜି ଶିବଙ୍କ ବରଯାତ୍ରୀ ଶୋଭାଯାତ୍ରା କରାଯାଇଥିଲା। ଅନେକ ଲୋକ ବରଯାତ୍ରୀରେ ସାମିଲ ଥିବା ବେଳେ ଏପରି ଅଘଟଣ ଘଟିଥିଲା । କିଛି ଲୋକ ବରଯାତ୍ରୀ ସମୟରେ ବଡ ବଡ ବାଉଁଶରେ ଧାର୍ମିକ ପତାକା ଲଗାଇ ଯାଉଥିଲେ । ସେତେବେଳେ ଜଣଙ୍କ ପତାକା ଇଲେକ୍ଟ୍ରିକ ତାରରେ ଲାଗିଯାଇଥିଲା । ଫଳରେ କରେଣ୍ଟ ମାରିଥିଲା । ବରଯାତ୍ରୀରେ ଯାଉଥିବା ୧୪ଜଣ କରେଣ୍ଟ କାରଣରୁ ଗୁରୁତର ଆହତ ହୋଇଛନ୍ତି । 


କାନାଡାରେ ନର ସଂହାର
କାନାଡାରେ ଘଟିଛି ଜଘନ୍ୟ କାଣ୍ଡ। ଏକ ପରିବାରର ୬ ଜଣଙ୍କୁ ଜଣେ ୧୯ ବର୍ଷୀୟ ଛାତ୍ର ଛୁରୀ ଭୁଷି ହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କ ୪ ଛୁଆ ଓ ଜଣେ ସମ୍ପର୍କୀୟ ଥିବା ଜଣାଯାଇଛି। ମୃତା ମହିଳାଙ୍କ ସ୍ୱାମୀ ଏହି ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


ଭାଇ ଆଗରେ ଭାଇକୁ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ। ଦକ୍ଷିଣଭେଡା ଗାଁର ବାଇଧର ମଳିକ ନଦୀରେ ଶୌଚ ହେଉଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ବାଇଧରଙ୍କର କୌଣସି ପତ୍ତା ମିଳିନାହିଁ। ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି । ଗତବର୍ଷ କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚଳିତବର୍ଷ ଏହା ପ୍ରଥମ ଘଟଣା।


IND vs ENG ପଞ୍ଚମ ଟେଷ୍ଟ
ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟେଷ୍ଟ ଧର୍ମଶାଳାରେ ଖେଳାଯାଉଛି। ଦ୍ୱିତୀୟ ଦିନର ପ୍ରଥମ ଓ ଦ୍ୱିତୀୟ ଅଧିବେଶନରେ ଭାରତର ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଅଧିବେଶନରେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ଚମତ୍କାର ବ୍ୟାଟିଂ କରି ନିଜ ନିଜ ଶତକ ହାସଲ କରିଥିଲେ। ଏହି ସିରିଜର ଉଭୟ ଖେଳାଳିଙ୍କ ଏହା ଦ୍ୱିତୀୟ ଶତକ। ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ଭାରତ କୌଣସି ୱିକେଟ୍ ହରାଇ ୧୨୯ ରନ୍ ଯୋଡିଥିଲା। ଖବର ଲେଖିବା ପର୍ଯ୍ୟନ୍ତ ଭାରତ ୭ ୱିକେଟ୍ ହରାଇ ୪୨୭ ରନ୍ ସ୍କୋର କରିଛି।