Top 10 News Headlines | 28 January 2024 | Evening   


COMMERCIAL BREAK
SCROLL TO CONTINUE READING

1. Nitish Kumar took oath as Chief Minister for the ninth time: ଜାନୁଆରୀ ୨୮ ତାରିଖ ରବିବାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର।  ରବିବାର ବିହାର ରାଜଭବନ ଠାରେ ଅନୁଷ୍ଠିତ ହୋଇଥିଲ ନବଗଠିତ ସରକାରର ଶପଥ ଗ୍ରହଣ ସମାରୋହ। ରବିବାର ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡିୟୁ ସୁପ୍ରିମୋ। ସକାଳେ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ନେଇଲେ ନୀତିଶ କୁମାର। 


2. Bihar Cabinet Oath Taking Ceremony: ରବିବାର ବିହାର ରାଜଭବନ ଠାରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ କୁମାର। ଏହା ସହିତ ବିଜେପି ବିଧାନ ପରିଷଦ ସଦସ୍ୟ ସମ୍ରାଟ ଚୌଧୁରୀ ଏବଂ ଦଳର ବରିଷ୍ଠ ବିଧାୟକ ତଥା ବିରୋଧି ଦଳ ନେତା ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।  ଅନ୍ୟପଟେ ପ୍ରେମ କୁମାର (ବିଜେପି), ବିଜୟ ଚୌଧୁରୀ (ଜେଡିୟୁ), ବିଜେନ୍ଦ୍ର ଯାଦବ (ଜେଡିୟୁ), ଶ୍ରବଣ କୁମାର ( ଜେଡିୟୁ), ସନ୍ତୋଷ ସୁମନ (ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା), ସୁମିତ ସିଂହ (ସ୍ୱାଧୀନ)। 


3. Rohini Acharya Targets Nitish Kumar: ବିହାର ରାଜନୀତିରେ ଘଟିଥିବା ନାଟକୀୟ ଘଟଣାକ୍ରମ ଉପରେ ପଡ଼ିସାରିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟ ରାଜନୀତିରେ ଜାରି ରହିଥିବା ହଟଚମଟ ମଧ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ। ଆଉ ବଦଳି ଯାଇଛି ସରକାର। ଆଉ ଏବେ ଏହି ପ୍ରସଙ୍ଗରେ ଜେଡି଼ୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ କଟାକ୍ଷ କରି ଚର୍ଚ୍ଚାକୁ ଆସିଛନ୍ତି ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ବିଗତ କିଛି ଦିନ ହେବ ବିହାର ରାଜନୀତିରେ ଘଟିଥିବା ଘଟଣାକ୍ରମକୁ ନେଇ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ ରୋହିଣୀ ଆଚାର୍ଯ୍ୟ। କାହାର ନାମ ନ ନେଇ ସେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିଥିଲେ। ରୋହିଣୀ ଆଚାର୍ଯ୍ୟ କରିଥିବା ଟ୍ୱିଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୀତୀଶ କୁମାରଙ୍କୁ କଟାକ୍ଷ କରି ରୋହିଣୀ ଆଚାର୍ଯ୍ୟ କହିଥିଲେ ଯେ, "ଅଳିଆ ପୁଣି ଅଳିଆ ଗଦାକୁ ଫେରିଯାଇଛି। ଅଳିଆ ଆବର୍ଜନା ଦଳକୁ ଅଭିନନ୍ଦନ। "


4. Tejashwi Yadav Targets Nitish Kumar: ନୀତିଶ କୁମାରଙ୍କୁ ନେଇ ଏବେ ସରଗରମ ହୋଇଉଠିଛି ବିହାର ରାଜନୀତି। ରାଜ୍ୟରେ କ୍ଷମତାସୀନ ମହାଗଠବନ୍ଧନ ସରକାର ଗାଦିଚ୍ୟୁତ ହେବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ ନୀତୀଶ କୁମାର ହେଉଛନ୍ତି ଜଣେ ଥକି ଯାଇଥିବା ମୁଖ୍ୟମନ୍ତ୍ରୀ। ବିଗତ ୧୭ ବର୍ଷ ଧରି ରାଜ୍ୟରେ ଯାହା ହୋଇନଥିଲା, ତାହାକୁ ଆମେ ୧୭ ମାସରେ କରି ଦେଖାଇଛୁ। ଆମେ କାହା ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେବାକୁ ଚାହୁଁନାହୁଁ। ଆମର କାହା ପ୍ରତି ଅସନ୍ତୋଷ ନାହିଁ। ନୀତିଶ କୁମାରଙ୍କ ଦଳ ଚଳିତ ବର୍ଷ ହିଁ ଶେଷ ହୋଇଯିବ। ଖେଳ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ନୀତୀଶ କୁମାରଙ୍କୁ ସାଙ୍ଗରେ ନେଇଥିବାରୁ ଆମେ ବିଜେପି ଉଦ୍ଦେଶ୍ୟରେ ଧନ୍ୟବାଦ ଦେଉଛୁ।


