Top 10 News Today | afternoon| 25 April 2024: H1. ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅନ୍ତର୍ଗକ ପଢେଲ ବନ୍ଧ ନିକଟ ଜଙ୍ଗଲରେ ପୁଲିସ ଓ ନକ୍ସଲ ଗୁଳି ବିନିମୟ ହୋଇଛି। ଏଥିରେ ୨ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ଜଙ୍ଗଲରେ ନକ୍ସଲ ଲୁଚି ରହି କିଛି ଷଡ଼ଯନ୍ତ୍ର କରୁଥିବା ସୂଚନା ପୁଲିସ ପାଖରେ ପହଞ୍ଚିଥିଲା। ପୁଲିସ ଓ ଏସ୍‍ଓଜି ବାହିନୀ ମିଳିତ ଅପରେସନ୍‍ ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି  ଗୁଳି ବିନିମୟ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

H2. ସାରା ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅପରାହ୍ଣ ସାଢ଼େ ଦୁଇଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧ଼ିକ ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଏବଂ ସମ୍ବଲପୁରଠାରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। 


H3. ଆସନ୍ତା ୫ ଦିନ ଯାଏ ପାଣିପାଗ ବିଭାଗ ସାରା ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରିଛନ୍ତି। ତାପମାତ୍ରା ୪୫ ଡିଗ୍ରୀ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଇଛି। ଏହା ସହ ସାତ ଦିନ ଯାଏ ଓଡ଼ିଶାର କୌଣସି ସ୍ଥାନରେ ବର୍ଷା ବା କାଳ ବୈଶାଖୀର ଆଶଙ୍କା ନଥିବା କୁହାଯାଇଛି। 


H4. ବିଜେପିର ମୁଖ୍ୟ ରଣନୀତିକାର ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟରେ ପ୍ରଚାର ଆରମ୍ଭ କରିବେ। ସୋନପୁରର ରାମେଶ୍ୱରରମ୍‍ ଷ୍ଟାଡିୟମରେ ଆୟୋଜନ କରାଯାଇଛି। ଅପରାହ୍ଣ ୪ଟା ୪୫ରେ ହେବ ସଭା। ଏଥିରେ ପଶ୍ଚିମାଞ୍ଚଳର ୩ ଲୋକସଭା ଆସନର ନେତା ଓ କର୍ମୀ ଏକାଠି ହୋଇଛନ୍ତି।  ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ନେଇ ଓଡ଼ିଶାରେ ବିଜେପିର ଲଢ଼େଇ ହେବ ବୋଲି ପର୍ବରୁ ଶ୍ରୀ ଶାହ ସୂଚନା ଦେଇଛନ୍ତି। ଏଣୁ ସେ ଏଥର କ’ଣ କହିବେ, କେମିତି ବିଜେଡିକୁ ରାଜନୀତିକ ଜବାବ ଦେବେ ତାହା ଉପରେ ନଜର ରହିଛି। 


H5. ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ। ନୟାଗଡ଼ ବନଖଣ୍ଡରୁ କାଠ ଆସିଛି। ଏଥିରେ ୨୩ ଖଣ୍ଡ ଆସନ ଓ ୪୦ ଖଣ୍ଡ ଧଉରା କାଠ ପହଞ୍ଚିଛି। ମେ ୧୦ ତାରିଖ ଅକ୍ଷୟ ତୃତୀୟାରୁ ବିଧିବଦ୍ଧ ଭାବେ  ରଥକାର୍ଯ୍ୟ ଆରମ୍ଭ ହେବ।   ଜୁଲାଇ ୭ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। 


H6. ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧିଙ୍କୁ  ନିର୍ବାଚନ କମିଶନଙ୍କ ନୋଟିସ ଜାରି ହୋଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଏହି ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ। ୨୯ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ରହିଛି। 


H7. ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।   ୧୩ ରାଜ୍ୟର ୮୯ ଆସନ ଲାଗି ଏଥର ଭୋଟ୍‍ ଗ୍ରହଣ କରାଯିବ। ସମୁଦାୟ ୧୨୦୬ ଜଣ ପ୍ରାର୍ଥୀ ଏଥିରେ ନିଜ ଭାଗ୍ୟ ପରୀକ୍ଷା କରିବେ। ରାହୁଲ ଗାନ୍ଧି, ଶଶୀ ଥରୁର, ହେମା ମାଳିନୀ, ଓମ୍‍ ବିର୍ଲାଙ୍କ ଭଳଳି ହାଇପ୍ରୋଫାଇଲ୍‍ ପ୍ରାର୍ଥୀଙ୍କ ନାଁ ଏହି ପର୍ଯ୍ୟାୟ ଭୋଟଗ୍ରହଣରେ ସାମିଲ ରହିଛି।


H8. ବିଜେଡି ରଣନୀତିକାର ଭିକେ ପାଣ୍ଡିଆନ୍‍ ପଟାଙ୍ଗୀ ଓ  ଲକ୍ଷ୍ମୀପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ବିରୋଧୀ ଦଳକୁ ଇଙ୍ଗିତ କରି ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଦେଖି ବିରୋଧୀଙ୍କ ନିଦ ହଜି ଯାଇଛି। ମିଶନଶକ୍ତି ମା’ ମାନଙ୍କୁ ଦୁବାଇ ଯିବା ବନ୍ଦ କରିବା ପ୍ରଭୃତି ବିଷୟକୁ ନେଇ ବିରୋଧୀଙ୍କୁ ଆକ୍ଷେପ କରିଥିଲେ ପାଣ୍ଡିଆନ୍‍। ଏହାସହ ବିଜେପି ଓ କଂଗ୍ରେସ ଛାଡ଼ି ଆସିଥିବା ଅନେକ କର୍ମୀଙ୍କୁ ସେ ଦଳରେ ସାମିଲ୍‍ କରିଥିଲେ। 


H9. ଲୋକସଭା ନିର୍ବାଚନକୁ ଆଖିରେ ରଖି ପଶ୍ଚିମ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ନିର୍ବାଚନ ଟ୍ରେନ୍‍ ପରିଚାଳନା କରାଯିବ। ଏହି ସମୟରେ ଲୋକଙ୍କ ଯାତାୟାତ ବୃଦ୍ଧିକୁ ଆଖିରେ ରଖି ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। 


H10. ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ପରି ୪ ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ଏହି ଅଧୀନରେ ଥିବା ୨୮ ଲୋକସଭା ମଣ୍ଡଳୀ ଲାଗି ଆଜି ଅବଶିଷ୍ଟ ପ୍ରାର୍ଥୀ ନିଜର ପ୍ରାର୍ଥପତ୍ର ଦେଖଲ କରିବେ। ଆଜି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭାବେ ପ୍ରଦୀପ ପାଣିଗ୍ରହୀ ନିଜ ନାମାଙ୍କନ ଦାଖଲ କରିଛନ୍ତି।