Top 10 News Today: ରାତି ପାହିଲେ ଆସୁଛନ୍ତି ରାଷ୍ଟ୍ରପତି ଖବର ସହ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today
5 Days Odisha Tour of President to Begin tomorrow: ଆସନ୍ତାକାଲିଠାରୁ ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେବ। ପ୍ରଥମ ଦିନରେ ସେ ଭୁବନେଶ୍ୱରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ। ଏହାପରେ ୪ ତାରିଖ ଦିନ ସେ ପୁରୀ ଯାଇ ସେଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକୋତ୍ସବରେ ଯୋଗ ଦେବା ପରେ ପୁରୀ ବ୍ଲୁଫ୍ଲାଗ୍ ସମୁଦ୍ରକୂଳରେ ଆୟୋଜିତ ହେବାକୁ ଥିବା ଭାରତୀୟ ନୌସେନାର ପ୍ରତିଷ୍ଠା ଦିବସରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ୫ ତାରିଖରେ ରାଷ୍ଟ୍ରପତି ଓୟୁଏଟିର ବାର୍ଷିକୋତ୍ସବରେ ଯୋଗ ଦେବେ,।ଏହାସହ ଭୁବନେଶ୍ୱର କୋର୍ଟର ନୂଆ କୋଠାକୁ ଉନ୍ମୋଚନ କରିବେ। ୬ ତାରିଖରେ ରାଷ୍ଟ୍ରପତି ନିଜ ଗାଁକୁ ଗସ୍ତ କରିବେ। ୭ ତାରିଖରେ ବିଭିନ୍ନ ରେଳପ୍ରକଳ୍ପର ଶୁଭ ଦେବା କାର୍ଯ୍ୟକ୍ରମ ରହିଛି।
Parliament to run smoothly from tomorrow: ଆସନ୍ତା କାଲିଠାରୁ ସଂସଦର ଉଭୟଗୃହ ସ୍ୱଭାବିକ ଭାବେ ଚାଲିବ। ଏଥିନେଇ ଗୃହରେ ଉପସ୍ଥିତ ସମସ୍ତ ରାଜନୀତିକ ଦଳର ନେତାଙ୍କ ସହ ଆଲୋଚନା ହୋଇ ବୁଝାମଣା ହୋଇଛି। ଆଜି ବାଚସ୍ପତି ଏନେଇ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ଏଥିରେ ସମସ୍ତ ଦଳର ନେତା ଗ୍ୟହ କାର୍ଯ୍ୟ ଚଳାଇବାଉପରେ ସହମତ ହୋଇଥିଲେ। ବିରୋଧୀ ଦଳଙ୍କ ଦାବି ଅନୁସାରେ ୧୩ ଓ ୧୪ ଦୁଇ ଦିନ ସମ୍ବିଧାନ ସମ୍ପର୍କରେ ଆଲୋଚନା ହେବ ବୋଲି ସମସ୍ତ ଦଳ ଏକମତ ହୋଇଥିବା ଜଣାପଡ଼ିଛି।
PM Watches Sabarmati Express: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟ ଓ ଏନ୍ଡିଏ ସଦସ୍ୟମାନେ ଆଜି ସାବରମତି ଏକ୍ସପ୍ରେସ୍ ଦେଖିଛନ୍ତି। ସଂସଦ ପରିସରରେ ଥିବା ବାଲେଯୋଗୀ ଅଡିଟୋରିୟମରେ ଏଥିନେଇ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଇଥିଲା। ଏହି ଅବସରରେ କଳାକାରମାନେ ଉପସ୍ଥିତ ଥିଲେ।
125 crore Looted in Last 3 Years: ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସାଇବର ଅପରାଧ। ଗତ ୩ ବର୍ଷ ମଧ୍ୟରେ ସାଇବର ଲୁଟେରା ୧୨୫ କୋଟି ଲୁଟି ନେଇଛନ୍ତି ଏବଂ ଏନେଇ ୬ ହଜାର ୩୬୮ଟି ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ୨୦୨୩ ମସିହାରେ ଦାଏର ହୋଇଥିବା ୨୩୪୮ ଟି ମାମଲା ଆଧାରରେ ୫୨୨ ଜଣ ଗିରଫ ହୋଇଛନ୍ତି। ମୋଟ ୪୭ କୋଟି ୯୪ ଲକ୍ଷ ଟଙ୍କା ସାଇବର ଅପରାଧୀଙ୍କ ଦ୍ବାରା ଲୁଟ୍ ହୋଇଛି ।
PLGA Week in Odisha: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବାମପନ୍ଥୀ ଉଗ୍ରବାଦୀମାନେ ପିଏଲ୍ଜିଏ ସପ୍ତାହ ପାଳନ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କଡ଼ା ପହରା ବ୍ୟବସ୍ଥା କରିଛନ୍ତି ପୁଲିସ ବାହିନୀ। ସୀମା ସିଲ କରାଯିବା ସହ ସନ୍ଦିଗ୍ଧ ସ୍ଥାନମାନଙ୍କରେ ଚଢ଼ଉ ଜାରି ରଖାଯାଇଛି।
