Top 10 News Today | 2 April | Evening    


COMMERCIAL BREAK
SCROLL TO CONTINUE READING

1.AAP Leader Sanjay Singh Granted Bail: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି ନେତା ତଥା ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କୁ ଜମିନ ମିଳିବାକୁ ନେଇ କୌଣସି ଆପତ୍ତି ନାହିଁ ବୋଲି ଇଡ଼ି ପକ୍ଷରୁ କୁହାଯାଇଛି।


2.BJP Candidate List for 2024 Election Odisha: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ମଙ୍ଗଳବାର (ଅପ୍ରେଲ ୨) ବିଜେପି ପକ୍ଷରୁ କରାଯାଇଛି ପ୍ରାର୍ଥୀ ଘୋଷଣା। ଯଦିଓ ଦଳ ପୂର୍ବରୁ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ମଙ୍ଗଳବାର ବିଜେପି ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୧୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ବାକି ୩୫ ବିଧାନସଭା ଆସନ ଲାଗି ଯଥାଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେପି। 


3.Congress Candidate List for 2024 Election Odisha: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ମଙ୍ଗଳବାର (ଅପ୍ରେଲ ୨) କଂଗ୍ରେସ ପକ୍ଷରୁ କରାଯାଇଛି ପ୍ରଥମ ପ୍ରାର୍ଥୀ ଘୋଷଣା। ମଙ୍ଗଳବାର ଦଳ ରାଜ୍ୟର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ୪୯ ଏବଂ ୨୧ ଲୋକସଭା ଆସନ ମଧ୍ୟରୁ ୮ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ୨ ବିଧାନସଭା ଆସନ ମେଣ୍ଟ ସହଯୋଗୀ ଜେଏମଏମ-ସିପିଏମ ଲାଗି ଛାଡି଼ଛି।   


4.INDIA Alliance Members: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବଢିଯାଇଛି ବିରୋଧି ଇଣ୍ଡିଆ ମେଣ୍ଟ ଲାଗି ଚିନ୍ତା। ଦିଲ୍ଲୀ ହାଇକୋର୍ଟ ଇଣ୍ଡିଆ ମେଣ୍ଟର ନାମକରଣ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଏବଂ ଅନେକ ବିରୋଧି ଦଳଙ୍କୁ ଏନେଇ ଦାଖଲ ହୋଇଥିବା ପିଟିସନ ଉପର ଜବାବ ଦେବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଯେଉଁଥିରେ ବିରୋଧି "ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ" ମେଣ୍ଟର ସଂକ୍ଷିପ୍ତ ନାମ ପାଇଁ "ଇଣ୍ଡିଆ" ଶବ୍ଦର ବ୍ୟବହାରକୁ ବାରଣ କରିବାକୁ ଆବେଦନ କରାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଏବଂ ଜଷ୍ଟିସ ମନମିତ ପି.ଏସ ଆରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ  "ଇଣ୍ଡିଆ" ଶବ୍ଦର ବ୍ୟବହାରକୁ ବାରଣ କରିବାକୁ ନେଇ ହୋଇଥିବା ଆବେଦନ ଉପରେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରାଯିବା ଆବଶ୍ୟକ।


5.Indian Railways Revenue 2023-24: ରାଜସ୍ୱ ଆଦାୟରେ ରେକର୍ଡ ଭାଙ୍ଗିଛି ରେଳବାଇ। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ୨.୫୬ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ହାସଲ କରାଯାଇଥିବା ରାଜସ୍ୱ କ୍ଷେତ୍ରରେ ଏକ ନୂଆ ରେକର୍ଡ କରିଛି। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ରେଳବାଇର ରାଜସ୍ୱ ପରିମାଣ ୨.୪୦ ଲକ୍ଷ କୋଟି ଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ ଭାରତୀୟ ରେଳବାଇ ୨୦୨୪ ଆର୍ଥିକ ବର୍ଷରେ ୧୫୯୧ ମେଟ୍ରିକ ଟନ୍ ମାଲ ପରିବହନ କରିଥିଲା। ଗତ ୨୦୨୩ ଆର୍ଥିକ ବର୍ଷରେ ଯାହାର ପରିମାଣ (ମାଲ ପରିବହନ) ୧୫୧୨ ମେଟ୍ରିକ୍ ଟନ୍ ରହିଥିଲା।


