1- Kartika Brata: ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ : ହିନ୍ଦୁ ଧର୍ମର ପବିତ୍ର ମାସ ଭାବରେ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି। ଏହି କ୍ରମରେ ରାଜ୍ୟର ବିଭିନ୍ନ ବିଷ୍ଣୁ ପୀଠରେ ଶ୍ରଦ୍ଧାଳୁମାନେ ହବିଷ୍ୟବ୍ରତ ପାଳନ କରନ୍ତି। ପୁରୀରେ ଏଥିନେଇ ଅନେକ ଭକ୍ତଙ୍କ ସମାଗମ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟବ୍ରତ ପାଳନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ରହିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବନ୍ଦୋବସ୍ତକୁ ଆଜି ସନ୍ଧ୍ୟାରେ ଉନ୍ମାଚନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। 


COMMERCIAL BREAK
SCROLL TO CONTINUE READING

2- Super Cyclone: ମହାବାତ୍ୟା ଦିବସ: ୧୯୯୯ ମସିହାର ଆଜିର ଦିନ ସାରା ପୃଥିବୀକୁ ସ୍ତବ୍ଧ କରିଥିଲା। ଓଡ଼ିଶା ଉପକୂଳରେ ମାଡ଼ ହୋଇଥିବା ଭୟଙ୍କର ମହାବାତ୍ୟାରେ ରାଜ୍ୟରେ ୧୦ ହଜାର ଲୋକଙ୍କ ପ୍ରାଣ ହାନୀ ହୋଇଥିବାବେଳେ ଅନେକ ନିଜର ଭିଟାମାଟି ହରାଇଥିଲେ। ଏହିଦିନକୁ ରାଜ୍ୟସ୍ତରରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଥିବାବେଳେ ଜାତୀୟ ସ୍ତରରେ ବିପର୍ଯ୍ୟୟ ହ୍ରାସ ଦିବସ ଭାବେ ପାଳନ କରାଯାଉଛି। 


3-Odisha Weather Update: ଏବର୍ଷ ଶୀତ କମ୍‍: ଚଳିତବର୍ଷ ଭାରତ ସମେତ ଦକ୍ଷିଣ ଏସିଆର ବିଭିନ୍ନ ପ୍ରାନ୍ତରେ କମ୍‍ ଥଣ୍ଡା ଅନୁଭୂତ ହେବ। ଶୀତ ଋତୁର ଏଭଳି ପରିବର୍ତ୍ତନକୁ ଆକଳନ କରିଛି ଦକ୍ଷିଣ ଏସିଆ ଜଳବାୟୁ ଆଉଟ୍‍ଲୁକ୍‍ ଫୋରମ୍‍ ( ଏସ୍‍ଏଏସ୍‍ସିଓଏଫ୍‍)। ଡିସେମ୍ବର ଯାଏ ଏପରି ପାଗ ରହିବ। ବିଶଷକରି ଦକ୍ଷିଣ ଏସିଆର ଉଭୟ ରାତି ଓ ଦିନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ଅଧିକ ରହିବ। ବିଶେଷକରି ଭାରତର ପଶ୍ଚିମ ଉପକୂଳ ଏବଂ ଦକ୍ଷିଣ ଭାରତରେ ଏଭଳି ପାଣିପାଗ ଏବର୍ଷ ଦେଖିବାକୁ ମିଳିବ। କିନ୍ତୁ ଭାରତର ଉତ୍ତର ପୂର୍ବ ଓ ଉତ୍ତର ଭାରତରେ ସ୍ୱଭାବିକ ଶୀତ ରହିବ ବୋଲି ଫୋରମ ପକ୍ଷରୁ କୁହାଯାଇଛି। 


4-Odisha Weather: ପହିଲାରୁ ବର୍ଷା: ରାଜ୍ୟକୁ ପୂର୍ବାଳୀ ପବନ ପ୍ରବାହିତ ହେବାକୁ ଥିବାରୁ ଆସନ୍ତା ୧ ତାରିଖରୁ ୩ ତାରିଖଯାଏ ଦକ୍ଷିଣାଞ୍ଚଳର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଖାଲି ସେତିକି ନୁହେଁ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହାରାହାରି ତାପମାତ୍ରା ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି।