13373 Positions in Odisha Police now remain Vacant: ରାଜ୍ୟ ସରକାରଙ୍କ ପୁଲିସ ବ୍ୟବସ୍ଥାରେ ୧୩୩୭୩ଟି ପଦବୀ ଖାଲି ପଡ଼ିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ୪୮୧ଟି ପଦବୀ ଅଗ୍ନିଶମ ବିଭାଗରେ ଏବଂ ୨୪୧୬ଟି ଗୃହରକ୍ଷୀ ପଦବୀ ଖାଲିପଡ଼ିଛି। ବିଭିନ୍ନ ଜେଲରେ ୮୬୨ଟି ପଦବୀ ଖାଲି ପଡ଼ିଥିବା ଏକ ଲିଖିତ ଉତ୍ତରରେ ଗୃହ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ଖାଲିଥିବା ପଦବୀ ପୂରଣ ପାଇଁ ନୂତନ ଚଜୟନ ଓ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Potato crisis: ରାଜ୍ୟରେ ଆଳୁ ଯନ୍ତ୍ରଣା ଲାଗି ରହିଛି। ଭୁବନେଶ୍ୱରରେ ବେଆଇନ ଭାବେ ଆଳୁ ଗଚ୍ଛିତ ରଖିବା ଏବଂ ଚଢ଼ା ଦରରେ ବିକ୍ରି କରିବା ଅଭିଯୋଗକୁ ଦେଖି ବିଏମ୍ସି ପକ୍ଷରୁ ବିଭିନ୍ନ ହାଟରେ ଚଢ଼ଉ କରାଯାଇଛି। ଏହା ସହ ରାଜ୍ୟ ସରକାର ଆଳୁ ଆଣିବା ପାଇଁ ଉତ୍ତର ପ୍ରଦେଶ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି। ଅପରପକ୍ଷେ ପଶ୍ଚିମବଙ୍ଗର ଶୀତଳ ଭଣ୍ଡାରରୁ ଆଳୁ ଓଡ଼ିଶା ପଠାଇବାକୁ ସେଠାକାର ବ୍ୟବସାୟୀ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଚାପ ପକାଇଛନ୍ତି।
37% allocations are spent : ବିଭିନ୍ନ ବିଭାଗକୁ ଦିଆଯାଇଥିବା ବଜେଟ୍ ଆବଣ୍ଟନରୁ ମାତ୍ର ୩୭ ପ୍ରତିଶତ ଖର୍ଚ୍ଚ ହୋଇପାରିଛି। ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ଆଉ ଅଳ୍ପ କିଛି ମାସ ଥିବା ବେଳେ ବିଭିନ୍ନ ବିଭାଗ ପାଇଁ ଖର୍ଚ୍ଚର ନୀତି ପ୍ରସ୍ତୁତ କରାଯାଇ ନପାଇବା କ୍ଷୋଭର ବିଷୟ ବୋଲି କହିଛନ୍ତି ବିରୋଧୀ ଦଳର ବିଧାୟକ।
Birth rate declining: ରାଜ୍ୟରେ ଜନ୍ମହାର ପ୍ରତିବର୍ଷ ହ୍ରାସ ପାଉଛି। ନମୁନା ପଞ୍ଜିକରଣ ସର୍ଭେ ଅନୁସାରେ ୨୦୨୦ ସୁଦ୍ଧା ରାଜ୍ୟରେ ଜନ୍ମ ହାର ୧୭.୭ ପ୍ରତିଶତ। ଏହି ସମୟରେ ଜାତୀୟ ସ୍ତରରେ ଜନ୍ମହାର ୧୯.୫ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ ୨୮ଟି ରାଜ୍ୟ ମଧ୍ୟରୁ ଆମ ରାଜ୍ୟ ଜନ୍ମ ହାରରେ ୧୯ତମ ସ୍ଥାନରେ ରହିଛି।
Two Culprits escaped after court verdict: ଜଜ୍ଙ୍କ ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଜାମିନ୍ରେ ଥାଇ ଦୁହେଁ ନବରଙ୍ଗପୁର କୋର୍ଟରେ ହାଜର ହୋଇଥିଲେ। ମାମଲାର ବିଚାର ପରେ କୋର୍ଟ ସେମାନଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ଏହାପରେ ଅଭିଯୁକ୍ତ ୨ଜଣ ପୋଲିସକୁ ଚକମା ଦେଇ ସେଠାରୁ ଖସି ପଳାଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ହରିୟାଣା ମେୱ।ତ ଜିଲାର ସାକିଲ ଖାନ ଓ ସାହାରୁଖ ଖାନ।
Also Read- Mustard leaves benefits: ଶୀତ ଦିନେ ଖାଆନ୍ତୁ ସୋରିଷ ଶାଗ, ଦୂର ହେବ ବଡ଼ ରୋଗ !
Also Read- Uber Shikara: ଜଳ ପରିବହନ ସେବା ଆରମ୍ଭ କଲା ଉବେର, ଡାଲ ହ୍ରଦରେ ବୁକିଂ ଆରମ୍ଭ