6.Odisha Election 2024: ନିର୍ବାଚନ କାର୍ଯ୍ୟର ସୁପରିଚାଳନା ତଥା ଆଦର୍ଶ ଆଚରଣ ବିଧି ପାଳନ ଲାଗି ଆଜି ଭାରତୀୟ ନିର୍ବାଚନ ଆୟୋଗ ୨ ଜିଲ୍ଲାପାଳ ଏବଂ ୬ ବରିଷ୍ଠ ଆଇପିଏସ୍‍ ଅଧିକାରୀଙ୍କୁ ତୁରନ୍ତ ବଦଳି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଦର୍ଶାଯାଇଛି ଯେ ସେମାନଙ୍କୁ ନିର୍ବାଚନ ହେଉ ନଥିବା କୌଣସି ସ୍ଥାନକୁ ବଦଳି କରାଯାଉ। ସେମାନେ ହେଉଛନ୍ତି କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜ,  ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, କେନ୍ଦ୍ରାଞ୍ଚଳ ଆଇଜି ଆଶୀଷ କୁମାର ସିଂହ, ଅନୁଗୁଳ ଏସ୍‍ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍‍ପି ସର୍ବଣା ବିବେକ, ଖୋର୍ଦ୍ଦା ଏସ୍‍ପି ଯୁଗଳ କିଶୋର ବାନୋଥ, ସୁନ୍ଦରଗଡ଼ ଏସ୍‍ପି ଡ. କୁୱଁର ବିଶାଳ ସିଂହ ଏବଂ ରାଉରକେଲା ଏସ୍‍ପି ମିତ୍ରଭାନୁ ମହାପାତ୍ର। ଏହି ୬ ଅଧିକାରୀଙ୍କ ପଦବୀରେ ନୂତନ ନିଯୁକ୍ତି ସିଧାସଳଖ ନକରି ପ୍ରତି ପଦବୀ ଲାଗି ୩ ଜଣ ଯୋଗ୍ୟ ଅଧିକାରୀଙ୍କ ନାମ ସୁପାରିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।


7.Heatwave Alert Issued: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏନେଇ ଅଧିକ ତଥ୍ୟ ଦେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪, ତାଳଚେରରେ ୪୦.୪ ଡିଗ୍ରି ଛୁଇଁଥିଲା ତାପମାତ୍ରା ଆହୁରି ଛଅଟି ସହରରେ ପାରଦ ବଢିଛି। ଅନୁମାନ କରାଯାଉଛି ଯେ ଆହୁରି ୨ ଦିନ ଏଭଳି ତାପମାତ୍ରା ରହିବ। ପଶ୍ଚିମାଝଡ଼ର ପ୍ରକୋପ ରହିବ। ଜଳୀୟବାଷ୍ପ ରାଜ୍ୟ ଭିତରକୁ ପ୍ରବାହ କରିବ। ଆସନ୍ତା ୪ ତାରିଖରୁ ୬ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୁଖ୍ୟତଃ ରାଜ୍ୟରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ଉପୁଜିବ। ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି। 


8. 4 Maoist Died by Encounter: ମଙ୍ଗଳବାର ଛତିଶଗଡ଼ରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା। ଯବାନଙ୍କ ଗୁଳିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ସୁକୁମା-ବିଜାପୁର ଜିଲ୍ଲା ସୀମାବର୍ତ୍ତୀ ଗାଙ୍ଗାଲୁର ଜଙ୍ଗଲରେ ସୁରକ୍ଷା ବଳ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବନ୍ଧୁକ ଜବତ ହୋଇଛି। 


9.Vvistara Airlines Flight Cancellation: ପାଇଲଟ ସଂକଟ କାରଣରୁ ଭିସ୍ତାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏକାଧିକ ବିମାନ ଉଡ଼ାଣ ଭରିବାରେ ବିଫଳ ହୋଇଛି। ଯାହା ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣ ବାତିଲ କରାଯାଇଛି। 


10.Odia Singer Santilata Barik Last Rites: ସ୍ୱର୍ଗଦ୍ୱାରରେ ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷକୃତ୍ୟ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶଂସକ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ତଥା ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପରେ ବଡ଼ପୁଅ ଅଭିନାଶ ଛୋଟରାୟ ମାଆଙ୍କୁ ମୁଖାଗ୍ନି ଦେଇଥିଲେ।