1. ନେପାଳରେ ଶକ୍ତିଶାଳୀ ଭୂକମ୍ପ, ୬୯ ମୃତ: ନେପାଳର ପଶ୍ଚିମ ପ୍ରାନ୍ତ ଶକ୍ତିଶାଳୀ ଭୂକମ୍ପ ହେତୁ ପ୍ରଭାବିତ ହୋଇଛି। ଗତକାଲି ରାତିର ଏହି ଝଟକାରେ ପ୍ରାୟ ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଘର ଓ ପ୍ରତିଷ୍ଠାନ ଧ୍ୱଂସ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସରକାରୀ ତଥ୍ୟ ଅନୁସାରେ ଏହି ଭୂକମ୍ପର ତୀବ୍ରତା ୬.୪ ଥିଲା। ଏହାର କେନ୍ଦ୍ରସ୍ଥଳ ଜଜାର କୋଟଠାରେ ଥିବା କୁହାଯାଇଛି।  ଏହାର ପ୍ରଭାବରେ ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ ସମେତ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ହରିୟାଣାର ବିଭିନ୍ନ ଅଞ୍ଚଳ ଏଥିରେ ପ୍ରଭାବିତ ହୋଇଛି। 


COMMERCIAL BREAK
SCROLL TO CONTINUE READING

2 : ଆଜି (ଶନିବାର) ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ (shree mandir management committee meeting)।  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ (Puri Gajapati Maharaja Dibyasingha Deb )  ଅଧ୍ୟକ୍ଷତାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସୁଛି।


3.ଡିସେମ୍ବର ୧୫ ତାରିଖ ସୁଦ୍ଧା ଶ୍ରୀଜଗନ୍ନାଥ ପ୍ରକଳ୍ପ: ଡିସାମ୍ବର ୧୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ଲାଗି ସରକାର ପ୍ରସ୍ତୁତ ହୋଇଛନ୍ତି। ଏହି କ୍ରମରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‍ ଆଜି ପୁରୀ ଗସ୍ତରେ ଯାଇ ପୁଣିଥରେ ପ୍ରକଳ୍ପ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି। ମଠଗୁଡ଼ିକର ପୁନରୁଦ୍ଧାର କରିବା ଲାଗି ଏହି ଅବସରରେ ଶ୍ରୀ ପାଣ୍ଡିଆାନ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଶ୍ରୀମନ୍ଦିର, ମଠ ଓ ପୁରୀର ଐତିହ୍ୟକୁ ଧ୍ୟାନରେ ରଖି ନିର୍ମାଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  


4.ଜାନୁୟାରୀ ୧୭ରେ ଶ୍ରୀଜଗନ୍ନାଥ ପ୍ରକଳ୍ପ: ବହୁ ପ୍ରତୀକ୍ଷିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବ। ଏହାର ନିର୍ମାଣକାର୍ଯ୍ୟକୁ ସମୀକ୍ଷା କରିବା ଅବସରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ ଏହା ପ୍ରକାଶ କରିଛନ୍ତି। ଆଡ଼ମ୍ବରପୂର୍ଣ୍ଣ ପୂଜା ସହ ଏହି ପ୍ରକଳ୍ପକୁ ଲୋକାରତପଣ କରାଯିବ ବୋଲି ସୂଚନା ମିଳିଛି। 


5. ୩ଦିନ ହେବ ସ୍ୱତନ୍ତ୍ର ପୂଜା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ପାଇଁ ତାରିଖ ସ୍ଥିର ହେବା ପରେ ନୀତି ସବ୍‍ କମିଟି ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ହାତକୁ ନେଇଛି। ଏହି ଉନ୍ମୋଚନ ଉତ୍ସବ ତିନିଦିନ ଧରି ହେବ। ଜାନୁୟାରୀ ୧୫ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଏଥିଲାଗି ଯଜ୍ଞ କାର୍ଯ୍ୟକ୍ରମ ହାତକୁ ନିଆଯିବ। ୧୭ ତାରିଖରେ ଗଜପତି ମହାରାଜା ଏହି ଯଜ୍ଞରେ ପୂର୍ଣ୍ଣାହୂତି ଦେବେ। 