5. Why JDU Leave INDIA Bloc: ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ଦଳୀୟ ସୁପ୍ରିମୋ ନୀତୀଶ କୁମାର ସମସ୍ତଙ୍କୁ ଏକାଠି କରି ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ସାରା ଦେଶରେ ଭ୍ରମଣ କରି ସମସ୍ତ ବିରୋଧି ଦଳଙ୍କୁ ଏକାଠି କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ୨୦୨୪ ଲୋକସଭା ନିର୍ବାଚନରେ ବିରୋଧି ମେଣ୍ଟ ​​ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ କଂଗ୍ରେସ ନେତାର ମନରେ ଏକ ଭୁଲ ରହିଥିଲା। କଂଗ୍ରେସ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବା ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାଁ ଆଗକୁ କରିଥିଲା। ଇଣ୍ଡିଆ ମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉପଜୁଥିବା ସମସ୍ୟାର ସମାଧାନ  ନହେବା କାରଣରୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ନାରାଜ ହୋଇ ଉଠିଥିଲେ। ସେ କଂଗ୍ରେସ ଦଳର ଏପରି ମନୋଭାବକୁ ନେଇ ଅସନ୍ତୁଷ୍ଟ ରହିଥିଲେ।


6. Asaduddin Owais taking dig at Tejashwi Yadav: ବିହାର ରାଜନୀତିରେ ଘଟିଥିବା ନାଟକୀୟ ଘଟଣାକ୍ରମ ଉପରେ ପଡ଼ିସାରିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟ ରାଜନୀତିରେ ଜାରି ରହିଥିବା ହଟଚମଟ ମଧ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ। ଆଉ ବଦଳି ଯାଇଛି ସରକାର। ଆଉ ଏବେ ଏହି ପ୍ରସଙ୍ଗରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ। ଆରଜେଡ଼ି ଉଦ୍ଦେଶ୍ୟରେ କଟାକ୍ଷ କରି ଏଆଇଏମଆଇଏମ ପକ୍ଷରୁ କୁହାଯାଇଛି ଏବେ କିପରି ଅନୁଭବ ହେଉଛି? ପୂର୍ବରୁ ଆରଜେଡ଼ି ଏଆଇଏମଆଇଏମ  ବିଧାୟକ ଦଳରେ ଫାଟ ସୃଷ୍ଟି କରିଥିଲା। ଯାହା ପରେ ୪
ଏଆଇଏମଆଇଏମ ବିଧାୟକ ଦଳ ଛାଡ଼ି ଆରଜେଡ଼ି ହାତ ଧରିଥିଲେ।


7.Railway Minister Ashwini Vaishnav: ପୁଣି ନିଜେ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।  ଗତ ୧୮୮୨ ମସିହାରେ ନିର୍ମିତ ଏକ ଐତିହାସିକ ରତ୍ନ ଝାରସୁଗୁଡ଼ା ଡାକଘର ନବୀକରଣ ପାଇଁ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତିଶୃତି ପୂରଣ ହେବା ଦ୍ଵାରା ଏହି ପୁରାତନ ଡାକଘର ଏକ ଚମତ୍କାର ନବୀକରଣ ଏବଂ ସ୍ଥାପତ୍ୟ ପରମ୍ପରାର ସଂରକ୍ଷଣରେ ପରିଣତ ହୋଇଛି। 


8. Congress Leader Narasingha Mishra: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଭିନ୍ନ ପ୍ରକାରର ଏଜେଣ୍ଡା ସହାୟତାରେ ଜନ ସମର୍ଥନ ହାତେଇବାରେ ଲାଗି ପଡ଼ିଛନ୍ତି ରାନୈତିକ ଦଳ। ହେଲେ ୨୦୨୪ ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏନେଇ ସେ  କହିଛନ୍ତି ଯେ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ। ବଲାଙ୍ଗୀର ଠାରେ ଡାକିଥିବା ଜନତା ଦରବାରରେ ନିର୍ବାଚନ ଲଢୁନଥିବା ନେଇ ଘୋଷଣା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା।


9. Earthquake in Gujarat: ଜାନୁଆରୀ ୨୮ ତାରିଖ ରବିବାର ସନ୍ଧ୍ୟାରେ ହୋଇଥିବା ଭୂକମ୍ପରେ ଦୋହଲି ଉଠିଛି ଗୁଜରାଟର କଚ୍ଛ ଜିଲ୍ଲା। ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୪.୦ ରହିଥିବା ଜଣାପଡିଛି। ଭୂକମ୍ପ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ଆସିନାହିଁ  ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ ରିସର୍ଚ୍ଚ (ଆଇଏସଆର) ଅନୁଯାୟୀ ରବିବାର ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଭଚୁଆ ନିକଟରେ ରହିଛି।


10. Odia Chess Star Padmini Rout: ନୂଆ ସଂସାର ଗଢିବାର ସ୍ୱପ୍ନ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶାର ଚେସ୍ ତାରକା ପଦ୍ମିନୀ ରାଉତ। ଜାନୁଆରୀ ୨୮ ତାରିଖ ରବିବାର ଭୁବନେଶ୍ୱର ପଟିଆ ସ୍ଥିତ ଏକ ହୋଟେଲ ଠାରେ ମହା ଆଡମ୍ୱରରେ ତାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁମ୍ୱାଇ ଠାରେ ରହୁଥିବା ଜୟକିଶିନ ମନାକାନୀଙ୍କ ହାତ ଧରିଛନ୍ତି। ରବିବାର ପଦ୍ମିନୀ ଏବଂ ଜୟକିଶିନଙ୍କ ବିବାହ ଉତ୍ସବରେ ଅନେକ ନାମିଦାମୀ ଚେସ୍ ତାରକା ଏବଂ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ। ପଦ୍ମିନୀଙ୍କ ନୂଆ ଜୀବନ ପାଇଁ ସମସ୍ତେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।