Top 10 News Today | Afternoon | H1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଓଡ଼ିଶା ଆସିବେ। ସନ୍ଧ୍ୟାରେ କର୍ମୀ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖିବେ ଏବଂ ଭୁବନେଶ୍ୱରରେ ରାତ୍ରୀଯାପନ କରିବେ। ସକାଳେ ସେ ପୁରୀରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ପୁରୀରେ ଏକ ଭବ୍ୟ ରୋଡ୍‍ ଶୋ’ ଆୟୋଜନ କରାଯାଇଛି। ଶ୍ରୀ ମୋଦୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସାରିବା ପରେ ରୋଡ୍‍ ଶୋ କରିବା ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

 

H2. ଆଜି ରାଉରକେଲା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ। ଅପରାହ୍ଣ ସାଢ଼େ ତିନିଟାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଛି। ସେଠାରେ ରୋଡ୍‍ ଶୋ ଆୟୋଜନ କରାଯାଇଛି। ରାଉରକେଲାରେ ବିଜେପି ପ୍ରାର୍ଥୀଙ୍କୁ ବିଜୟ କରିବା ତଥା ସୁନ୍ଦରଗଡ଼ ଆସନରେ ବିଜେପି ପ୍ରାର୍ଥୀଙ୍କୁ ପୁଣିଥରେ ସାଂସଦ କରାଇବା ଲାଗି ଭୋଟ ଦେବାକୁ ଅନୁରୋଧ କରିବେ ଅମିତ ଶାହ। 

 

H3. ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ରହିଛନ୍ତି। ଦୁଇଟି ନିର୍ବାଚନୀ ସଭାରେ ସେ ଯୋଗ ଦେଇ ବିଜେଡିକୁ ଦୁଇଥର ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଏହାସହ ଶ୍ରୀ ପଟ୍ଟନାୟକ ବିଡ଼ି ଶ୍ରମିକଙ୍କ ଲାଗି ସ୍ୱତନ୍ତ୍ର ପ୍ୟାକେଜ୍‍ କଥା କହିଛନ୍ତି। ବିଜେଡି କ୍ଷମତାକୁ ଆସିଲେ ବିଜୁଳି ବିଲ୍‍ ଛାଡ଼ ସାଙ୍ଗକୁ ସମସ୍ତଙ୍କୁ ବିଏସ କେଓ୍ୱାଇ  ଏବଂ ବିଡ଼ି ଶ୍ରମିକଙ୍କ ଲାଗି ନୂଆ ପ୍ୟାକେଜ୍‍ ଘୋଷଣା କରାଯିବ ବୋଲି କହିଥିଲ। 

 

H4. ଗଞ୍ଜାମ ଜିଲ୍ଲା ଆସ୍କା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲିକୋଟରେ ଘଟିଥିବା ନିର୍ବାଚନୀ ହିଂସା ଓ ପରବର୍ତ୍ତୀ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି। ବୈଜ୍ଞାନିକ, ଫରେନ୍ସିକ୍‍ ଓ ଡିଜିଟାଲ୍‍ ଆଧାରରେ ଏହି ଘଟଣାର ତନ୍ତ ହେବ ଏବଂ ୩୦ ଦିନ ଭିତରେ ରିପୋର୍ଟ ଦେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ୨୦ ତାରିଖରେ ଭୋଟ ଦେବାକୁ ଯାଉଥିବା ଖଲିକୋଟରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଜଣେ ଏଡିଜି ପାହ୍ୟାର ଅଧିକାରୀ ନିୟୋଜିତ ହେବେ।

 

H5. ଅନ୍ୟ ପକ୍ଷରେ ଗଞ୍ଜାମକୁ ଅପରାଧର ଚରାଭୂଇଁ ବୋଲି ଅଭିହିତ କରିଛନ୍ତି ବିଜେପି ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ  ପୀତାମ୍ବର ଆଚାର୍ଯ୍ୟ। ବିଗତ ୨୪ ବର୍ଷ ହେଲା ମୁଖ୍ୟମନଦ୍ତ୍ରୀ ସେଠାରୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ସେଠାରେ ଅପରାଧିଙ୍କ ଆଡ୍ଡା ସୃଷ୍ଟି କରିଛନ୍ତି। ଏଣୁ ଖାଲି ଦୁଃଖ ପ୍ରକାଶ କରିବା ନୁହେଁ ସେ ଗଞ୍ଜାମବାସୀଙକ୍ ପାଖରେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି।  ଗଞ୍ଜାମରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କିପରି ପ୍ରଦୀପ ପାଣିଗ୍ରାହୀ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ସେଥିଲାଗି ତାଙ୍କ ଉପରେ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି।   ସେହିପରି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ  ଉପରେ ମଧ୍ୟ ବିଜେଡିର  ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।  ଖଲିକୋଟରେ ବିଜେପି କର୍ମୀଙ୍କୁ ମଧ୍ୟ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି। ଏହାର ଜବାବ ଗଞ୍ଜାମବାସୀ ଭୋଟ ମାଧ୍ୟମରେ ଦେବେ ବୋଲି ସେ କହିଛନ୍ତି। 

