1.ଆଜିର ଦିନଟିକୁ ଭାରତରେ ଜାତୀୟ କନ୍ୟା ଶିଶୁ ଦିବସ ଭାବେ ପାଳନ କରାଯାଉଛି। କନ୍ୟା ଶିଶୁର ଅଧିକାର ତଥା ସମାଜରେ ଝିଅମାନଙ୍କ ସଶକ୍ତିକରଣ ଲାଗି ପଦକ୍ଷେପ ମନେ ପକାଇବାକୁ ଏହି ଦିବସଟି ଉଦ୍ଦିଷ୍ଟ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆସନ ଅଳଂକୃତ ହେବା ପରେ ଜାନୁୟାରୀ ୨୪କୁ କନ୍ୟା ଶିଶୁ ଦିବସ ଭାବେ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହା ପରେ ତାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଅଧିକାର ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥିଲେ। 
2.ଜାନୁୟାରୀ ୨୪ ତାରିଖକୁ ଭାରତରେ ଜାତୀୟ ସଂଗୀତ ଗ୍ରହଣ ଦିବସ ଭାବେ ପାଳନ କରାଯାଉଛି। ୧୯୫୦ ମସିହାର ଆଜିର ଦିନରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହାକୁ ସରକାରୀ ଭାବେ ଜାତୀୟ ସଂଗୀତ ଭାବେ ଗ୍ରହଣ କରାଯାଇଥିବା ଘୋଷଣା କରିଥିଲେ। ଏହି ସଂଗୀତକୁ ଜାତୀୟ ସଂଗୀତ ଭାବେ ଗ୍ରହଣ କରାଯିବାର ୪୦ ବର୍ଷ ପୂର୍ବରୁ ପ୍ରଥମେ ଡିସେମ୍ବର ୨୭ ୧୯୧୧ ମସିହାରେ କୋଲକତାର ବାବୁ ବଜାରରେ ଆୟୋଜିତ ଭାରତ ସଭାରେ  ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ଗାନ କରାଯାଇଥିଲା।   
3.ଶ୍ରୀରାମଲାଲାଙ୍କ ଦର୍ଶନ ଲାଗି ଆଜି ଦ୍ୱିତୀୟ ଦିନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦର୍ଶନ ଲାଗି ଆସୁଥିବା ବୃଦ୍ଧ ଓ ଦିବ୍ୟାଙ୍ଗଙ୍କୁ ଭିଡ଼ କମିଲେ ଆସିବାକୁ ଅନୁରୋଧ କରାଯାଇଛି। ମନ୍ଦିରର ଗର୍ଭଗୃହରେ ଖୋଦ୍‍  ଆଇନ ଶୃଙ୍ଖଳା ଡିଜି ପୁଲିସ ଭିଡ଼ ନିୟନ୍ତ୍ରଣରେ ରହିଛନ୍ତି। ସେ ସମୁଦାୟ ଭିଡ଼ ପରିଚାଳନା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି।  ୮ ହଜାର ପୁଲିସ କର୍ମୀ ସୁରକ୍ଷା କାର୍ଯ୍ୟରେ ମୁତ୍ତୟନ ଅଛନ୍ତି। ଗତକାଲି ପ୍ରବଳ ଭିଡ଼ ଯୋଗୁ ଅଧାରୁ ଦର୍ଶନ ବାତିଲ କରାଯାଇଥିଲା।
4.ଭୁବନେଶ୍ୱର ଓ ଉପକୂଳ ଓଡ଼ିଶାରେ ଗତକାଲି ମଧ୍‍ୟରାତ୍ରୀରୁ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ କୋହଲା ପାଗ ଦେଖିବାକୁ ମିଳିଛି।  ବିଭିନ୍ନ ସ୍ଥାନରେ ତାପମାତ୍ରା କମିବାରୁ ଶୀତ ପ୍ରକୋପ ମଧ୍ୟ ବଢ଼ିଛି।ଏହିଭଳି ପାଗ ଆସନ୍ତା ଦୁଇଦିନ ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 
5.କାନାଡ଼ାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାନାଡ଼ାର ଉତ୍ତରରେ ଥିବା ଏକ ଖଣିକୁ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଦ୍ୱାରା ୬ ଜଣ ଶ୍ରମିକଙ୍କ ପ୍ରାଣ ଯାଇଛି।  ଜଣେ ବର୍ତ୍ତି ଯାଇଛନ୍ତି। 