6.ଆଦାନୀ ମାମଲାରେ ୨ ସାମ୍ବାଦିକଙ୍କୁ ଆଶ୍ୱସ୍ତି: ଆଦାନୀ ଗ୍ରୁପ୍‍ର ଷ୍ଟକ୍‍ ଜାଲିଆତି ମାମଲାରେ ରିପୋର୍ଟ ଛାପିଥିବା ଦୁଇ ସାମ୍ବାଦିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମ୍‍କୋର୍ଟ। ତାଙ୍କ ବିରୁଦ୍ଧରେ ଗୁଜରାଟ ପୁଲିସ ମାମଲା ରୁଜୁ କରି ହାଜର ହେବାକୁ ସମନ୍‍ ପଠାଇଥିଲା। ରାଜ୍ୟ ପୁଲିସ ତାଙ୍କୁ ହଇରାଣ କରୁଥିବା ନେଇ ସମ୍ପୃକ୍ତ ଦୁଇ ସାମ୍ବାଦିକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 


7.ସବୁ କଲେଜରେ ଏନ୍‍ଏସ୍‍ଏସ୍‍: ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆରମ୍ଭ କରାଯାଇଥିବା ଜାତୀୟ ସେବା ଯୋଜନା ( ଏନ୍‍ଏସ୍ଏସ୍‍)କୁ ରାଜ୍ୟର ସବୁ କଲେଜକୁ ସମ୍ପ୍ରସାରିତ କରାଯିବ। ଯୁବା ପିଢ଼ିଙ୍କ ମନରେ ସେବା ଭାବନା ଜାଗ୍ରତ କରିବା ଲାଗି ଏହି ଯୋଜନାକୁ ଲାଗୁ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ୨୫ଟି ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ କଲେଜରେ ୧୨୪୧ଟି ଏନ୍‍ଏସ୍‍ଏସ୍‍ ୟୁନିଟ୍‍ କାର୍ଯ୍ୟ କରୁଛି। ଏଥିରେ ୧ଲକ୍ଷ ୨୪ ହଜାରରୁ ଅଧିକ ସ୍ୱେଚ୍ଛାସେବକ ରହିଛନ୍ତି। 



8 .ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ: ଆଜିଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ ହେବ। ୧୭ ନଭେମ୍ବର ଯାଏ ଏହି ଆବେଦନ କରାଯାଇପାରିବ। ଏହାସହ ଶିକ୍ଷାନୁଷ୍ଠାନ, ଗ୍ରାମ ପଞ୍ଚାୟତ, ଶିକ୍ଷାଧିକାରୀ, ଛାତ୍ରଛାତ୍ରୀ ପ୍ରଭୃତି ୧୪ଟି ବର୍ଗରେ ପୁରସ୍କାର ପାଇଁ ଆବେଦନ କରିପାରିବେ। 


9. କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଓଲିଉଡ୍ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଅଭିଯୋଗରେ ତନାଘନା ତଦନ୍ତ କରୁଛି ଭୁବନେଶ୍ବର ଖାରବେଳନଗର ଥାନା ପୋଲିସ । ଆଜି ଥାନାରେ ହାଜର ହେଇ ପାରନ୍ତି ଟୁଟୁ ନାୟକ । ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବ । ଏଥିପାଇଁ ଖାରବେଳନଗର ଥାନା ପୋଲିସ ତାଙ୍କୁ ଯୋଗାଯୋଗ କରିଥିବା ସୂଚନା ମିଳିଛି । 


10.ପଶ୍ଚିମା-ଝଡ ଏବଂ ପୂର୍ବାଳୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ଲାଗି ରହିଛି । ପାରାଦ୍ୱୀପ ରାଡ଼ାରରୁ ମିଳୁଥିବା ସୂଚନା ଅନୁଯାୟୀ  କେନ୍ଦୁଝର ଏବଂ  ମୟୁରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ତୀବ୍ର  ବୃଷ୍ଟିପାତ ଲାଗିରହିଛି ।