 

H6. ନିଆଳିରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ, ପୁଅ ନୁହେଁ ମା’ ହେଲେ ପ୍ରାର୍ଥୀ। ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିଲେ ମଧ୍ୟ ପ୍ରାର୍ଥୀ ଠିକ୍‍ କରିପାରୁନି କଂଗ୍ରେସ। ଆଜି ନିଆଳିର ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇଛି ଦଳ। ଗୀତାଞ୍ଜଳୀ ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ। ପୂର୍ବରୁ ଜ୍ୟୋତିଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏବେ କଂଗ୍ରେସ ତାଙ୍କ ମା’ଙ୍କୁ ପ୍ରାର୍ଥୀ ଘୋଷଣା କରିଛି। 

 

H7. ବାରିପଦାରେ  ଏକ କଲରାପତରିଆ ବାଘକୁ ଧରିଛି ବନବିଭାଗ। ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ଏକ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ। ବୁଢ଼ିଖମାରୀ ସାହିରେ ଜଙ୍ଗଲ ବିଭାଗ ବିଶେଷଜ୍ଞ ମାନ ବାଘକୁ ଟ୍ରାଙ୍କୁଲାଇଜର ଦ୍ୱାରା ଅଚେତ କରିଥିଲେ। ଏହାପରେ ତାକୁ କାବୁ କରି  ଜଙ୍ଗଲକୁ ନେଇଥିବା ସୂଚନା ମିଳିଛି। 

 

H8. ମଥୁରାରୁ ଦୁଇଥର ସାଂସଦ ହୋଇ ତୃତୀୟଥର ପାଇଁ ଲଢ଼ୁଥିବା ହେମାମାଳିନୀ କମ୍‍ ଭୋଟିଂକୁ ଚିନ୍ତାର କାରଣ ବୋଲି କହିଛନ୍ତି। ଏଣୁ ଭୋଟ୍‍ ଦେବାକୁ ସେ ସମସ୍ତ ନାଗରିକଙ୍କୁ ଆହ୍ୱାନ କରିଛନ୍ତି। ଓଡ଼ିଶାରେ ୭୫ ପ୍ରତିଶତରୁ କମ୍‍ ଭୋଟ ଯେମିତି ନହେବ ସେଥିପ୍ରତି ଯତ୍ନବାନ ହେବାକୁ ସେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ କହିଛନ୍ତି। 

 

H9. ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଚାବି ପାଣ୍ଡିଆନଙ୍କ ପାଖରେ ରହିଛି। ୧୦ ଜୁନ୍‍ ସୁଦ୍ଧା ନଦେଲେ ପାତାଳକୁ ଯାଇ ବିଜେପି ତାକୁ କାଢ଼ି ଆଣିବ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା। ଗଞ୍ଜାମର କବିସୂର୍ଯ୍ୟ ନଗରରେ ଏକ ନିର୍ବାଚନୀ ସଜସଭାରେ ସେ ଏହା କହିଛନ୍ତି। ଏହାଛଡ଼ା ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯିବ ବୋଲି ସେ କହିଛନ୍ତି। ଯେଉଁଠି ବିଜେପି ସରକାର ରହିଛି ସେଠାରେ କୃଷକଙ୍କୁ ବହୁତ ଫାଇଦା ମିଳିଛି। ଛତିଶଗଡ଼ରେ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‍ ମିଳୁଛି। ଏଠାରେ ୨୧୦୦ ଟଙ୍କା ମିଳୁଛି। ଏହା ସହ କଟନୀ ଛଟନୀ ରହିଛି।  ଯଦି ବିଜେପି ସରକାର ଛତିଗଡ଼ରେ ଏହା କରିପାରୁଛି ତେବେ ଏଠାରେ କହାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।

 

H10.   ରାଜ୍ୟକୁ ପୁଣିଥରେ ତାତି ଫେରିଛି। ଆସନ୍ତା ୪ରୁ ୫ ଦିନ ଯାଏ ଏପରି ତାପମାତ୍ରା ବୃଦ୍ଧି ଜାରି ରହିବ। ସାଧାରଣ ତାପମାତ୍ରାଠୁ ୨ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।