5-JEE Syllabus:ଆସନ୍ତା ସପ୍ତାହରେ ଜେଇଇ ସିଲାବସ୍‍: ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନ୍‍ଟିଏ) ପକ୍ଷରୁ ଆସନ୍ତା ସପ୍ତାହରେ ଜେଇଇ ତାରିଖ ଘୋଷଣା କରିପାରେ। ଏହାସହ ପରୀକ୍ଷା ଆବେଦନ ଓ ଫଳପ୍ରକାଶନ ତାରିଖ ସହ ସିଲାବସ୍‍ ବି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏଥର ସିଲାବସ୍‍ ପରୀକ୍ଷାର୍ଥୀଙ୍କ ଲାଗି ହାଲୁକା ହେବା ଆଶା ରହିଛି। ବିଭିନ୍ନ ରାଜ୍ୟ ବୋର୍ଡରେ କୋଭିଡ୍‍ ସମୟରେ ହ୍ରାସ କରାଯାଇଥିବା ପାଠ୍ୟକ୍ରମମୁ ପରବର୍ତ୍ତୀ ସମୟରେ ସ୍ୱଭାବିକ କରାଯାଇ ନଥିବାରୁ ତାହାକୁ ଧ୍ୟାନରେ ରଖି ଏନ୍‍ଟିଏ ଏଭଳି ନିଷ୍ପତ୍ତି ନେଇପାରେ ବୋଲି ଆଶା କରାଯାଇଛି।


6-  Bhubaneshwar to Goa Flight Service: ଓଡ଼ିଶା ସହ ସିଧାସଳଖ ଯୋଡ଼ି ହେବ ଗୌହାଟୀ । ଆଜିଠାରୁ ଚାଲିବ ଡାଇରେକ୍ଟ ଫ୍ଲାଇଟ୍ । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବାକୁ ଯାଉଛି ଓଡ଼ିଶା ।


7- Gajalaxmi Puja: ଢେଙ୍କାନାଳରେ ଆରମ୍ଭ ହୋଇଛି ଧନଧାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ।  ନବବଧୂ ବେଶରେ ସଜେଇ ହୋଇଛି ସହର। ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଦର୍ଶନ ଦେବେ ମା’ ଗଜଲକ୍ଷ୍ମୀ। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ପୂଜା କମିଟି ଦିନରାତି ଏକକରି ଲାଗିପଡିଛନ୍ତି ।


8-Israel-Palestine War: ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏୟାର ଷ୍ଟାଇକ୍ କରିବା ପରେ ଗତ ଶୁକ୍ରବାର ଠାରୁ ଗାଜାର ଉତ୍ତରାଞ୍ଚଳରେ ଗ୍ରାଉଣ୍ତ ଅପରେସନ୍ ଆରମ୍ଭ କରିଛି ଇସ୍ରାଏଲ୍ ସେନା। ତେବେ, ଶୁକ୍ରବାର ସଂନ୍ଧ୍ୟାରୁ ଶନିବାର ମଧ୍ୟରେ ପ୍ରାୟ ୩୭୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ପୋଲେଷ୍ଟାଇନ୍ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। 


9-Mann Ki Baat: ଆଜି ପ୍ରଧାନମନ୍ତ୍ରୀଙ୍କ 106ତମ ମନ୍ କି ବାତ୍ ମାସିକ ରେଡିଓ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 


10-ଆଜି ଭାରତ ବନାମ ଇଂଲଣ୍ଡ: ବିଶ୍ୱକପ୍‍ କ୍ରିକେଟର ୨୯ତମ ମ୍ୟାଚରେ ଭାରତ ବିପକ୍ଷରେ ଇଂଲଣ୍ଡ ଖେଳିବ। ଲକ୍ଷ୍ନୌର ଏକଣା ସ୍ପୋର୍ଟସ୍‍ ସିଟି ଷ୍ଟାଡିୟମରେ ଏହି ମ୍ୟାଚ୍‍ ଖେଳାଯିବ। ସେମିରେ ନିଜସ୍ଥାନକୁ ସୁରକ୍ଷିତ କରିବା ତଥେ ନିଜର ଅପରାଜେୟ ଯାତ୍ରାକୁ ନିରନ୍ତର ରଖିବା ଲାଗି ଭାରତକୁ ଏହି ମ୍ୟାଚ୍ ବିଜୟ ଆବଶ୍ୟକ। ସେହିପରି ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‍ ନିଜର ପ୍ରତିଭାକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେବ। କାରଣ ଇଂଲଣ୍ଡ ୫ଟିରୁ ମାତ୍ର ୪ଟି ମ୍ୟାଚରେ ବିଜୟ ଲାଭ କରିଛି।