6.ବିଶିଷ୍ଟ ସମାଜସେବୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ।  ୭୫ତମ ସାଧାରଣତନ୍ତ୍ର ଦିବସ ତଥା ତାଙ୍କ ଜନ୍ମ ଶତବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଏପରି ଏକ  ବଡ଼ ଘୋଷଣା କରିଛନ୍ତି ଭାରତ ସରକାର। ରାଷ୍ଟ୍ରପତି ଭବନ ପକ୍ଷରୁ ତାଙ୍କୁ ମରୋଣତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଏହି ଘୋଷଣା କରାଯାଇଛି। ଏହାଦ୍ୱାରା ପଛୁଆ ବର୍ଗ ରାଜନୀତିରେ ବିଜେପିକୁ ଫାଇଦା ମିଳିବ ବୋଲି ଆଶା କରାଯାଇଛି।
7.ଭାରତରେ ସାଧାରଣ ନିର୍ବାଚନ ଏପ୍ରିଲ୍‍ ୧୬ରେ ହେବ ବୋଲି ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା ତାହାକୁ ସ୍ପଷ୍ଟ କରିଛନ୍ତି ଦିଲ୍ଲି  ମୁଖ୍ୟ ନିର୍ବାଚନ ଅଧିକାରୀ।  ସେ ଲେଖିଥିବା ଚିଠିରେ ଯେଉଁ ତାରିଖ ଉଲ୍ଲଖ କରାଯାଇଛି ତାହା ଏକ ଉଦାହରଣ ରୂପରେ ସୂଚିତ କରାଯାଇଥିବା ସେ କହିଛନ୍ତି।  ଯାହାକୁ ଅନ୍ତମ ତାରିଖ ଭାବେ ଗ୍ରହଣ କରି ପ୍ରସ୍ତୁତ ରହିବାକୁ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। ପ୍ରକୃତ ନିର୍ବାଚନ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। 
8.ଉପାନ୍ତ ଅଞ୍ଚଳରେ ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଔଷଧ ଓ ସ୍ୱାସ୍ଥ୍ୟ ଉପକରଣ ପହଞ୍ଚାଇବା ପାଇଁ ଡ୍ରୋନ୍‍ ବ୍ୟବହାର କରିବାକୁ ପରୀକ୍ଷଣ କରିଛନ୍ତି ଭୁବନେଶ୍ୱର ଏମ୍ସ। ପ୍ରଥମଥର ଏହି ପରି ପରୀକ୍ଷଣ ସଫଳ ହୋଇଛି ବୋଲି କୁହାଯାଇଛି। ଏହାଦ୍ୱାରା ଉପାନ୍ତ ଅଞ୍ଚଳର ଡାକ୍ତରଙ୍କୁ ଆବା୍ୟକ ମେଡିସିନ୍‍ ଠିକଣା ସମୟରେ ପହଞ୍ଚାଯାଇପାରିବ। 
9.ପେଟ୍ରାଲ୍‍ ଦର ହ୍ରାସ ହେବାର ସମ୍ଭାବନା ଦେଖା ଦେଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲ୍‍ ବ୍ୟାରେଲ୍‍ ପିଛା ୮୦ ଡଲାରରେ ପହଞ୍ଚିଛି। ଏଣୁ ବଜାରରେ ଏହି ହ୍ରାସକୁ ଦେଖି ମୂଲ୍ୟ କମ୍‍ ହୋଇପାରେ। ନିର୍ବାଚନ ବର୍ଷ ଥିବାରୁ ଠିକଣା ସମୟରେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 
10.ବିଶିଷ୍ଟ ଐତିହାସିକ ତଥା ଜର୍ମାନୀ ନାଗରିକ ହରମାନ କୁଲକେ ଓଡ଼ିଶା ଆସିବେ। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସେ ଅତିଥି ଭାବେ ଯୋଗ ଦେବା ସମ୍ଭାବନା ରହିଛି। ୧୯୭୦ରୁ ୧୯୭୯ ମସିହା ଯାଏ ସେ ଓଡ଼ିଶାରେ ରହି ରାଜ୍ୟର ଇତିହାସ, କଳା ସଂସ୍କୃତି ବିଷୟରେ ଗବେଷଣା କରି ନୂଆ ନୂଆ ତଥ୍ୟ ଉନ୍ମୋଚନ କରିଥିଲେ। ଏହା ସହ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲା। ଭାରତ ସରକାର ଓ ଜର୍ମାନ ସରକାରଙ୍କ ଭିତରେ ହୋଇଥିବା ଚୁକ୍ତି ଅନୁସାରେ  ହୋଇଥିବା ଓଡ଼ିଶା ଗବେଷଣା ପ୍ରକଳ୍ପର ସେ ଥିଲେ ପ୍ରତିଷ୍ଠାତା।