Srimandira News: ଆଜି ଅପରାହ୍ଣ ୨ଟାରୁ ୩ ଘଣ୍ଟା ଯାଏ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ମଙ୍ଗଳବାର ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ (ନଳ) ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୫.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।


COMMERCIAL BREAK
SCROLL TO CONTINUE READING


Curfew In Balasore: ବାଲେଶ୍ୱର ସହରରେ ଲାଗୁ ହେଲା କର୍ଫ୍ୟୁ। ଗତକାଲି ଠାରୁ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ଅଶାନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କର୍ଫ୍ୟୁ ଲାଗୁ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨ଟା ବେଳେ ବାଲେଶ୍ୱର ଟାଉନ ଥାନାରେ ବସିଥିଲା ଜରୁରୀ ବୈଠକ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ବାଲେଶ୍ବର ଏସପି ସାଗରିକା ନାଥ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଗତ ରାତିଠୁ କର୍ଫ୍ୟୁ ଜାରି ହୋଇଛି। 



Diphtheria In 3 District: ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ । ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ଡିପଥେରିଆ ପାଇଁ ରାୟଗଡାରେ ବୁଷ୍ଟର ଡୋଜ ଆସନ୍ତାକାଲି ଠାରୁ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ଯାଣ ନିର୍ଦ୍ଦେଶକ ଡାକ୍ତର ସଂଯୁକ୍ତା ମହାପାତ୍ର । କାଶୀପୁରରେ ଏହି ବୁଷ୍ଟର ଡୋଜ ଦିଆଯିବ । ପାଞ୍ଚରୁ ପନ୍ଦର ବୟସର ପିଲାମାନେ TD ଟିକା ନେବେ । ଅନ୍ଯପଟେ ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି ଡିପଥେରିଆ । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି ।


Odisha Monsoon: ଆସୁଛି ବଡ ବର୍ଷା, ଭିଜିବ ଓଡିଶା। ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। କାଲିଠୁ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ୨୦ ତାରିଖରୁ କିଛି ସ୍ଥାନରେ ପ୍ରବଳ ବର୍ଷିବ। ୨୩ ତାରିଖ ସୁଦ୍ଧା ସାରା ଓଡିଶାକୁ ଛୁଇଁବ ମୌସୁମୀ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ବର୍ଷା ପ୍ରଭାବରେ କାଲିଠୁ କମିବ ରାଜ୍ୟର ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ କମିବ ପାରଦ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ।  


Odisha Crime: ଜମିବାଡ଼ି ବିବାଦ ଓ ରାଜନୈତିକ କାରଣକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଭୁତଡ଼ିହିଁ ଗାଁରେ ଏଭଳି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି । ମୃତକ ଏବଂ ଆହତ ମାନେ ହେଲେ ଲାଠିପଡ଼ା ପାଇକ ସାହିର । ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବଡ଼ ପୁଅ ଦଣ୍ଡପାଣି ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଜଗଦେବ ପରିଡ଼ା ଓ ସାନ ଭାଇ ପ୍ରମୋଦ ପରିଡ଼ା ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । 


Arun Patnaik Got Married: ବିବାହ ବନ୍ଧନରେ ବାନ୍ଧିହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ନାଦିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଅରୁଣ । ଅରୁଣଙ୍କ ବିବାହର ଖବର ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ପୋଷ୍ଟ କରିବା ପରେ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


Supreme Court Notice: ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ। ଯଦି ଟିକିଏ ବି କେଉଁଠି କାହାର ଭୁଲ ହୋଇଥାଏ, କଡ଼ା କାର୍ଯ୍ଯାନୁଷ୍ଠାନ ହେବା ଉଚିତ। ନିଟ ଜାଲିଆତି ଓ ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି କରି ଏନଟିଏ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ସୁପ୍ରିମକୋର୍ଟ । ଜବାବ ମଧ୍ଯ ମାଗିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି ପରୀକ୍ଷା ପରିଚାଳନାରେ କିଛି ତ୍ରୁଟି ରହିଛି, ଏନଟିଏ ତାକୁ ମାନିବା ଉଚିତ। ଏବଂ କହିବା ଦରକାର ଯେ, ତ୍ରୁଟି ସୁଧାରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।


Sikkim Disaster: ସିକ୍କିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ଆଜି ୫୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର କାଲିମ୍ପଙ୍ଗ ଜିଲ୍ଲାର କିଛି ଅଂଶରେ ଲଗାଣ ବର୍ଷା ଯୋଗୁଁ ସେଠାରେ ଭୁସ୍କଳନ ହୋଇଥିଲା। ଭୁସ୍ଖଳନରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଶହରୁ ଉଦ୍ଧ୍ବ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ।ପୂର୍ବରୁ ୩୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଥିବାବେଳେ ଆଜି ଆଉ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 


Manipur Violence: ବର୍ଷେ ପରେ ବି ସୁଧୁରୁନି ମଣିପୁର ସମସ୍ଯା। ସବୁଠି ବଢୁଛି ଶରଣାର୍ଥୀ ସମସ୍ୟା। ଏନେଇ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୂର୍ବରୁ ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ରାଜ୍ଯପାଳ ଅନସୂୟା ଉଇକେ। ଏହି ବୈଠକରେ ରାଜ୍ଯରେ ନିରାପତ୍ତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଥିଲା। ଏନଡିଏ ସରକାର ଆସିବା ପରେ ପ୍ରଥମ ଥର ଲାଗି ଜାମ୍ମୁ ଓ କାଶ୍ମୀର ପରେ ମଣିପୁର ସ୍ଥିତିର ସମୀକ୍ଷା କରାଯାଇଛି।


Singer Alka Yagnik: ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗ୍ନିକ ବିରଳ ନ୍ୟୁରୋ ଡିସଅର୍ଡର ରୋଗରେ ପୀଡିତ  । ସୋସିଆଲ ମିଡିଆରେ ଏନେଇ ସେୟାର କରିବା ପରେ ଚିନ୍ତିତ ହୋଇପଡିଛନ୍ତି ଫ୍ୟାନ୍ସ  । ଦିନେ ବିମାନ ଯାତ୍ରା କରି ଆସିବା ପରେ ତାଙ୍କୁ ଏଭଳି ସମସ୍ୟା ଅନୁଭବ ହୋଇଥିଲା  । ସେ କିଛି ଶୁଣି ପାରୁନଥିବା ଅନୁଭବ କରିଥିଲେ  । ନିଜ ସୋସିଆଲ ସାଇଟ୍‌ରେ ସେୟାର କରିବା ପରେ ତାଙ୍କ ପ୍ରଶଂସକ ମାନେ ଅଲକାଙ୍କ ସୁସ୍ଥତା କାମନା କରିଛନ୍ତି  । ଲାଉଡ୍‌ ମ୍ୟୁଜିକ ଠୁ ଦୂରେଇ ରହିବା ପାଇଁ ଫ୍ୟାନ୍ସ ମାନେ ତାଙ୍କୁ ନିବେଦନ କରିଛନ୍ତି  ।